Videos
|
National

ଆସାମ ବନ୍ୟା, 131 ବନ୍ୟଜନ୍ତୁଙ୍କର ମୃତ୍ୟୁ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଆସାମ ବନ୍ୟା, 131 ବନ୍ୟଜନ୍ତୁଙ୍କର ମୃତ୍ୟୁ

ଅର୍ଗସ ବ୍ୟୁରୋ: ଆସାମ ବନ୍ୟା ବିଭୀଷିକାରୁ ପ୍ରସିଦ୍ଧ କାଜିରଙ୍ଗା ଜାତୀୟ ଉଦ୍ୟାନ ବାଦ୍‌ ପଡ଼ିନାହିଁ। ଏହି ଭୟଙ୍କର ବନ୍ୟାରେ କାଜିରଙ୍ଗା ଜାତୀୟ ଉଦ୍ୟାନର 131 ବନ୍ୟଜନ୍ତୁଙ୍କର ମୃତ୍ୟୁ ଘଟିଛି। ସେହିପରି 96 ବନ୍ୟଜନ୍ତୁଙ୍କୁ ଉଦ୍ଧାର କରାଯାଇଥିବା ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ବନ୍ୟାଜଳରେ ବୁଡ଼ିଯାଇ 6 ଗଣ୍ଡା, ଓ 117 ହଗ୍‌ ହରିଣଙ୍କର ମୃତ୍ୟୁ ଘଟିଛି।

ଜଙ୍ଗଲର କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର ହୋଇଥିବା ବନ୍ୟଜନ୍ତୁଙ୍କ ମଧ୍ୟରେ ୮୬ ହଗ୍‌ ହରିଣ ୨ଟି ଲେଖାଁଏ ସାମ୍ବର ହରିଣ, ପେଚା ଓ ଜଙ୍ଗଲୀ ବିଲେଇ ଏବଂ ଗୋଟିଏ ଲେଖାଁଏ ହାତୀ, ଓଧ ଓ ଭାରତୀୟ ଠେକୁଆଙ୍କୁ ଉଦ୍ଧାର କରାଯାଇଛି। ସେହିପରି ଚିକିତ୍ସା ପରେ ୫୦ ବନ୍ୟଜନ୍ତୁଙ୍କୁ ଛାଡ଼ି ଦିଆଯାଇଥିବା ବେଳେ ୩୪ ବନ୍ୟପ୍ରାଣୀଙ୍କର ଚିକିତ୍ସା ଏବେମଧ୍ୟ ଚାଲିଛି। ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବନ ବିଭାଗର କର୍ମଚାରୀମାନେ ଏହି ଜାତୀୟ ଉଦ୍ୟାନରେ ଥିବା ବିଭିନ୍ନ କ୍ୟାମ୍ପରେ ରହି ପାଟ୍ରୋଲିଂ କରୁଛନ୍ତି।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: