Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

21 ଟି ସି ସେକ୍ସନ କରି ଚର୍ଚ୍ଚାରେ ବରିଷ୍ଠ ଡାକ୍ତର

Smruti Parija
Browse all articles by Smruti Parija
·10 months ago·2 min read
21 ଟି ସି ସେକ୍ସନ କରି ଚର୍ଚ୍ଚାରେ ବରିଷ୍ଠ ଡାକ୍ତର

Key Points

10 ଘଣ୍ଟାରେ 21 ଟି ସି ସେକ୍ସନ କଲେ ଡାକ୍ତର
ବରିଷ୍ଠ ଚିକିତ୍ସକଙ୍କୁ ନୋଟିସ୍ ଜାରି କଲେ ଜିଲ୍ଲା କମିସନର
ଡାକ୍ତର କହିଲେ ମୋ ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଯାଉଛି

କ'ଣ ଆପଣଙ୍କର ବେବି ହେବାକୁ ଯାଉଛନ୍ତି କି ? ସିଜରିଆନ ନା ନର୍ମାଲ କେଉଁଟି ନିରାପଦ ? ଅନ୍ୟକୁ ଏକଥା ଗୁଡା ପଚାରିବା ହୁଏତ ବହୁତ ସହଜ । କିନ୍ତୁ ଯେତେବେଳେ ନିଜ କଥା ଆସେ ସେତେବେଳେ ଏହି ମୁହୂର୍ତ୍ତ ଗୁଡିକ କେତେ ଗୁରୁତ୍ୱପୂର୍ଣ୍ଣ ତାହା ସେତେବେଳେ ଜଣାପଡେ । ଆଜିକାଲି ନର୍ମାଲ ଡେଲିଭରି କମ୍ ସି - ସେକ୍ସନ ବହୁତ ହେଉଛି ।



ଏଥିପାଇଁ ଡାକ୍ତରମାନେ ମଧ୍ୟ ପୂର୍ବରୁ ହିଁ ଡେଟ୍ ଦେଇ ଦେଉଛନ୍ତି । ହେଲେ ଆସାମର ଜଣେ ବରିଷ୍ଠ ଚିକିତ୍ସକ 10 ଘଣ୍ଟା ମଧ୍ୟରେ 21ଟି ସି ସେକ୍ସନ କରି ଚର୍ଚ୍ଚାକୁ ଆସିଛନ୍ତି । ମାଆ ଓ ଶିଶୁର ସ୍ୱାସ୍ଥ୍ୟ, ନିରାପତ୍ତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଜିଲ୍ଲା କମିସନର । ବରିଷ୍ଠ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର କାନ୍ତେଶ୍ୱର ବୋରଦୋଲୋଇଙ୍କୁ ଏହି ନୋଟିସ୍ ଦିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସୂଚନାନୁସାରେ ଡାକ୍ତର ଜଣଙ୍କ ଓଟିରେ ସେପ୍ଟେମ୍ବର 5 ଅପରାହ୍ନ 3 ଟା 40 ରୁ ସେପ୍ଟେମ୍ବର 6 ରାତି 1 ଟା 50 ପର୍ଯ୍ୟନ୍ତ 10 ଘଣ୍ଟା ମଧ୍ୟରେ 21ଟି ଜରୁରୀକାଳୀନ ଲୋୟର ସେଗମେଣ୍ଟ ସିଜରିଆନ ସେକ୍ସନ ଡେଲିଭରି କରିଥିଲେ । ଡାକ୍ତରଙ୍କୁ ପ୍ରତ୍ୟେକ ମାମଲାର ପୃଥକ୍ ବିବରଣୀ ଦାଖଲ କରିବାକୁ କୁହାଯାଇଛି । ହେଲେ ଡାକ୍ତର ଜଣଙ୍କ ତାଙ୍କ ଯୁକ୍ତି ବାଢିଛନ୍ତି । ତାଙ୍କ କହିବା କଥା ତାଙ୍କ ଅଭିଜ୍ଞତା ଅନୁସାରେ ସେ ଏକ ସୀମିତ ସମୟ ମଧ୍ୟରେ ଏକାଧିକ ଅସ୍ତ୍ରୋପଚାର କରିବାକୁ ସମ୍ପୂର୍ଣ୍ଣ ସକ୍ଷମ ।


ସାଧାରଣ ସିଜରିଆନ୍ ପ୍ରକ୍ରିୟା 25 ମିନିଟ୍ ସମୟ ନେଇଥାଏ, କିନ୍ତୁ କମ୍ ଜଟିଳ କେସ୍ ଗୁଡିକରେ 15 ମିନିଟ୍ ସମୟ ଲାଗେ । ସେ କରିଥିବା 21 ଟି ଡେଲିଭରି କେସ୍ ରୁ 19 ଜଣ ମା ଛୁଆ ସୁରକ୍ଷିତ ଅଛନ୍ତି । ତାଙ୍କୁ ସୁସ୍ଥ ଅବସ୍ଥାରେ ଡିସଚାର୍ଜ କରାଯାଇଛି । ଏତେ ବର୍ଷ ଚାକିରି ପରେ ତାଙ୍କ ଅଭିଜ୍ଞତାକୁ ନେଇ ଏମିତି ପ୍ରଶ୍ନ ତାଙ୍କୁ କଷ୍ଟ ଦେଇଛି ବୋଲି ସେ କହିଛନ୍ତି ।

Sponsored
assam-gynaecologist-faces-notice-for-performing-21-c-sections-within-10-hours | Argus News