|
logo
Live

Argus News - ଜାରି ରହିଲା ରିୱାଜ୍, ବଦଳିଗଲା ରାଜ୍ ...ରାଜସ୍ଥାନରେ ବାଜି ମାରିଲା ବିଜେପି

National

ଜାରି ରହିଲା ରିୱାଜ୍, ବଦଳିଗଲା ରାଜ୍ ...ରାଜସ୍ଥାନରେ ବାଜି ମାରିଲା ବିଜେପି

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଜାରି ରହିଲା ରିୱାଜ୍, ବଦଳିଗଲା ରାଜ୍ ...ରାଜସ୍ଥାନରେ ବାଜି ମାରିଲା ବିଜେପି

ଅର୍ଗସ ବ୍ୟୁରୋ: ମୋଦି ଯାଦୁ ଆଗରେ ବିରୋଧୀ ଧରାଶାୟୀ । କାମ ଦେଲାନି କଂଗ୍ରେସର ରଣନୀତି । ମୋଦିଙ୍କ ଯୋଜନା, ସଠିକ୍‌ ନିର୍ବାଚନ ପରିଚାଳନାରେ ମାଟି କାମୁଡିଲେ ବିରୋଧୀ । ଏକଜିଟ୍‌ ପୋଲ ଯେତିକି ଆକଳନ କରିଥିଲା ତାହାଠାରୁ ଢେର ଅଧିକ ସିଟ୍‌ରେ ଜିତିଲା ବିଜେପି । ପୂରା ଦେଶ ଦେଖିଲା ମୋଦିଙ୍କ କିମିଆ । 

ରାଜସ୍ଥାନରେ ପୁଟିଲା ପଦ୍ମ, କଂଗ୍ରେସଠୁ ମୁଖ୍ୟମନ୍ତ୍ରୀ ଚୌକି ନେଇ ଆସିଲା ବିଜେପି । କୁହାଯାଉଛି କି ରାଜସ୍ଥାନରେ ପାଇଲଟ୍‌ ଓ ଗେହଲଟ୍‌ଙ୍କ ତୁ ତୁ ମେଁ ମେଁ ପାଇଁ ପରାଜୟର ସ୍ଵାଦ ଚାଖିଲା କଂଗ୍ରେସ । ଆଉ ସଠିକ୍‌ ଗୋଟି ଚଳାଇବାରୁ ପୁଣି ଥରେ ଶାସନ କ୍ଷମତାକୁ ଫେରିଲା ବିଜେପି । ନିର୍ବାଚନ ରେଜଲ୍ଟ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଅଶୋକ ଗେହଲଟ୍‌ । ତେବେ କେଉଁ କେଉଁ ଫ୍ୟାକ୍ଟର ବିଜେପି ଜିତିବାରେ ସହାୟକ ହେଲା ତାହାକୁ ନେଇ ଏବେ ବଢିଲାଣି ଚର୍ଚ୍ଚା ।

ଜାରି ରହିଲା ରିୱାଜ୍, ବଦଳିଗଲା ରାଜ୍ ।  କଂଗ୍ରେସକୁ ଫେଲ୍ କରି ପୁଣି ବିଜେପିକୁ ପଗଡ଼ି ପିନ୍ଧାଇଲା ରାଜସ୍ଥାନ । ୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଜେପିର ବୃହତ ବିଜୟ ପରେ ପଦ୍ମ ଶିବିରରେ ଦେଖାଯାଇଛି ଅଭୂତପୂର୍ବ ଖୁସି । ଗୀତ ବାଜିଥିଲା, ବାଜା ବାଜିଥିଲା...ପ୍ରବଳ ନାଚିଥିଲେ ନେତା ଓ କର୍ମୀ । ହେଲେ ସମସ୍ତଙ୍କର ଏବେ ଗୋଟିଏ କଥା କେମିତି ଜିତିଲା ବିଜେପି ?

୦୧. କାମ କଲା ମୋଦିଙ୍କ ଲୋକପ୍ରିୟତା
୦୨. କଂଗ୍ରେସ କଳି, ବଳି ପଡିଲା ମୁଖ୍ୟମନ୍ତ୍ରୀ ଚୌକି
୦୩.  ପ୍ରତିଥର ସରକାର ବଦଳାଇବାର ପରମ୍ପରା
୦୪. ଦୁର୍ନୀତିରେ ବୁଡିଥିଲା କଂଗ୍ରେସ !

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହିସବୁ କାରଣ ଲାଗି ରାଜସ୍ଥାନରେ ବିଜେପିର ବାଜିମାତ ହୋଇଛି ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ନିଜ ପରାଜୟକୁ ସ୍ଵୀକାର କରିଛି କଂଗ୍ରେସ । ସେପଟେ କିଏ ହେବ ମୁଖ୍ୟମନ୍ତ୍ରୀ ତାହାକୁ ନେଇ ବି ଚର୍ଚ୍ଚା ଜୋର । ହେଲେ ଜାତୀୟ ଗଣମାଧ୍ୟମରେ ମହନ୍ତ ବାଲକନାଥ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ଜୋର । ତେବେ ସମୟ କହିବ ରାଜସ୍ଥାନରେ କିଏ ପିନ୍ଧିବ ମୁଖ୍ୟମନ୍ତ୍ରୀ ମୁକୁଟ ।


 


 

Sponsored
ଜାରି ରହିଲା ରିୱାଜ୍, ବଦଳିଗଲା ରାଜ୍ ...ରାଜସ୍ଥାନରେ ବାଜି ମାରିଲା ବିଜେପି | Argus News