Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସବୁଠୁ ବଡ଼ ବ୍ଲାକ ହୋଲ, ସୂର୍ଯ୍ୟ ଆକାରଠୁ ୩୬ ବିଲିୟନ ଗୁଣା ଅଧିକ

Banajyotshna Ray
Browse all articles by Banajyotshna Ray
·11 months ago·1 min read
ସବୁଠୁ ବଡ଼ ବ୍ଲାକ ହୋଲ, ସୂର୍ଯ୍ୟ ଆକାରଠୁ ୩୬ ବିଲିୟନ ଗୁଣା ଅଧିକ

Key Points

ଆବିଷ୍କୃତ ହେଲା ବଡ଼ ବ୍ଲାକ୍ ହୋଲ୍
ସୂର୍ଯ୍ୟର ଆକାରର ୩୬ ବିଲିୟନ ଗୁଣା ଅଧିକ

ବ୍ରହ୍ମାଣ୍ଡର ସବୁଠୁ ବିଶାଳ ବ୍ଲାକ ହୋଲ। ଏତେ ବଡ଼ ହୋଲ ଆଗରୁ କେବେ ଦେଖିନଥିବେ। ମହାକାଶରେ ଥିବା ବ୍ଲାକ୍ ହୋଲ୍ ଆମ ଆକାଶଗଙ୍ଗାଠାରୁ ପ୍ରାୟ ୫ ଅରବ ଆଲୋକବର୍ଷ ଦୂରରେ ଅଛି । ଖାସ୍ କରି ବୈଜ୍ଞାନିକମାନେ ଅଧିକରୁ ଅଧିକ ଭାବିବାକୁ ବାଧ୍ୟ ହୋଇଛନ୍ତି । ଆବିଷ୍କୃତ ହେଲା ବ୍ରହ୍ମାଣ୍ଡର ସବୁଠୁ ବିଶାଳ ବ୍ଲାକ୍ ହୋଲ୍ । ଯାହାକି ବର୍ତ୍ତମାନ ସମୟରେ ମହାକାଶ ବିଜ୍ଞାନୀଙ୍କୁ କରିଦେଇଛି ଆଶ୍ଚର୍ଯ୍ୟ । ଏହି ବ୍ଲାକ ହୋଲ୍ କସ୍ମିକ୍ ଟାଇଟନ୍ ନାମକ ଏକ ଗ୍ୟାଲେକ୍ସିରେ ରହିଛି । ଯାହାକି ନିଜର ଜବରଦସ୍ତ ମାଧ୍ୟାକର୍ଷଣ ବଳ ପାଇଁ ବେଶ ପରିଚିତ । ଏମିତି ଏହା ମଧ୍ୟ ଦେଇ ଆଲୋକ ମଧ୍ୟ ଗତିପାରିନଥାଏ ।


ତେବେ ବ୍ରିଟେନର ୟୁନିଭର୍ସିଟି ଅଫ୍ ପୋର୍ଟ୍ସମାଉଥର ଜଣେ ବୈଜ୍ଞାନିକ ଥୋମାସ୍ କୋଲେଟ ଏବଂ ତାଙ୍କ ଟିମ୍ ସର୍ବପ୍ରଥମେ ଏ ସମ୍ପର୍କରେ ତଥ୍ୟ ସାମ୍ନାକୁ ଆଣିଛନ୍ତି । ଏହି ଆବିଷ୍କାର ବ୍ଲାକ୍ ହୋଲ୍ ସମ୍ପର୍କରେ ବୈଜ୍ଞାନିକଙ୍କ ସିଦ୍ଧାନ୍ତଙ୍କୁ ଚ୍ୟାଲେଞ୍ଜ କରିଛି । ବ୍ରହ୍ମାଣ୍ଡରେ ଏମିତି ଅନେକ କଥା ଅଛି, ଯାହା ସମ୍ପର୍କରେ ବୈଜ୍ଞାନିକମାନେ ଏବେ ବି ଅଜ୍ଞ ଅଛନ୍ତି ବୋଲି ଏହି କଥା ହିଁ ପ୍ରମାଣିତ କରିଛି । ବ୍ଲାକ୍ ହୋଲ୍ ପାଖକୁ ଯିବାକୁ ହେଲେ, ଆଲୋକର ବେଗରେ ପ୍ରାୟ ୫ ଶହ ଅରବ ଆଲୋକ ବର୍ଷା ଗୋଟିଏ ମଣିଷକୁ ଲାଗିଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏଠାରେ ଆଉ ଗୋଟିଏ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି, ଏହା ଆମର ନିକଟତମ ନକ୍ଷତ୍ର ସୂର୍ଯ୍ୟଠାରୁ ୩୬ ବିଲିୟନ ଗୁଣା ବଡ଼ ବୋଲି ବୈଜ୍ଞାନିକମାନେ ଦାବି କରୁଛନ୍ତି । ତେବେ ଏନେଇ ଆଉ ଅଧିକ ତଦନ୍ତ କରାଯାଉଛି। ସେହି ବ୍ଲାକ ହୋଲ ବିଷୟରେ ଅଧିକରୁ ଅଧିକ ତଥ୍ୟ ଜାଣି ହେବ।

Sponsored
astronomers-spot-heaviest-black-hole-36-billion-times-the-size-of-sun | Argus News