Videos
|
National

ଏୟାରପୋର୍ଟରେ ମିଳିଲା ନୂଆ ଜୀବନ  

Manini Pattanayak
Browse all articles by Manini Pattanayak
·2 years ago·1 min read
ଏୟାରପୋର୍ଟରେ ମିଳିଲା ନୂଆ ଜୀବନ  

ନୂଆଦିଲ୍ଲୀ: ଦିଲ୍ଲୀ ଏୟାରପୋର୍ଟରେ  ଘଟିଲା ଚମତ୍କାର । ଜୀବନ ଯାଉ ଯାଉ ରକ୍ଷା କରିଦେଲେ ଜଣେ ଯୁବତୀ।  ଦିଲ୍ଲୀ ଏୟାପୋର୍ଟ  ଟର୍ମିନାଲ୨ ରେ ବୃଦ୍ଧଙ୍କୁ ଆସିଲା ହାର୍ଟ ଆଟାକ..  ସାଙ୍ଗେ ସାଙ୍ଗେ ବୃଦ୍ଧ ଜଣଙ୍କ ତଳେ ପଡିଗଲେ ଆଉ ଅଚେତ ହୋଇପଡିଲେ।  ଠିକ୍‌ ସେହି ସମୟରେ  ଦେବ ଦୂତ ସାଜି ପହଞ୍ଚିଥିଲେ ମହିଳା ଡାକ୍ତର। ଅଚେତ ହୋଇ ତଳେ ପଡିଥିବା  ବୃଦ୍ଧଙ୍କୁ cpr ଦେଇ   ଥିଲେ। ଟିକେ ସମୟ ପରେ ବୃଦ୍ଧଙ୍କ  ହୋସ ଆସିଲା। ଆଉ ଧିରେ ଧିରେ ବୃଦ୍ଧ ଜଣଙ୍କ ଆଖି ଖୋଲିଥିଲେ। ତେବେ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲହେବାରେ ଲାଗିଛି।  ଭାଇରାଲ ହେଉଥିବା ଭିଡିଓ ରେ ଦେଖାଯାଇଛି ଯେ, କିପରି  ମହିଳା ଡାକ୍ତର ଜଣଙ୍କ ଏକାକି  ବୃଦ୍ଧଙ୍କ ବଞ୍ଚାଇବା ପାଇଁ ଅଣ୍ଟା ଭିଡିଦେଇଥିଲେ। ଆଉ ତାଙ୍କ ବୁଦ୍ଧି ବଳରେ ବୃଦ୍ଧଙ୍କ ଜୀବନ ବଞ୍ଚାଇଦେଇଥିଲେ ..। ଯିଏ ଏହି ଭିଡିଓ ଦେଖୁଛି  ସେ ଖୁବ୍‌ ତାରିଫ୍‌ କରୁଛନ୍ତି ଏହି ଡାକ୍ତରଙ୍କୁ।  ତେବେ ସୋସିଆଲ ମିଡିଆର ଭିନ୍ନ ଭିନ୍ନ ପ୍ଲଟଫର୍ମରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।

ମହିଳା ଡାକ୍ତରଙ୍କ ମହାନୀୟତା ଦେଖି ୟୁଜର ମାନେ କମେଣ୍ଟ ଦେଇଛନ୍ତି ଯେ ଏହି ଡାକ୍ତରଙ୍କୁ ସମ୍ମାନୀତ କରିବାଳ ଉଚୀତ, ଅନ୍ୟ ଜଣେ ଲେଖିଛନ୍ତି ଏହି ଡାକତରଙ୍କୁ ହୃଦୟରୁ ଆଶ୍ରିବାଦ,   ସେହିପରି ଅନ୍ୟ ଜଣେ ଲେଖିଛନ୍ତି ଡାକ୍ତରଙ୍କୁ ସମ୍ମାନ କରିବା ଉଚିତ୍‌।   ସତରେ ଏହି ଘଟଣାରୁ ଏହା କହିହେବ ଯେ  ଭଗବାନ କାହା ରୂପରେ ଆସି   ଜୀବନ ବଞ୍ଚାଇବେ ତାହା କହିହେବନି..  ଯେପର୍ଯ୍ୟନ୍ତ ଯିବାର ସମୟ ନ ଆସିଛି ସେପର୍ଯ୍ୟନ୍ତ  ବିଭିନ୍ନ ବିପଦରୁ ଇଶ୍ୱର କାହାର ନା କାହା ରୂପରେ ତୁମକୁ ବଞ୍ଚାଇ ଚାଲିଥିବେ...   ଯାହାର ସଦ୍ୟତମ ଉଦାହରଣ  ଦିଲ୍ଳୀ  ଏୟାରପୋର୍ଟରେ  ଦେଖିବାକୁ ମିଳିଛି।   

ଅଧିକ ଦେଖନ୍ତୁ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
At Delhi airport, elderly man suffers heart attack. Doctor's quick intervention saves his life | Argus News