Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

FIDE ମହିଳା ଚେସ୍‌ ବିଶ୍ୱକପ ୨୦୨୫ ଟାଇଟଲ ଜିତିଲେ ଦିବ୍ୟା

Banajyotshna Ray
Browse all articles by Banajyotshna Ray
·11 months ago·1 min read
FIDE ମହିଳା ଚେସ୍‌ ବିଶ୍ୱକପ ୨୦୨୫ ଟାଇଟଲ ଜିତିଲେ ଦିବ୍ୟା

Key Points

ଦିବ୍ୟା ଦେଶମୁଖ ହେଲେ ବିଶ୍ୱ ଚେସ୍‌ ଚାମ୍ପିୟନ 
FIDE ମହିଳା ଚେସ୍‌ ବିଶ୍ବକପ ୨୦୨୫ ଟାଇଟଲ ଜିତିଲେ ଦିବ୍ୟା

ମହିଳା ଚେସ୍ ବିଶ୍ୱକପରେ ଭାରତର ଐତିହାସିକ ସଫଳତା । ଦିବ୍ୟା ଦେଶମୁଖ ଫିଡେ ମହିଳା ଚେସ୍ ବିଶ୍ବକପରେ ଚାମ୍ପିୟନ ହୋଇଛନ୍ତି । ଫାଇନାଲ ମ୍ୟାଚରେ ସେ ଭାରତର ଅଭିଜ୍ଞ ଖେଳାଳି କୋନେରୁ ହମ୍ପିଙ୍କୁ ପରାସ୍ତ କରିଥିଲେ । ଏଥିସହ ଭାରତୀୟ ଚେସରେ ଆଉ ଏକ ପ୍ରତିଭାସମ୍ପନ୍ନ ଖେଳାଳିଙ୍କ ପଦାର୍ପଣ ହୋଇଛି । ୧୯ ବର୍ଷୀୟ ଦିବ୍ୟା ଦେଶମୁଖଙ୍କ ଏହି ଐତିହାସିକ ସଫଳତା ପରେ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଜଣାଇଛନ୍ତି ଅଭିନନ୍ଦନ । ମାତ୍ର ୧୯ ବର୍ଷ ବୟସରେ ଦିବ୍ୟା ଦେଶମୁଖ ମହିଳା ଚେସରେ ବିଶ୍ବ ଚାମ୍ପିୟନ ହେବା ଦେଶ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ ।


ଫାଇନାଲରେ ଦୁଇ ଭାରତୀୟ ଖେଳାଳିଙ୍କ ମଧ୍ୟରେ କଡା ଟକ୍କର ଦେଶରେ ଚେସ ପ୍ରତିଭାର ପ୍ରମାଣ ମିଳୁଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ୍ସରେ ଲେଖିଛନ୍ତି । ଦିବ୍ୟା ଦେଶମୁଖଙ୍କ ସଫଳତା ଯୁବପିଢିଙ୍କୁ ସଫଳତା ପାଇଁ ଅନେକ ପ୍ରେରଣା ଯୋଗାଇବ । ଦୁଇ ପ୍ରତିଭାସମ୍ପନ୍ନ ମହିଳା ଚେସ୍ ଖେଳାଳିଙ୍କ ଐତିହାସିକ ସଫଳତା ପାଇଁ ବଧେଇ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଶନିବାର ଏବଂ ରବିବାର ଦିବ୍ୟା ଦେଶମୁଖ ଏବଂ କୋନେରୁ ହମ୍ପିଙ୍କ ମଧ୍ୟରେ ଖେଳାଯାଇଥିବା କ୍ଲାସିକାଲ ମ୍ୟାଚ ଡ୍ର ହୋଇଥିଲା। ଏହି ମ୍ୟାଚ ୧-୧ ଗୋଲରେ ବରାବର ହୋଇଥିଲା। ଏହା ପରେ, ସୋମବାର, ୨୮ ଜୁଲାଇରେ ଦିବ୍ୟା ଦେଶମୁଖ ରାପିଡ ରାଉଣ୍ଡରେ କୋନେରୁ ହମ୍ପିଙ୍କୁ ପରାସ୍ତ କରି ତାଙ୍କର ପ୍ରଥମ ଚେସ୍‌ ବିଶ୍ୱକପ ଟାଇଟଲ ଜିତିଛନ୍ତି।

Sponsored
at-just-19-years-old-divya-deshmukh-has-etched-her-name-in-indian-chess-history-by-becoming-the-first-indian-woman-to-win-the-world-title | Argus News