Videos
|
National

ଧସିଲା ସୁଡଙ୍ଗ, ଚାପି ହୋଇଗଲେ ୬ରୁ ଉର୍ଦ୍ଧ୍ୱ ଶ୍ରମିକ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଧସିଲା ସୁଡଙ୍ଗ, ଚାପି ହୋଇଗଲେ ୬ରୁ ଉର୍ଦ୍ଧ୍ୱ ଶ୍ରମିକ

ଧସିଲା ଶୁଡଙ୍ଗ। ପାଖାପାଖି ୬ରୁ୮ ଜଣ ସୁଡଙ୍ଗ ଭିତରେ ଫସି ରହିଥିବା କୁହାଯାଉଛି। ତେଲେଙ୍ଗାନାରେ ଘଟିଛି ଏହି ଅଘଟଣ। ଶ୍ରମିକ ମାନଙ୍କ ଉପରେ ଖସି ପଡିଲା ନିର୍ମାଣାଧିନ ସୁଡଙ୍କର ଛାତ। ଯେଉଁ ଦୁର୍ଘଟଣାରେ ଅନେକ ଶ୍ରମିକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି। ତେଲେଙ୍ଗାନାର ନାଗରକୁର୍ନୁଲ ଜିଲ୍ଲାର ଶ୍ରୀଶେଲମ ଲେଫ୍ଟ ବ୍ୟାଙ୍କ ସୁଡଙ୍ଗ ନିର୍ମାଣ କାର୍ଯ୍ୟ ଚାଲିଥିଲା। ସୁଡଙ୍ଗ ଭିତରେ ପାଖାପାଖି ୧୨-୧୩ କିଲୋମିଟର କାମ କରୁଥିବା ସମୟରେ ହଠାତ୍ ସୁଡଙ୍ଗର ଛାତ ଭୁଶୁଡି ପଡିଥିଲା। ଛାତ ଭୁଶୁଡି ପଡିବାରୁ ନିର୍ମାଣ କାର୍ଯ୍ୟରେ ଲାଗିଥିବା ଅନେକ ଶ୍ରମିକ ଏଥିରେ ଗୁରୁତର ଆହତ ହୋଇଛନ୍ତି।


ଯେଉଁମାନଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ହେଲେ ଏବେଯାଏଁ ଆହୁରି ଶ୍ରମିକ ଭୁଶୁଡି ପଡିଥିବା ଛାତ ତଳେ ଫସି ରହିଥିବା କୁହାଯାଉଛି। ଅନୁମାନ କରାଯାଉଛି ପାଖାପାଖି ୬-୮ ଜଣ ଶ୍ରମିକ ଏଠାରେ ଫସି ରହିଛନ୍ତି। ହେଲେ ପ୍ରକୃତରେ କେତେ ଜଣ ଶ୍ରମିକ ଫସିଛନ୍ତି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସମସ୍ତଙ୍କୁ ସୁରକ୍ଷିତ ଭାବରେ ବାହାରକୁ ବାହାର କରିବା ପାଇଁ ପ୍ରୟାସ ଚାଲିଛି।

ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ। ସେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପୋଲିସ ଅଧୀକ୍ଷକ ଏବଂ ଅନ୍ୟାନ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତି ମଧ୍ୟ ଜାରି କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଦେଶ ଖବର:


At least 6 workers trapped after roof of under-construction tunnel collapses in Telangana | Argus News