Videos
|
National

ବିମାନବନ୍ଦର ବାହାରେ ଭୟଙ୍କର ବିସ୍ଫୋରଣ; 4 ମୃତ, 17 ଆହତ

Smruti Parija
Browse all articles by Smruti Parija
·1 year ago·2 min read
ବିମାନବନ୍ଦର ବାହାରେ ଭୟଙ୍କର ବିସ୍ଫୋରଣ; 4 ମୃତ, 17 ଆହତ

ଅର୍ଗସ ବ୍ୟୁରୋ: ପାକିସ୍ତାନର କରାଚୀ ବିମାନବନ୍ଦର ବାହାରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ । ଏଥିରେ ପାଖାପାଖି ଚାରି ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଏଥିରେ ଅତିମକରେ ୧୭ ଜଣ ଆହତ ହୋଇଛନ୍ତି । ଚୀନ୍ ନାଗରିକଙ୍କୁ ଟାର୍ଗେଟ କରି ଏହି ବିସ୍ଫୋରଣ କରାଯାଇଥିଲା। ଚାଇନା ନାଗରିକଙ୍କୁ ନେଇ ଏକ କାର୍ ବିମାନବନ୍ଦର ଆଡକୁ ଯାଉଥିବା ବେଳେ ଏହି ବିସ୍ଫୋରଣ ଘଟିଛି । 

 

ଏହି ବିସ୍ଫୋରଣରେ ବିଦେଶୀ ନାଗରିକଙ୍କୁ ନେଇ ଯାଉଥିବା ପୋଲିସ ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ବିସ୍ଫୋରଣ ପରେ ସାମ୍ନାକୁ ଆସିଥିବା ଭିଡିଓରେ ଅନେକ କାରରେ ନିଆଁ ଦେଖିବାକୁ ମିଳିଥିଲା । ସେପଟେ ଏହି ଆତ୍ମଘାତୀ ବିସ୍ଫୋରଣ ପାଇଁ ବଲୋଚ୍ ଲିବେରସନ ଆର୍ମିର ମଜିଦ୍ ବ୍ରିଗେଡ୍ ଏଥିପାଇଁ ନିଜକୁ ଦାୟୀ କରିଛି  ପାକିସ୍ତାନରେ ହଜାର ହଜାର ଚାଇନିଜ୍ କର୍ମଚାରୀ ଅଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେମାନଙ୍କ ମଧ୍ୟରୁ ଅଧିକାଂଶ ବେଜିଂର ବିଲିୟନ ଡଲାରର ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭରେ କାର୍ଯ୍ୟ କରୁଛନ୍ତି। ଯାହା ଦକ୍ଷିଣ ଏବଂ ମଧ୍ୟ ଏସିଆକୁ ଚାଇନାର ରାଜଧାନୀ ବେଜିଂ ସହିତ ଯୋଡିଥାଏ। ବିସ୍ଫୋରଣ ଏତେ ଭୟାନକ ଥିଲା ଯେ ବିମାନବନ୍ଦର ବି ଥରି ଉଠିଥିଲା ।


 

At least three foreign nationals died while 17 others sustained injuries in a huge explosion near Jinnah International Airport, Karachi, reports Pakistan's Geo News | Argus News