Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କଣ୍ଟେଣ୍ଟ କ୍ରିଏଟର କ୍ରାନ୍ତି ସୃଷ୍ଟି କରିଛନ୍ତି- ପ୍ରଧାନମନ୍ତ୍ରୀ

National

କଣ୍ଟେଣ୍ଟ କ୍ରିଏଟର କ୍ରାନ୍ତି ସୃଷ୍ଟି କରିଛନ୍ତି- ପ୍ରଧାନମନ୍ତ୍ରୀ

Smruti Parija
Browse all articles by Smruti Parija
·2 years ago·2 min read
କଣ୍ଟେଣ୍ଟ କ୍ରିଏଟର କ୍ରାନ୍ତି ସୃଷ୍ଟି କରିଛନ୍ତି- ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ: ସୋସିଆଲ ମିଡିଆରେ ଏବେ ବିପ୍ଲବ ସୃଷ୍ଟି କରିଛନ୍ତି କଣ୍ଟେଣ୍ଟ କ୍ରିଏଟର । ଗାଁ, ଜିଲ୍ଲା , ରାଜ୍ୟଠୁ ଆରମ୍ଭ କରି ଦେଶର କୋଣ ଅନୁକୋଣରେ ଭିନ୍ନ ଭିନ୍ନ ଦିଗରେ ସୁନ୍ଦର ସୁନ୍ଦର ଭିଡିଓ ଅପଲୋଡ୍ ବି କରୁଛନ୍ତି । ଯାହା ଦ୍ୱାରା ସେହି ଅଞ୍ଚଳର କଳା, ସଂସ୍କୃତି, ଐତିହ, ପରମ୍ପରାକୁ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚି ପାରୁଛି । 

ସେହି କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ ପ୍ରଥମ ଥର ନୂଆଦିଲ୍ଲୀ ଭାରତ ମଣ୍ଡପମରେ  ନ୍ୟାସନାଲ କଣ୍ଟେଣ୍ଟ କ୍ରିଏଟରସ୍ସ ଆୱାର୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପାଖାପାଖି ୨୦ଟି ବର୍ଗରେ ୨୩ ଜଣଙ୍କୁ ପୁରସ୍କାର ବି ମିଳିଛି ।

ଜାଣନ୍ତୁ କାହାକୁ ମିଳିଲା ପୁରସ୍କାର ?
ମୋଟିଭେସନାଲ ସ୍ପିକର

1- ସାମାଜିକ ପରିବର୍ତ୍ତନରେ ବେଷ୍ଟ୍ କ୍ରିଏଟର୍ ଭାବରେ ଜୟା କିଶୋରୀଙ୍କୁ ମିଳିଛି ପୁରସ୍କାର । ପ୍ରସିଦ୍ଧ ପ୍ରବଚିକା ଜୟା କିଶୋରୀ (Jaya Kishori) ଙ୍କୁ କିଏ ବା ନଜାଣନ୍ତି । ତାଙ୍କର ପ୍ରେରଣାଦାୟୀ ବଚନ ଓ ଶ୍ରୀମଦ୍ ଭଗବଦ୍ ଗୀତା ପାଠ ଯୋଗୁଁ ସାରା ଦେଶରେ ତାଙ୍କର ଲକ୍ଷଲକ୍ଷ ପ୍ରଶଂସକ ରହିଛନ୍ତି । 

2-ମୈଥିଲି ଠାକୁର 

କଲଚରାଲ୍ ଆମ୍ବାସେଡର୍ ଅଫ୍ ଦ ଇୟର୍ ଆୱାର୍ଡରେ ସମ୍ମାନିତ ହୋଇଛନ୍ତି ମୈଥିଲି  । ଲୋକପ୍ରିୟ ଗାୟକ ମୈଥିଲି ଠାକୁରଙ୍କୁ ପ୍ରଧାନମନ୍ତ୍ରୀ ମୋଦି ସାଂସ୍କୃତିକ ରାଷ୍ଟ୍ରଦୂତ ପୁରସ୍କାର ପ୍ରଦାନ କରିଛନ୍ତି । ତାଙ୍କର ଗୋଟିଏ ଗୀତ ସୋସିଆଲ ମିଡିଆରେ ଅନେକ ଲୋକଙ୍କୁ ବାନ୍ଧି ରଖିଥାଏ । 

3-ଡ୍ରୁ ହିକ୍ସ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶ୍ରେଷ୍ଠ ଆନ୍ତର୍ଜାତୀୟ କ୍ରିଏଟର୍ସ ବା ରଚନାକାର ପୁରସ୍କାର ପାଇଛନ୍ତି ଡ୍ରୁ ହିକ୍ସ । ସେହିପରି ଖେଳ ବର୍ଗରେ ନିଶ୍ଚୟଙ୍କୁ ମିଳିଛି ଶ୍ରେଷ୍ଠ କ୍ରିଏଟର୍ସ ପୁରସ୍କାର । ଏଥି ସହିତ ଅଙ୍କିତ ବାଇୟାନପୁରିଆ ଶ୍ରେଷ୍ଠ ସ୍ବାସ୍ଥ୍ୟ ଏବଂ ଫିଟନେସ କ୍ରିଏଟର୍ସ ପୁରସ୍କାର ପାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଶିକ୍ଷା ବର୍ଗରେ ନମନ ଦେଶମୁଖଙ୍କୁ ଶ୍ରେଷ୍ଠ ଲେଖକ ପୁରସ୍କାର ପ୍ରଦାନ କରିଛନ୍ତି । ଡିସରପଟର ଅଫ ଦି ଇୟର ପୁରସ୍କାର ପାଇଛନ୍ତି ରଣବୀର ଇଲାହାବାଦିଆ । 

ସେହିପରି ଘରେ ଘରେ ପରିଚିତ କବିତାସ୍ କିଚେନ । ଯାହାଙ୍କ ରୋଷେଇ ଦେଖି ଅନେକ ଲୋକ ନିଜ ଘରେ କିଛି ନୂଆ ଓ ସୁଆଦିଆ ଖାଇବା ପ୍ରସ୍ତୁତ କରିଥାନ୍ତି । ବେଷ୍ଟ କ୍ରିଏଟର ଇନ୍ ଫୁଡ୍ କାଟାଗୋରୀରେ କବିତା ସିଂହଙ୍କୁ ପୁରସ୍କାର ମିଳିଛି । ସେହପରି ଅମନ ଗୁପ୍ତାଙ୍କୁ ମିଳିଛି ସେଲିବ୍ରିଟି କ୍ରିଏଟର ଆୱାର୍ଡ । 

ତେବେ ଏହି ଅବସରରେ ଦେଶବାସୀଙ୍କୁ ସମ୍ୱୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଆୱାର୍ଡ ଆଗାମୀ ଦିନରେ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ନେବାକୁ ଯାଉଛି । ଏହି ପୁରସ୍କାର ଦ୍ୱାରା ଯୁବପିଢିଙ୍କୁ ସ୍ୱତନ୍ତ୍ର ପରିଚୟ ମିଳିବ । 

ଯୁବପିଢି ଦେଶର ଭବିଷ୍ୟତ । ଇଏ ସେହି ଯୁବପିଢି ଯିଏ କଣ୍ଟେଣ୍ଟ ଲେଖନ୍ତି, ନିଜେ ଅଭିନୟ କରନ୍ତି, ଏହାକୁ ଏଡିଟ୍ କରନ୍ତି । ଏବଂ ଶେଷରେ ପ୍ରୋଜେକ୍ଟ ଅପଲୋଡ୍ କରନ୍ତି । ଏଥିରୁ ଏହା ସଫା ସଫା ବୁଝି ହେଉଛି ଯେ ଯୁବପିଢି ମଧ୍ୟରେ କେତେ ଶକ୍ତି କେତେ ପ୍ରତିଭା ଅଛି । 

ଆପଣଙ୍କ କଣ୍ଟେଣ୍ଟ ଆଜି ପୁରା ଭାରତବର୍ଷର ଜବରଦସ୍ତ ପ୍ରଭାବ ପକାଉଛି । ଆଜିକା ଦିନରେ ଲକ୍ଷ ଲକ୍ଷ ଲୋକ ଇଣ୍ଟରନେଟ୍ ରେ କଣ୍ଟେଣ୍ଟ ତିଆରି କରୁଛନ୍ତି । ହେଲେ ପୂର୍ବରୁ ଏହା କିଏ କେବେ ଭାବିନଥିଲେ ଯେ ସୋସିଆଲ ମିଡିଆ କଣ୍ଟେଣ୍ଟ ଏତେ ପ୍ରଭାବଶାଳୀ । ଏହା ଏକ କ୍ରାନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଆହୁରି ପଢନ୍ତୁ ଭାରତ ଖବର...

Argus Whatsapp Channel Mobile Top
Sponsored
At the first ever National Creators Award, Prime Minister Narendra Modi presents the Disruptor of the Year award to Ranveer Allahbadia (BeerBiceps) at Bharat Mandapam | Argus News