Videos
|
National

Atal Canteen / ୫ ଟଙ୍କାରେ ଭରୁଛି ହଜାର ହଜାର ପେଟ... ଦିଲ୍ଲୀରେ ଗରିବଙ୍କ ପାଇଁ ବଡ଼ ସାହାରା

Rashmita Mishra
Browse all articles by Rashmita Mishra
·54 mins ago·2 min read
୫ ଟଙ୍କାରେ ଭରୁଛି ହଜାର ହଜାର ପେଟ... ଦିଲ୍ଲୀରେ ଗରିବଙ୍କ ପାଇଁ ବଡ଼ ସାହାରା
Atal Canteen

Key Points

ଅଟଳ କ୍ୟାଣ୍ଟିନରେ ୫ ଟଙ୍କାରେ ପେଟପୂଜା
ଦିଲ୍ଲୀରେ ଅଟଳ କ୍ୟାଣ୍ଟିନରେ ମାତ୍ର ୫ ଟଙ୍କାରେ ସ୍ୱାଦିଷ୍ଟ ଓ ପୌଷ୍ଟିକ ଭୋଜନ...
ଶ୍ରମିକ ଓ ଦିନମଜୁରିଆଙ୍କ ପାଇଁ ପାଲଟିଛି ସାହାରା...

ମହଙ୍ଗା ମାଡ଼ରେ ୫ ଟଙ୍କାରେ ଆଜିକାଲି ଗୋଟିଏ କପ୍ ଚା’ ବି ମିଳିବା କଷ୍ଟକର.... କିନ୍ତୁ ଦେଶର ରାଜଧାନୀ ଦିଲ୍ଲୀରେ ଏହି ୫ ଟଙ୍କାରେ ମିଳୁଛି ସ୍ୱାଦିଷ୍ଟ ଓ ପୌଷ୍ଟିକ ପେଟ ପୂରା ଭୋଜନ । ଦିନମଜୁରିଆ, ରିକ୍ସାଚାଳକ ଓ ପ୍ରବାସୀ ଶ୍ରମିକଙ୍କ ପାଇଁ ଶ୍ରଦ୍ଧାର କେନ୍ଦ୍ର ପାଲଟିଛି ‘ଅଟଳ କ୍ୟାଣ୍ଟିନ୍’ । ଓଡ଼ିଶାର ‘ଆହାର ଯୋଜନା’ ଭଳି ଦିଲ୍ଲୀର ଏହି ଅଟଳ କ୍ୟାଣ୍ଟିନ୍ କିଭଳି ହଜାର ହଜାର ଭୋକିଲା ପେଟକୁ ଦେଉଛି ସାହାରା ।

​ସୂର୍ଯ୍ୟ ଉଇଁଲେ ଆରମ୍ଭ ହୁଏ ଜୀବନର ସଂଘର୍ଷ । କାହା ହାତରେ ରିକ୍ସାର ହ୍ୟାଣ୍ଡେଲ୍ ତ ଆଉ କାହା କାନ୍ଧରେ ଶ୍ରମର ବୋଝ । ମହଙ୍ଗା ସହର ଦିଲ୍ଲୀରେ ଦୁଇ ଓଳି ଗଣ୍ଡେ ଖାଇବା ଯେଉଁଠି ଅନେକଙ୍କ ପାଇଁ ବଡ଼ ଆହ୍ୱାନ, ସେଠାରେ ଆଶ୍ୱାସନାର ଆଲୋକ ସାଜିଛି ଅଟଳ କ୍ୟାଣ୍ଟିନ୍ ।

ଓଡ଼ିଶାର ଆହାର ଯୋଜନା ଭଳି ଏଠାରେ ମଧ୍ୟ ମାତ୍ର ୫ ଟଙ୍କାର ଟିକେଟ୍‌ରେ ମିଳୁଛି ପେଟ ଭର୍ତ୍ତି ଆହାର । ସକାଳୁ ସଞ୍ଜ ପର୍ଯ୍ୟନ୍ତ କ୍ୟାଣ୍ଟିନ୍ ଆଗରେ ଲାଗୁଛି ଶ୍ରମଜୀବୀ, ସୁରକ୍ଷାକର୍ମୀ ଓ ଦୂର-ଦୂରାନ୍ତରୁ ଆସିଥିବା ପ୍ରବାସୀଙ୍କ ଲମ୍ବା ଧାଡ଼ି । ଦିନସାରା ଝାଳବୁହା ରୋଜଗାରରୁ କିଛି ସଞ୍ଚୟ କରିବା ସହ ଉତ୍ତମ ଖାଦ୍ୟ ପାଇବା ଏବେ ଏହି ସାଧାରଣ ଲୋକଙ୍କ ପାଇଁ ସହଜ ହୋଇପାରିଛି ।

କେବଳ ପେଟ ପୂରାଇବା ନୁହେଁ, ଖାଦ୍ୟର ମାନ ଓ ସ୍ୱଚ୍ଛତା ଏହି କ୍ୟାଣ୍ଟିନ୍‌ର ସବୁଠୁ ବଡ଼ ପରିଚୟ । ଦିଲ୍ଲୀର କୋଣ ଅନୁକୋଣରେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ଅଟଳ କ୍ୟାଣ୍ଟିନ୍ ଏବେ କାର୍ଯ୍ୟକ୍ଷମ । ବିଶୁଦ୍ଧ ଜଳଠାରୁ ଆରମ୍ଭ କରି ପୌଷ୍ଟିକ ଆହାର ସବୁଥିରେ ରହୁଛି ନିର୍ମଳତାର ଛାପ । ଯେଉଁଠି ବାହାରେ ଗୋଟିଏ ଓଳି ଖାଇବାକୁ ୫୦ରୁ ୧୦୦ ଟଙ୍କା ଗଣିବାକୁ ପଡ଼େ, ସେଠାରେ ନିମ୍ନ ଆୟବର୍ଗର ଲୋକଙ୍କ ପାଇଁ ୫ ଟଙ୍କାର ଏହି ଆହାର ପାଲଟିଛି ସେମାନଙ୍କ ସ୍ୱାଭିମାନ ଓ ସୁରକ୍ଷାର କବଚ ।

ସ୍ଥାନ ଅଲଗା ହୋଇପାରେ, ନାଁ ଅଲଗା ହୋଇପାରେ କିନ୍ତୁ ଲକ୍ଷ୍ୟ ଗୋଟିଏ: "କେହି ଜଣେ ବି ଯେପରି ଭୋକିଲା ପେଟରେ ନ ଶୋଉ ।" ଓଡ଼ିଶାର ଆହାର ହେଉ କି ଦିଲ୍ଲୀର ଅଟଳ କ୍ୟାଣ୍ଟିନ୍, ଏହି ମାନବୀୟ ପ୍ରୟାସ ଆଜି ଲକ୍ଷ ଲକ୍ଷ ଗରିବଙ୍କ ମୁହଁରେ ହସ ଫୁଟାଇବାରେ ସଫଳ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: