Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Atal Pension / ଖୁସି ଖବର ! ପେନ୍‌ସନ୍‌ଧାରୀଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଲେ କେନ୍ଦ୍ର ସରକାର

Satyendu Sekhar Mishra
Browse all articles by Satyendu Sekhar Mishra
·5 months ago·2 min read
ଖୁସି ଖବର ! ପେନ୍‌ସନ୍‌ଧାରୀଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଲେ କେନ୍ଦ୍ର ସରକାର
Atal Pension

Key Points

ଅଣସଂଗଠିତ କ୍ଷେତ୍ରର କର୍ମଚାରୀଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ଓ ଲଘୁ ଉଦ୍ୟୋଗକୁ ଶସ୍ତା ଦରରେ ଋଣ ପ୍ରଦାନ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଅଟଳ ପେନ୍‌ସନ ଯୋଜନା (ଏପିୱାଇ)କୁ ଜାରି ରଖାଯିବ। ଏହି ଯୋଜନାର ପ୍ରଚାରପ୍ରସାର ଓ ବିକାଶମୂଳକ କାର୍ଯ୍ୟକଳାପ ପାଇଁ ପାଣ୍ଠି ସହାୟତାର ସମ୍ପ୍ରସାରଣ କରାଯିବା ସହିତ ନିଅଣ୍ଟ ଭରଣା ଲାଗି ମଧ୍ୟ ପାଣ୍ଠି ଯୋଗାଇ ଦିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଆଜି ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।

କେନ୍ଦ୍ର ସରକାର ଆର୍ଥିକ ମୋର୍ଚ୍ଚାରେ ଦୁଇଟି ବଡ଼ ଓ ଦୂରଗାମୀ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ବୈଠକରେ ସାଧାରଣ ଲୋକଙ୍କ ସାମାଜିକ ସୁରକ୍ଷାକୁ ମଜଭୁତ କରିବା ପାଇଁ ଅଟଳ ପେନ୍‌ସନ୍ ଯୋଜନା (ଏନପିୱାଇ)କୁ ୨୦୩୦-୩୧ ଯାଏ ବଢାଯାଇଛି ।

ଅନ୍ୟପଟେ ରୋଜଗାର ସୃଜନ ଓ ଲଘୁ ଉଦ୍ୟୋଗକୁ ପ୍ରୋତ୍ସାହିତ ଦେବା ପାଇଁ ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କରେ ୫ ହଜାର କୋଟି ଟଙ୍କା ପୁଞ୍ଜି ନିବେଶ ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଛି । ଏହି ନିଷ୍ପତ୍ତି ଅଣସଂଗଠିତ କ୍ଷେତ୍ରର କର୍ମଚାରୀଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ଓ ଲଘୁ ଉଦ୍ୟୋଗକୁ ଶସ୍ତା ଦରରେ ଋଣ ପ୍ରଦାନ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ।

କେନ୍ଦ୍ର କ୍ୟାବିନେଟ୍ ସରକାରଙ୍କ ପ୍ରମୁଖ ସାମାଜିକ ସୁରକ୍ଷା ଯୋଜନା, ଅଟଳ ପେନ୍‌ସନ୍ ଯୋଜନାକୁ ଆର୍ଥିକ ବର୍ଷ ୨୦୩୦-୩୧ ଯାଏ ଜାରି ରଖିବାକୁ ମଞ୍ଜୁରି ଦେଇଛନ୍ତି । ଏହି ବିସ୍ତାର ସହ ଯୋଜନାର ପ୍ରଚାର, ବିକାଶ ଗତିବିଧି ଓ ଗ୍ୟାପ ଫଣ୍ଡିଂ ପାଇଁ ଆର୍ଥିତ ସହାୟତାକୁ ମଧ୍ୟ ସ୍ୱୀକୃତି ମିଳିଛି ।

ଏମ୍‌ଏସ୍‌ଏମ୍‌ଇକୁ ଆଶ୍ୱସ୍ତି ପ୍ରଦାନ କରି ସରକାର ସିଡବିକୁ ୫ ହଜାର କୋଟି ଟଙ୍କାର ଇକ୍ୱିଟି ସହାୟତା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ପୁଞ୍ଜି ବିତ୍ତୀୟ ସେବା ବିଭାଗ ଅର୍ଥାତ୍ ଡିଏଫଏସ୍ ଦ୍ୱାରା ତିନି କିସ୍ତିରେ ଦିଆଯିବ । ବୁଧବାର କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତି ସଂକେତ ଦେଉଛି ଯେ ସରକାରଙ୍କ ଫୋକସ୍ ସାମାଜିକ ସୁରକ୍ଷା ଓ ଆର୍ଥିକ ବିକାଶ ଉଭୟ ଉପରେ ରହିଛି । ଅଟଳ ପେନ୍‌ସନ୍ ଯୋଜନାକୁ ବଢାଯିବା ଦୁର୍ବଳ ବର୍ଗକୁ ସୁରକ୍ଷା କବଚ ପ୍ରଦାନ କରିବ, ଅନ୍ୟପଟେ ସିଡବି ଜରିଆରେ ପୁଞ୍ଜି ପ୍ରବାହ କ୍ଷୁଦ୍ର ଉଦ୍ୟୋଗକୁ ପ୍ରୋତ୍ସାହନ ନେଇ ନୂଆ ନିଯୁକ୍ତି ସୃଜନ ବାଟ ଖୋଲିବ ।

ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ ବୃଦ୍ଧାବସ୍ଥାରେ ଆୟ ସୁରକ୍ଷା ଯୋଗାଇ ଦେବା ଉଦ୍ଦେଶ୍ୟରେ ୨୦୧୫ ମେ ୯ରେ ଏପିୱାଇ ଯୋଜନା ଆରମ୍ଭ କରାଯାଇଥିଲା। ଆର୍ଥିକ ଯୋଗଦାନକୁ ଆଧାର କରି ଏପିୱାଇ ୬୦ ବର୍ଷ ବୟସରୁ ପ୍ରତି ମାସରେ ୧୦୦୦ ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଗ୍ୟାରେଣ୍ଟିଯୁକ୍ତ ସର୍ବନିମ୍ନ ପେନସନ ପ୍ରଦାନ କରିଥାଏ । ୨୦୨୬ ଜାନୁଆରି ୧୯ ସୁଦ୍ଧା ୮.୬୬ କୋଟିରୁ ଅଧିକ ଉପଭୋକ୍ତା ଏହି ଯୋଜନାରେ ପଞ୍ଜୀକରଣ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Atal Pension | Atal Pension Yojana Extended Till 2030–31 As Cabinet Clears Funding For Outreach And Gap Support | Argus News