ବିରୋଧୀ ଦଳ ନେତା ହେଲେ ଆତିଶୀ

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ଦିଲ୍ଲୀ ବିଧାନସଭାର ବିରୋଧୀ ଦଳ ନେତା ଭାବେ ମନୋନୀତ ହୋଇଛନ୍ତି। ଦିଲ୍ଲୀ ମୁଖ୍ୟାଳୟରେ ବସିଥିବା ଆମ ଆଦମୀ ପାର୍ଟି ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ହୋଇଛି।
ଦଳର ସମସ୍ତ ବିଧାୟକ ଆତିଶୀଙ୍କୁ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ଚୟନ କରିଛନ୍ତି। ଏହି ବୈଠକରେ ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ଉପସ୍ଥିତ ଥିଲେ।
📱 Get Argus News App
✨ଭୋଟରେ ପରାସ୍ତ କରିଥିଲେ। ଦଳର ହେବିଓ୍ବେଟ ନେତା ଅରବିନ୍ଦ କେଜ୍ରିୱାଲ ଓ ମନୀଷ ସିସୋଦିଆଙ୍କ ଭଳି ନେତା ପରାଜିତ ହୋଇଥିବା ବେଳେ ଆତିଶୀ ବିଜୟ ହୋଇଥିଲେ।
ଦୀର୍ଘ ୨୭ ବର୍ଷର ବ୍ୟବଧାନ ପରେ ଦିଲ୍ଲୀରେ ବିଜେପି ସରକାର ହୋଇଛି। ମୁଖ୍ୟମନ୍ତ୍ରୀ ହୋଇଛନ୍ତି ରେଖା ଗୁପ୍ତା। ବିରୋଧୀ ଦଳ ଭୂମିକା ନିର୍ବାହ କରିବାକୁ ଯାଉଛି ଆମ ଆଦମୀ ପାର୍ଟି। ଦିଲ୍ଲୀ ବିଧାନସଭାର ୭୦ ଟି ସିଟରୁ ୪୮ ସିଟରେ ଜିତି ସରକାର ଗଢିଛି ବିଜେପି।
୨୦୨୪ ମସିହାରେ ମଦ ଦୁର୍ନୀତି ମାମଲାରେ ଦଳର ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆତିଶୀ ହୋଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ଚଳିତ ନିର୍ବାଚନରେ ଆମ ପାର୍ଟିର ଶୋଚନୀୟ ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ସେ ଇସ୍ତଫା ଦେଇଥିଲେ। ଏବେ ସେ ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତା ଭୂମିକା ନିର୍ବାହ କରିବେ।
ଏହି ଅବସରରେ ଆତିଶୀ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ବିଧାୟକ ଦଳ ମୋତେ ବିରୋଧୀ ଦଳ ନେତା ବାଛିଥିବାରୁ ମୁଁ ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଧନ୍ୟବାଦ ଜଣାଉଛି। ଦିଲ୍ଲୀବାସୀ ଆମକୁ ବିରୋଧୀ ଭୂମିକା ଦେଇଛନ୍ତି ଏବଂ ଆମେ ଏକ ଶକ୍ତିଶାଳୀ ବିରୋଧୀ ଭାବରେ କାର୍ଯ୍ୟ କରିବୁ। ଦଳ ଜନସାଧାରଣଙ୍କ ସମସ୍ୟାକୁ ଗୃହରେ ଉଠାଇବ। ଲୋକଙ୍କ ଅଧିକାର ପାଇଁ ଲଢେଇ ଜାରି ରହିବ।
दिल्ली विधानसभा में आम आदमी पार्टी के विधायक दल की नेता की जिम्मेदारी सौंपने के लिए 'आप' के राष्ट्रीय संयोजक @ArvindKejriwal जी और विधायक दल का आभार।
— Atishi (@AtishiAAP) February 23, 2025
दिल्ली की जनता ने हमें विपक्ष की भूमिका सौंपी है, और हम एक मजबूत विपक्ष के रूप में यह सुनिश्चित करेंगे कि भाजपा सरकार दिल्लीवालों…