Videos
|
National

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଆତିଶୀ ମାର୍ଲେନା

Rashmita Mishra
Browse all articles by Rashmita Mishra
·1 year ago·1 min read
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଆତିଶୀ ମାର୍ଲେନା

ଦିଲ୍ଲୀରେ ଆପ ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଆତିଶୀ ମାର୍ଲେନା । ରାଜଭବନରେ ଉପରାଜ୍ୟପାଳଙ୍କୁ ଭେଟି ପ୍ରଦାନ କଲେ ଇସ୍ତଫା ପତ୍ର । ଶନିବାର ଆସିଥିବା ନିର୍ବାଚନ ଫଳାଫଳରେ ବିଜେପିକୁ ୪୮ ଏବଂ ଆମ୍‌ ଆଦମି ପାର୍ଟିକୁ ମିଳିଛି ୨୨ ସିଟ୍‌ ।


ଦିଲ୍ଲୀରେ ଆପ ପରାଜୟ ପରେ ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା। ଆଜି ରାଜଭବନରେ ଉପରାଜ୍ୟପାଳଙ୍କୁ ଭେଟି ସେ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଆତୀଶୀ କାଲକାଜୀ ବିଧାନସଭା ସିଟରୁ ବିଜୟ ଲାଭ କରିଛନ୍ତି। ସେ ବିଜେପିର ରମେଶ ବିଧୁରିଙ୍କୁ ୩ ହଜାର ୫୦୦ରୁ ଅଧିକ ଭୋଟରେ ହରାଇଛନ୍ତି । ଶନିବାର ଆସିଥିବା ନିର୍ବାଚନ ଫଳାଫଳରେ ବିଜେପିକୁ ୪୮ ଏବଂ ଆମ୍‌ ଆଦମି ପାର୍ଟିକୁ ୨୨ ସିଟ୍‌ ମିଳିଛି। ଦିଲ୍ଲୀ ଅକ୍ତିଆର କରିଛି ଭାରତୀୟ ଜନତା ପାର୍ଟି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତେବେ ବିଜେପି ପକ୍ଷରୁ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ କିଛି ଘୋଷଣା କରାଯାଇଛି । ସେପଟେ ଆଜି ସଂଧ୍ୟାରେ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ଦଳର ବିଜୟୀ ବିଧାୟକଙ୍କୁ ନେଇ ଏକ ବୈଠକ କରିବେ।

Atishi Marlena resigns from the post of Chief Minister | Argus News