Videos
|
National

ଦିଲ୍ଲୀ ମଦ ଦୁର୍ନୀତିରେ ବହୁ ନେତା ଜେଲ ଯିବା ପରେ ଆତିଶୀ ଥିଲେ ଚର୍ଚ୍ଚାରେ

Ritu Das
Browse all articles by Ritu Das
·1 year ago·2 min read
ଦିଲ୍ଲୀ ମଦ ଦୁର୍ନୀତିରେ ବହୁ ନେତା ଜେଲ ଯିବା ପରେ ଆତିଶୀ ଥିଲେ ଚର୍ଚ୍ଚାରେ

ଅର୍ଗସ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ପରେ ଆତିଶି ମାର୍ଲେନ ମୁଖ୍ୟମନ୍ତ୍ରୀ ଭାବେ ଦଳୀୟ ନେତାଙ୍କ ଦ୍ୱାରା ମନୋନୀତ ହୋଇଛନ୍ତି । ଦିଲ୍ଲୀ ମଦ ଦୁର୍ନୀତିରେ ବହୁ ନେତା ଜେଲ ଯିବା ପରେ ଆତିଶୀ ରହିଥିଲେ ଚର୍ଚ୍ଚାରେ । ଏବେ ଏହି ଚର୍ଚ୍ଚା ଆହୁରି ଜୋର ଧରିଛି । ତେବେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଆତିଶୀଙ୍କ କ୍ୟାରିୟର ବିଷୟରେ ଅନେକଙ୍କୁ ଜଣାନାହିଁ ।

୨୦୨୦ ନିର୍ବାଚନରେ ପ୍ରଥମ ଥର ପାଇଁ ବିଧାୟିକ ହୋଇଥିଲେ ଆତିଶୀ । ପ୍ରଥମେ ସେ ଶିକ୍ଷା ୱାର୍କର ଭାବେ ଶିକ୍ଷା ସୁଧାର ଦିଗରେ କାମ କରିଥିଲେ । ସେହିପରି ଆର୍ଥିକ ପରାମର୍ଶଦାତା, ରାଜନୈତିକ ପରାମର୍ଶଦାତା, ସାମାଜିକ କର୍ମୀ ଭାବେ କାମ କରିଥିଲେ । ଦିଲ୍ଲୀବାସୀଙ୍କ ବିଭିନ୍ନ ସମସ୍ୟା ସମୟରେ ଆତିଶୀ ସେମାନଙ୍କ ପାଇଁ କାମ କରି ନିଜ ପାଇଁ ସ୍ୱତନ୍ତ୍ର ଏକ ପରିଚୟ ସୃଷ୍ଟି କରିଥିଲେ ।
ଆତିଶୀ ଅକ୍ସଫୋର୍ଡ ୟୁନିଭର୍ସିଟିରୁ ଅର୍ଥନୀତିରେ ଏମଏସସି ଡିଗ୍ରୀ ହାସଲ କରିଥିଲେ । ଶିକ୍ଷାର ବିକାଶ ପାଇଁ କାମ କରି ଆତିଶୀ ଲୋକପ୍ରିୟତା ହାସଲ କରିଥିଲୋ ତାଙ୍କ ଏହି କାମ ପାଇଁ ୨୦୧୬ରେ ମେଗାସସ ପୁରସ୍କାର ପାଇଥିଲେ।

ତେବେ ଶୁକ୍ରବାର କେଜରିୱାଲ ଜେଲରୁ ୧୭୭ ଦିନ ପରେ ମୁକ୍ତ ହୋଇଥିଲେ ଏହା ପରେ ରବିବାର ଦିନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଥିଲେ । ଏହା ପରେ କେଜରିୱାଲଙ୍କ ସ୍ଥାନରେ କିଏ ମୁଖ୍ୟମନ୍ତ୍ରୀ ହେବ ତାକୁ ନେଇ ଚର୍ଚ୍ଚା ଜୋରଧରିଥିଲା । ତେବେ ଏହି ଦୌଡରେ ଆଗରେ ଥିଲେ ଆତିଶୀ । ଶେଷରେ ଆତିଶୀଙ୍କ ନାଁରେ ମୋହର ଲଗାଇଲା ଆପ। 

ଆମ ଆଦମୀ ପାର୍ଟିର ବିଧାୟକ ଦଳ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଅରବିନ୍ଦ କେଜରିୱାଲଙ୍କ ପରେ ବର୍ତ୍ତମାନ ଆତିଶୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବେ। ଏହାପୂର୍ବରୁ ଶୀଲା ଦୀକ୍ଷିତ ଏବଂ ସୁଷମା ସ୍ବରାଜ ମଧ୍ୟ ମହିଳା ମୁଖ୍ୟମନ୍ତ୍ରୀ ଭାବରେ ଦିଲ୍ଲୀ ସିଏମ ଚେୟାରରେ ଥିଲେ। ଏହିପରି ଆତିଶୀ ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ବର୍ତ୍ତମାନର ମହିଳା ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଆଲୋଚନା କରି ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ପରେ ଆତିଶୀ ସମଗ୍ର ଦେଶରେ ଦ୍ୱିତୀୟ ମହିଳା ମୁଖ୍ୟମନ୍ତ୍ରୀ ହେବେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର