Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦିଲ୍ଲୀର ସିଏମ୍ ହେବେ ଆତିଶୀ

Rashmita Mishra
Browse all articles by Rashmita Mishra
·1 year ago·1 min read
ଦିଲ୍ଲୀର  ସିଏମ୍ ହେବେ ଆତିଶୀ

ଅର୍ଗସ ବ୍ୟୁରୋ: ୩ ଦିନ ଧରି  ଦିଲ୍ଲୀରେ ଚାଲିଛି କେଜରିୱାଲ ମ୍ୟାଚ। ଜେଲରୁ ବେଲରେ ବାହାରିବା ପରେ ଦିଲ୍ଲୀରେ ପୁରାପୁରି ବଦଳି ଯାଇଛି ରାଜନୀତିର ପାଣିପାଗ। ପ୍ରଥମେ ଇସ୍ତଫା ଦେବାର ଘୋଷଣା। ଆଉ ଗୋଟିଏ ଦିନ ଭିତରେ ନୂଆ ମୁଖମନ୍ତ୍ରୀଙ୍କ ନା ବି ଘୋଷଣା ହୋଇଛି। ଆଉ କିଛି ଘଣ୍ଟା ଭିତରେ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ନିଜର ଇସ୍ତଫା ଦେଇଛନ୍ତି କେଜରିୱାଲ। କେଜରିୱାଲଙ୍କ ଘନିଷ୍ଠ ଆତିଶି ବିଧାୟକ ଦଳର ନେତା ନିର୍ବାଚିତ ହେବା ପରେ ପରେ ହିଁ ନିଜ ମେଣ୍ଟର କେଜରିୱାଲ ହିଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଥିଲେ ଅଛନ୍ତି ଆଉ ରହିବେ ବୋଲି କହି ଇମୋସନାଲ୍ କାର୍ଡ ଖେଳିଥିଲେ। ନିର୍ବାଚନ ହେବାକୁ ୨ ମାସ ଥିବାବେଳେ ଆତିଶିଙ୍କୁ ପ୍ରକ୍ସି ସିଏମ୍ କରି ପୁଣିଥରେ ନିଜ ସ୍ବାର୍ଥର ଗୋଟି ଚଳାଇଛନ୍ତି ବୋଲି କେଜରିୱାଲଙ୍କୁ ବିଜେପି କରିଛି କଡା ଟାର୍ଗେଟ । 

ଆତିଶିଙ୍କ କାନ୍ଧରେ ବନ୍ଧୁକ ରଖି ଗୁଳି ଚଳାଇଛନ୍ତି କେଜରିୱାଲ। ମଦ ଦୁର୍ନୀତିର କଳଙ୍କ ଲିଭାଇବାକୁ ନିଜର ପାୱାରଫୁଲ୍ ମନ୍ତ୍ରୀଙ୍କୁ ଶାସନ ଗାଦିରେ ବସାଇ ରିମୋଟ ଚଳାଇବେ କେଜରିୱାଲ। ଗୋଟିଏ ପଟେ ଆପ୍ ଦଳ ଆତିଶୀଙ୍କୁ ଭରତ ଚତିତ୍ରରେ ଫିଟ୍ କରାଇ ରାମାୟଣକୁ ବଦନାମ କରୁଥିବା ବେଳେ ଆତିଶି ଆଫଜଲ୍ ଗୁରୁ ଲିଙ୍କକୁ ଖୋଲିଛନ୍ତି ଦିଲ୍ଲୀ ଅଯେଧ୍ୟାର ପୂର୍ବତନ ଅଧ୍ୟକ୍ଷ ଏବଂ ସାଂସଦ ସ୍ବାତୀ ମାଲିୱାଲ। 

ସେପ୍ଟେମ୍ବର 26-27ରେ ବସିବାକୁ ଥିବା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଆତିଶି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। 2020ରେ ପ୍ରଥମ ଥର ପାଇଁ ଆପ୍ ଦଳରେ ବିଧାୟକ  ଏବଂ ୨୦୨୩ ରେ ଶିକ୍ଷାମନ୍ତ୍ରୀ ହୋଇଥିଲେ ଆତିଶି ମାର୍ଲେନା। ତେବେ ଦିଲ୍ଲୀ ବିଧାନସଭା ନିର୍ବାଚନ ନଭେମ୍ବରରେ ହେବାର ସମ୍ଭାବନା ରହିଥିବା ବେଳେ କେଜରିଓ୍ବାଲଙ୍କ ଇସ୍ତଫା ପରେ  ଆପ୍ ବିଧାୟକଙ୍କ  ନେତା ନିର୍ବାଚିତ ହୋଇଥିବା  ଆତିଶି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ପଦରେ ରହିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 ଅଧିକ ପଢ଼ନ୍ତୁ ଭାରତ ଖବର... 

 

Sponsored
Atishi will be the CM of Delhi | Argus News