Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦିଲ୍ଲୀ ରାଜନୀତିରେ ହଲଚଲ,କେଜ୍ରିଓ୍ବାଲଙ୍କ ସ୍ଥାନ ନେବେ ଆତିଶୀ

Sangram Tripathy
Browse all articles by Sangram Tripathy
·1 year ago
ଦିଲ୍ଲୀ ରାଜନୀତିରେ ହଲଚଲ,କେଜ୍ରିଓ୍ବାଲଙ୍କ ସ୍ଥାନ ନେବେ ଆତିଶୀ

ଅର୍ଗସ ବ୍ୟୁରୋ:ଦିଲ୍ଲୀ ରାଜନୀତିରେ ହଲଚଲ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ପଦରୁ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଇସ୍ତାଫା ପରେ ଅତିଶୀଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରେ ବସାଇବା ପାଇଁ ଘୋଷଣାକରିଛନ୍ତି କେଜ୍ରିଓ୍ବାଲ। ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା କେଜ୍ରିୱାଲ ଶୁକ୍ରବାର ଜେଲରୁ ବାହାରିଥିଲେ। ଏହାପରେ ରବିବାର ସେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି ୪୮ ଘଣ୍ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ। କେଜ୍ରିୱାଲ ଇସ୍ତଫା ଦେଇଥିବାରୁ ଏବେ ଆପର ଅନ୍ୟତମ ବରିଷ୍ଠ ନେତା ଆତିଶୀ ମାର୍ଲେନା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବେ। ଉପ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି ଆପ୍ ନେତୃତ୍ବ। ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ଆତିଶୀ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ। ସେପଟେ ବିଜେପି କହିଛି ପ୍ରୋକ୍ସି ସିଏମ କରି ନିଜ ସ୍ବାର୍ଥର ଗୋଟି ଚଳାଇଛି ଆପ


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Atishi will replace Kejriwal in Delhi politics | Argus News