Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆତିଶୀ ୨୧ ସେପ୍ଟେମ୍ବରରେ ନେବେ ମୁଖ୍ୟମନ୍ତ୍ରୀ ପଦର ଶପଥ

National

ଆତିଶୀ ୨୧ ସେପ୍ଟେମ୍ବରରେ ନେବେ ମୁଖ୍ୟମନ୍ତ୍ରୀ ପଦର ଶପଥ

Ritu Das
Browse all articles by Ritu Das
·1 year ago·1 min read
ଆତିଶୀ ୨୧ ସେପ୍ଟେମ୍ବରରେ ନେବେ ମୁଖ୍ୟମନ୍ତ୍ରୀ ପଦର ଶପଥ

ଅର୍ଗସ ବ୍ୟୁରୋ: ଦିଲ୍ଲୀରେ ଆତିଶୀଙ୍କ ନେତୃତ୍ୱରେ ୨୧ ସେପ୍ଟେମ୍ବରରେ ଆମ ଆଦମୀ ପାର୍ଟୀର ସରକାର ହେବେ। ଆମ୍ ଆଦମୀ ପାର୍ଟୀର ବିଧାୟକ ଦଳର ନେତା ଆତିଶୀଙ୍କୁ ଏଲଜି ବିକେ ସାକ୍ସେନା ୨୧ ସେପ୍ଟେମ୍ବରରେ ମୁଖ୍ୟମନ୍ତ୍ରୀ ପଦର ଶପଥ ଗ୍ରହଣ କରାଇବେ। ଏଥିସହ ଆମ୍ ଆଦମୀ ପାର୍ଟୀର କିଛି ବିଧାୟକମାନଙ୍କୁ ମଧ୍ୟ ମନ୍ତ୍ରୀ ପଦର ଶପଥ ଗ୍ରହଣ କରାଯିବ। ଏହାରି ମଧ୍ୟରେ ଅରବିନ୍ଦ କେଜ୍ରିୱାଲ, ମନୀଷ ସିସୋଦିଆ ସମେତ ଆମ ଆଦମୀ ପାର୍ଟୀର ଅନେକ ନେତା ମଧ୍ୟ ଉପସ୍ଥିତ ରହିବେ। ସେ ଆମ୍ ଆଦମୀ ପାର୍ଟିର ପ୍ରଥମ ମହିଳା ନେତା ଯାହାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରାଯିବ।

ଏହା ପୂର୍ବରୁ ଆତିଶୀ ମଙ୍ଗଳବାର ଦିନ ଉପରାଜ୍ୟପାଳ ବିକେ ସାକ୍ସେନାଙ୍କ ସହ ମିଶୀ ସରକାର ହେବା ନେଇ ଦାବି ଜାରି କରିଥିଲେ। ଏହାପରେ ଏଲଜି ବିକେ ସାକ୍ସେନା ଆତିଶୀଙ୍କୁ ସରକାର କାରିବା ଲାଗି ନିମନ୍ତ୍ରଣ କରିଛନ୍ତି। କୁହାଯାଉଛି ଯେମ କେଜ୍ରିୱାଲ ସରକାରରେ ମନ୍ତ୍ରୀ ରହିଥୁବା ନେତାମାନଙ୍କୁ ପୁଣିଥରେ ମନ୍ତ୍ରୀ ପଦରୁ ଶପଥ ଦିଆଯିବ। ଏହା ବ୍ୟତୀତ ଦୁଇ ନୂଆ ବିଧାୟକଙ୍କୁ ମଧ୍ୟ କ୍ୟାବିନେଟରେ ସାମିଲ କରାଯିବ। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Atishi will take | Argus News