Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଟ୍ରେନ ଯାତ୍ରୀଙ୍କ ପାଇଁ ଏଟିଏମ୍ ସୁବିଧା, ନଗଦ ଉଠାଇ ପାରିବେ ଟଙ୍କା

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଟ୍ରେନ ଯାତ୍ରୀଙ୍କ ପାଇଁ ଏଟିଏମ୍ ସୁବିଧା, ନଗଦ ଉଠାଇ ପାରିବେ ଟଙ୍କା

ଏଣିକି ଚଳନ୍ତା ଟ୍ରେନ୍‌ରେ ଏଟିଏମ୍‌ରୁ ଟଙ୍କା ଉଠାଇପାରିବେ ଯାତ୍ରୀ । ଟ୍ରେନରେ ଥିବାବେଳେ ଆଉ ନଗଦ ଟଙ୍କା ସମସ୍ୟା ରହିବନି। ଟ୍ରେନ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସୁବିଧା ପାଇଁ ଆରମ୍ଭ ହୋଇଛି ଏଟିଏମ୍‌ ସେବା। ଏହି ସୁବିଧା ଏବେ ପରୀକ୍ଷାମୂଳକ ଭାବରେ ଆରମ୍ଭ କରାଯାଇଛି। ନାନ୍ଦେଡ଼ରୁ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍ ପର୍ଯ୍ୟନ୍ତ ଚାଲୁଥିବା ପଞ୍ଚବଟି ଏକ୍ସପ୍ରେସରେ ଏକ ଏଟିଏମ୍‌ ମେସିନ୍ ଲଗାଯାଇଛି।


ଟ୍ରେନରେ ସ୍ଥାପିତ ଏଟିଏମ୍ ଯାତ୍ରୀଙ୍କୁ ଯାତ୍ରା ସମୟରେ ଟଙ୍କା ଉଠାଇବାର ସୁବିଧା ଯୋଗାଇବ। ଟ୍ରେନରେ ସ୍ଥାପିତ ହୋଇଥିବା ଏଟିଏମ୍ ମେସିନରେ ନେଟୱାର୍କ ସଂଯୋଗ, ସୁରକ୍ଷା, ଗୋପନୀୟତା, ଯାତ୍ରୀ ସୁବିଧା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡିକ ପ୍ରତି ଧ୍ୟାନ ଦିଆଯାଉଛି। ଯଦି ଏହି ପରୀକ୍ଷଣ ସଫଳ ହୁଏ, ତେବେ ଭବିଷ୍ୟତରେ ଅନ୍ୟ ଟ୍ରେନଗୁଡ଼ିକରେ ମଧ୍ୟ ଏଟିଏମ୍ ସ୍ଥାପନ କରାଯିବାକୁ ଲକ୍ଷ୍ୟ ରଖିଛି ରେଳ ମନ୍ତ୍ରଣାଳୟ । ଏହି ସୁବିଧା ପରେ ଯାତ୍ରୀମାନଙ୍କୁ ଆବଶ୍ୟକ ସମୟରେ ଟଙ୍କା ଉଠାଇବା ପାଇଁ ଷ୍ଟେସନରେ ଅପେକ୍ଷା କରିବାକୁ ପଡିବ ନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ATM facility for train passengers, money can be withdrawn in cash | Argus News