Videos
|
National

Business News / ୧ ଅକ୍ଟୋବରରୁ ବଦଳିବ ATM ନିୟମ, ଫ୍ରି ଟ୍ରାଞ୍ଜାକ୍ସନ୍ ପରେ ଲାଗିବ ଅଧିକ ଚାର୍ଜ

Rashmita Mishra
Browse all articles by Rashmita Mishra
·21 mins ago·2 min read
୧ ଅକ୍ଟୋବରରୁ ବଦଳିବ ATM ନିୟମ, ଫ୍ରି ଟ୍ରାଞ୍ଜାକ୍ସନ୍ ପରେ ଲାଗିବ ଅଧିକ ଚାର୍ଜ
ATM rules change from October 2026

Key Points

ATMରୁ ଟଙ୍କା ଉଠାଇଲେ ଲାଗିବ ଚାର୍ଜ ।  ୧ ଅକ୍ଟୋବରରୁ ବଦଳିବ ATM ନିୟମ...   ଫ୍ରି ଟ୍ରାଞ୍ଜାକ୍ସନ୍ ପରେ ଲାଗିବ ଅଧିକ ଚାର୍ଜ ।

ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ATM ଟ୍ରାଞ୍ଜାକ୍ସନ୍ ସମ୍ପର୍କିତ ନିୟମରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି। ଅକ୍ଟୋବର ୨୦୨୬ରୁ ଏହି ନୂଆ ନିୟମ ଲାଗୁ ହେବ। ଏହାର ପ୍ରଭାବ ବିଶେଷକରି SBI ସେଭିଂ ଏବଂ ସାଲାରି ଆକାଉଣ୍ଟ ଗ୍ରାହକଙ୍କ ଉପରେ ପଡ଼ିପାରେ। ନୂଆ ନିୟମ ଅନୁଯାୟୀ, ମାସିକ ମାଗଣା ATM ଟ୍ରାଞ୍ଜାକ୍ସନ୍ ସୀମା ଶେଷ ହେବା ପରେ ଗ୍ରାହକଙ୍କୁ ପ୍ରତ୍ୟେକ ଅତିରିକ୍ତ ଟ୍ରାଞ୍ଜାକ୍ସନ୍ ପାଇଁ ଚାର୍ଜ ଦେବାକୁ ପଡ଼ିବ।

BSBD ଆକାଉଣ୍ଟରେ ବଦଳିବ?

SBI Basic Savings Bank Deposit (BSBD) ଆକାଉଣ୍ଟ ପାଇଁ ଅକ୍ଟୋବରରୁ ATM ଟ୍ରାଞ୍ଜାକ୍ସନ୍ରେ ନୂଆ ଚାର୍ଜ ଲାଗୁ ହେବ। ଗ୍ରାହକମାନେ ପ୍ରତି ମାସରେ ୪ଟି ATM ଟ୍ରାଞ୍ଜାକ୍ସନ୍ ମାଗଣା କରିପାରିବେ।

ଏହି ସୀମା ଅତିକ୍ରମ କରିବା ପରେ ପ୍ରତ୍ୟେକ ଅତିରିକ୍ତ ଟ୍ରାଞ୍ଜାକ୍ସନ୍ ପାଇଁ ୧୫ ଟଙ୍କା ସହ GST ଦେବାକୁ ପଡ଼ିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

AePS ଟ୍ରାଞ୍ଜାକ୍ସନ୍ ମଧ୍ୟ ଫ୍ରି ଲିମିଟ୍ରେ ସାମିଲ

SBI ନୂଆ ନିୟମରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେଉଛି Aadhaar Enabled Payment System (AePS) ମାଧ୍ୟମରେ କରାଯାଉଥିବା ଟ୍ରାଞ୍ଜାକ୍ସନ୍କୁ ମଧ୍ୟ ମାସିକ ମାଗଣା ଟ୍ରାଞ୍ଜାକ୍ସନ୍ ସୀମାରେ ଗଣାଯିବ।

ଅର୍ଥାତ୍, ଗ୍ରାହକଙ୍କ ୪ଟି ଫ୍ରି ଟ୍ରାଞ୍ଜାକ୍ସନ୍ରେ AePS ଟ୍ରାଞ୍ଜାକ୍ସନ୍ ମଧ୍ୟ ଗଣନା ହେବ। ପୂର୍ବରୁ ଏହାକୁ ଏହି ମାସିକ ସୀମାରେ ଗଣନା କରାଯାଉନଥିଲା।

AePS ଟ୍ରାଞ୍ଜାକ୍ସନ୍ ?

AePS ବା Aadhaar Enabled Payment System ହେଉଛି ଏକ ଆଧାର ଆଧାରିତ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା। ଏହା ମାଧ୍ୟମରେ ଗ୍ରାହକ ଡେବିଟ୍ କାର୍ଡ କିମ୍ବା ATM PIN ବ୍ୟବହାର ନକରି, ଆଧାର ନମ୍ବର ବାୟୋମେଟ୍ରିକ୍ ଅଥେଣ୍ଟିକେସନ୍ ଜରିଆରେ ଟଙ୍କା ଉଠାଇବା ସହ ଅନ୍ୟାନ୍ୟ ବ୍ୟାଙ୍କିଂ ସେବା ନେଇପାରନ୍ତି।

ସାଲାରି ଆକାଉଣ୍ଟ ଗ୍ରାହକଙ୍କ ପାଇଁ ମଧ୍ୟ ବଦଳିବ ନିୟମ

SBI ସାଲାରି ଆକାଉଣ୍ଟ ଧାରୀଙ୍କ ପାଇଁ ମଧ୍ୟ ଅକ୍ଟୋବରରୁ ATM ଫ୍ରି ଟ୍ରାଞ୍ଜାକ୍ସନ୍ ସୀମାରେ ପରିବର୍ତ୍ତନ ହେବ।

ବର୍ତ୍ତମାନ ମାସକୁ ୧୦ଟି ଫ୍ରି ATM ଟ୍ରାଞ୍ଜାକ୍ସନ୍ ମିଳୁଥିବା ବେଳେ, ନୂଆ ନିୟମରେ ଏହାକୁ ୫ଟି କରାଯାଉଛି।

ଏହି ୫ଟି ମାଗଣା ଟ୍ରାଞ୍ଜାକ୍ସନ୍ରେ ଫାଇନାନ୍ସିଆଲ୍ ଏବଂ ନନ୍-ଫାଇନାନ୍ସିଆଲ୍-ଉଭୟ ପ୍ରକାରର ଟ୍ରାଞ୍ଜାକ୍ସନ୍ ସାମିଲ ହେବ।

ଅର୍ଥାତ୍ ATMରୁ ଟଙ୍କା ଉଠାଇବା ସହିତ ବ୍ୟାଲାନ୍ସ ଚେକ୍, ମିନି ଷ୍ଟେଟମେଣ୍ଟ ଭଳି ନନ୍-ଫାଇନାନ୍ସିଆଲ୍ ସେବା ମଧ୍ୟ ଫ୍ରି ଟ୍ରାଞ୍ଜାକ୍ସନ୍ ସୀମାରେ ଗଣାଯିବ।

ଫ୍ରି ଲିମିଟ୍ ଶେଷ ହେବା ପରେ କେତେ ଚାର୍ଜ?

ସାଲାରି ଆକାଉଣ୍ଟ ଧାରୀମାନେ ମାସିକ ୫ଟି ଫ୍ରି ATM ଟ୍ରାଞ୍ଜାକ୍ସନ୍ ଶେଷ କରିବା ପରେ ଅତିରିକ୍ତ ଟ୍ରାଞ୍ଜାକ୍ସନ୍ କଲେ ନିମ୍ନଲିଖିତ ଚାର୍ଜ ଦେବାକୁ ପଡ଼ିବ:

  • 💳 ଫାଇନାନ୍ସିଆଲ୍ ଟ୍ରାଞ୍ଜାକ୍ସନ୍: ୨୩ ଟଙ୍କା + GST
  • 🧾 ନନ୍-ଫାଇନାନ୍ସିଆଲ୍ ଟ୍ରାଞ୍ଜାକ୍ସନ୍: ୧୧ ଟଙ୍କା + GST


ଗ୍ରାହକଙ୍କ
ପାଇଁ ଜରୁରୀ?

ଅକ୍ଟୋବର ୨୦୨୬ରୁ ନୂଆ ନିୟମ ଲାଗୁ ହେବା ପରେ SBI ଗ୍ରାହକମାନେ ନିଜର ମାସିକ ଫ୍ରି ATM ଟ୍ରାଞ୍ଜାକ୍ସନ୍ ସୀମା ଉପରେ ନଜର ରଖିବା ଜରୁରୀ। ବିଶେଷକରି ବାରମ୍ବାର ATMରେ ବ୍ୟାଲାନ୍ସ ଚେକ୍, ମିନି ଷ୍ଟେଟମେଣ୍ଟ କିମ୍ବା ଅନ୍ୟାନ୍ୟ ସେବା ନେଉଥିବା ଗ୍ରାହକମାନେ ଏହି ପରିବର୍ତ୍ତନ ଜାଣି ରଖିବା ଆବଶ୍ୟକ।

ନୂଆ ନିୟମ ଲାଗୁ ହେବା ପରେ ଫ୍ରି ଲିମିଟ୍ ଅତିକ୍ରମ କଲେ ଅତିରିକ୍ତ ଚାର୍ଜ ଲାଗିବ। ତେଣୁ ATM ବ୍ୟବହାର କରିବା ସମୟରେ ନିଜ ମାସିକ ଟ୍ରାଞ୍ଜାକ୍ସନ୍ ସୀମା ପ୍ରତି ସଚେତନ ରହିବା ଗ୍ରାହକଙ୍କ ପାଇଁ ଲାଭଦାୟକ ହେବ |

Related Topics

Explore more stories