Videos
|
National

ଭାରତର ଜନବସତି, ହସ୍ପିଟାଲ ଓ ସ୍କୁଲ ଉପରେ କଲା ଆକ୍ରମଣ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଭାରତର ଜନବସତି, ହସ୍ପିଟାଲ ଓ ସ୍କୁଲ ଉପରେ କଲା ଆକ୍ରମଣ

Key Points

ପାକିସ୍ତାନର କାପୁରୁଷ କାରନାମାର ପର୍ଦ୍ଦାଫାସ୍
ଭାରତର ଜନବସତି, ହସ୍ପିଟାଲ ଓ ସ୍କୁଲ ଉପରେ କଲା ଆକ୍ରମଣ
ହାଇସ୍ପିଡ୍ ମିସାଇଲରେ ଭାରତୀୟ ସାମରିକ ଠିକଣାକୁ ବି ପାକିସ୍ତାନ ସେନାର ଟାର୍ଗେଟ୍
ମିଳିତ ପ୍ରେସମିଟରେ ସେନା ଓ ବିଦେଶ ମନ୍ତ୍ରାଳୟର ସୂଚନା
ଶୁକ୍ରବାର ରାତିରେ ପାକିସ୍ତାନକୁ ଦିଆଯାଇଛି ମୁହଁତୋଡ଼ ଜବାବ
ପାଲଟା ଆକ୍ରମଣରେ ଧ୍ବଂସ ହୋଇଛି ପାକିସ୍ତାନର 4ଟି ଏୟାରବେସ୍

ଭାରତ ଓ ପାକିସ୍ତାନ ମଧ୍ୟରେ ଜାରି ଯୁଦ୍ଧ ମଧ୍ୟରେ ପ୍ରେସ୍ ବିବୃତିରେ ପାକିସ୍ତାନର କଳା କାରନାମାର ପର୍ଦ୍ଦାଫାସ୍ କରିଛି ଭାରତ । ଭାରତୀୟ ସେନା ପକ୍ଷରୁ କର୍ଣ୍ଣେଲ୍ ସୋଫିଆ କ୍ୟୁରେସି ଓ ବ୍ୟୋମିକା ସିଂ ଏବଂ ବେଦେଶିକ ମନ୍ତ୍ରାଳୟ ସଚିବ ବିକ୍ରମ ମିଶ୍ରି ଶୁକ୍ରବାର ରାତିରେ ପାକିସ୍ତାନ ପକ୍ଷରୁ କରାଯାଇଥିବା ଆକ୍ରମଣ ଏବଂ ଭାରତ ପକ୍ଷରୁ ଦିଆଯାଇଥିବା ପାଲଟା ଜବାବ ବାବଦରେ ଦେଇଛନ୍ତି ବିସ୍ତୃତ ସୂଚନା।

ଭାରତ କହିଛି ପାକିସ୍ତାନ ଭାରତର ପଞ୍ଜାବର ସାମରିକ ଠିକଣାରେ ହାଇ ସ୍ପିଡ୍ କ୍ଷେପଣାସ୍ତ୍ରରେ ଆକ୍ରମଣ କଲା। ଯାହାକୁ ନିଷ୍କ୍ରିୟ କରିଦିଆଗଲା। ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରି କହିଲେ ପାକିସ୍ତାନ ଲଗାତାର ଉସୁକାଇବା ଭଳି କାରନାମା କରୁଛି।

ଭାରତର ଅପରେସନ ସିନ୍ଦୂର ପରେ ଅସ୍ତବ୍ୟସ୍ତ ପାକିସ୍ତାନ କାପୁରୁଷ ଭଳି କାମ କରୁଛି । ସାଧାରଣ ଜନବସତି ଉପରେ ଆକ୍ରମଣ କରୁଛି ପାକିସ୍ତାନ ସେନା। ସୈନ୍ୟ ଠିକଣା ସହ ଚିକିତ୍ସାକେନ୍ଦ୍ର ଓ ସ୍କୁଲକୁ ବି ଟାର୍ଗେଟ୍ କରୁଛି । ଗୁରୁବାର ରାତିରେ ନାଗରିକ ବିମାନକୁ ଢାଲ କରିଥିଲା ପାକିସ୍ତାନ। ତେବେ ଭାରତ ସରକାର କହିଛନ୍ତି ପାକିସ୍ତାନକୁ ତାରି ଭାଷାରେ କଡ଼ା ଜବାବ ଦିଆଯାଇଛି। ପାଲଟା ଆକ୍ରମଣରେ ପାକିସ୍ତାନର ୪ଟି ଏୟାରବେସ୍‌କୁ ଧ୍ବଂସ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
attacks-on-indian-hospitals-and-schools | Argus News