Videos
|
National

କୋଲକତା ଦୁଷ୍କର୍ମ : ସେଦିନ ଶ୍ମଶାନରେ ହୋଇଥିଲା କଣ ?

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
କୋଲକତା ଦୁଷ୍କର୍ମ : ସେଦିନ ଶ୍ମଶାନରେ ହୋଇଥିଲା କଣ ?

Key Points

  • କୋଲକତା ଦୁଷ୍କର୍ମ : ସେଦିନ ଶ୍ମଶାନରେ ହୋଇଥିଲା କଣ ?
  • କାହିଁକି ଅନ୍ୟ ଶବକୁ ରଖି ଆଗେ ମହିଳା ଡାକ୍ତରଙ୍କ ଶବକୁ ପୋଡ଼ା ଗଳା ?
  • ତଥ୍ୟ ଲୁଚାଇବାକୁ ତରତର ହେଉଥିଲା କି ପ୍ରଶାସନ ?

ଅର୍ଗସ ବ୍ୟୁରୋ: କୋଲକତା ଦୁଷ୍କର୍ମକୁ ନେଇ ଥମିବାରେ ନା ନେଉନି ଚର୍ଚ୍ଚା । କାରଣ ଦୁଷ୍କର୍ମ ହେବା ପରେ ଯେମିତି କେମିତି କୌଣସି ତଥ୍ୟ ନମିଳେ ସେଇଥି ଲାଗି ପୁରା ପ୍ଲାନ କରିଥିଲା ପ୍ରଶାସନ । ପ୍ରଥମେ ମାମଲାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଇଥିଲା । ହେଲେ ପରବର୍ତ୍ତୀ ସମୟରେ ପରିବାର ଲୋକ ନମାନିବାରୁ ଦୁଷ୍କର୍ମର କଥା ପୋଲିସ କହିଥିଲା । କିନ୍ତୁ କାହିଁକି କାଣ୍ଡ ହେବାର ୧୨ ଘଂଟା ପରେ ହିଁ ମାମଲା ରୁଜୁ ହେଲା ? କାହିଁକି ତରତର ହୋଇ ଶବ ଦାହ କରାଗଲା ତାହାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଶଶ୍ମାନ ଇନଚାର୍ଜ ମ୍ୟାନେଜର ଯେଉଁ ଚାଂଚଲ୍ୟକର ବୟାନ ଦେଇଛନ୍ତି ସେଥିରୁ ଗୋଟିଏ କଥା ସ୍ପଷ୍ଟ, ଜାଣିଶୁଣି ମାମଲା ଚାପିବାକୁ ଉଦ୍ୟମ କରୁଥିଲେ ମମତା ସରକାର ।

କାର୍ଯ୍ୟରତ ଡାକ୍ତରଙ୍କୁ ମେଡ଼ିକାଲରେ ଦୁଷ୍କର୍ମ ଓ ହତ୍ୟାକୁ ନେଇ ପୁରା ଦେଶରେ ଚର୍ଚ୍ଚା ଜୋରଦାର । କାରଣ ରୋଗୀ ସେବା କରିବା ପରେ ସେମିନାର ରୁମରେ ରେଷ୍ଟ ନେବା ବେଳେ ଦୁଷ୍କର୍ମର ଶିକାର ହୋଇଥିଲେ ମହିଳା ଡାକ୍ତର ଜଣକ । ଖାଲି ଦୁଷ୍କର୍ମ କରାଯାଇଥିଲା ତାହା ନୁହେଁ ବରଂ ଅତି ନୃଶଂସ ଭାବରେ ତାଙ୍କୁ ହତ୍ୟା କରାଯାଇଥିଲା । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଏ କଥା ସ୍ପଷ୍ଟ ହେବା ସହିତ ଶରୀରରେ ପ୍ରାୟ ୧୬ ଜାଗାରେ କ୍ଷତ ଚିହ୍ନ ଥିବା ଜଣାପଡ଼ିଛି । ସେପଟେ ମାମଲାର ଗୁରୁତ୍ଵକୁ ଦେଖି ସୁପ୍ରିମକୋର୍ଟ ମଧ୍ୟ ନିଜ ଆଡୁ ମାମଲାର ହସ୍ତକ୍ଷେପ କରି ଦୁଇଦୁଇ ଥର ଶୁଣାଣି କରିଛନ୍ତି । ଶୁଣାଣି ସମୟରେ ମମତା ସରକାର ଓ ପୋଲିସକୁ କଡ଼ା ଭତ୍ସନା ବି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

କୋଲକତାକୁ ମାମଲାରୁ ନେଇ ପଲ୍ଲୀରୁ ଦିଲ୍ଲୀ ସବୁଠି ଦେଖାଦେଇଛି ଆନ୍ଦୋଳନ । ହେଲେ ଘଟଣା ଘଟିବା ଦିନ କଣ ହୋଇଥିଲା ? କାହିଁକି ଶୀଘ୍ରଶୀଘ୍ର ଡାକ୍ତରଙ୍କ ମୃତଦେହକୁ ଦାହ କରାଯାଇଥିଲା ? କାହିଁକି ତରବରିଆ ଭାବେ ଦାହ କରାଯାଇଥିଲା ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି । ସେପଟେ ପୁରା ଘଟଣାରେ ଶ୍ମଶାନ ଇନଚାର୍ଜ ମ୍ୟାନେଜର ମୁହଁ ଖୋଲିବା ପରେ ଏବେ ଟ୍ଵିଷ୍ଟ ଆସିଛି । କାରଣ ଜଳଜଳ ହୋଇ ଦିଶୁଛି କି, ମାମଲାରୁ ରଫାଦଫା କରିବାକୁ ଚେଷ୍ଟା କରିଥିଲେ ମମତା ସରକାର । 

ସୂଚନା ଅନୁସାରେ, ଘଟଣା ଦିନ ମୃତକଙ୍କ ମାଆ କୌଣସି ହସ୍ତକ୍ଷେପ କରିନଥିଲେ । ଏହାସହ ସେ କହିଛନ୍ତି କି, ଅନ୍ୟଦିନ ଅପେକ୍ଷା ସେହିଦିନ ଅଧିକ ଶବ ଦାହ ପାଇଁ ପାନିଘାଟକୁ ଆସିଥିଲା । ଆମେ ଟିଭି ଦେଖି ଜାଣିଥିଲୁ କି, ମହିଳା ଡାକ୍ତରଙ୍କ ଶବ ବି ଏଠାକୁ ଆସିବ । ଏହା ପୂର୍ବରୁ ଭିଡ଼ ହେବ ଭାବି ଆମେ ମଧ୍ୟ ପ୍ରସ୍ତୁତ ରହିଥିଲୁ । କିନ୍ତୁ ମୃତଦେହ ପହଞ୍ଚିବା ପୂର୍ବରୁ ଶ୍ମଶାନ ଆଗରେ ଲୋକଙ୍କ ଭିଡ଼ ଜମିବା ସହିତ ସ୍ଥାନୀୟ ଏମଏଲ ଓ ପୋଲିସ ଫୋର୍ସ ମଧ୍ୟ ଉପସ୍ଥିତ ରହିଥିଲେ । ପୋଲିସ ଉପସ୍ଥିତିରେ ଅନ୍ୟ ଶବକୁ ରଖାଯାଇ ପ୍ରଥମେ ଡାକ୍ତରଙ୍କ ମୃତଦେହକୁ ଦାହ କରାଯାଇଥିଲା । ପୂର୍ବରୁ ୨ଟି ଶବ ରହିଥିଲା । ମାତ୍ର ସେମାନଙ୍କୁ ଅପେକ୍ଷା କରିବା ପାଇଁ ଅନୁରୋଧ କରାଯାଇଥିଲା । ଏବଂ ଡାକ୍ତରଙ୍କ ଶବକୁ ପ୍ରଥମେ ଦାହ କରାଯାଇଥିଲା । ହେଲେ ପୋଲିସ ଏମିତି କାହିଁକି କଲା ତାହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: