Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମୃତ ଅତୁଲଙ୍କ ପତ୍ନୀଙ୍କ ପାଖରେ ରହିବ ପୁଅ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ମୃତ ଅତୁଲଙ୍କ ପତ୍ନୀଙ୍କ ପାଖରେ ରହିବ ପୁଅ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଅର୍ଗସ ବ୍ୟୁରୋ:  ପତ୍ନୀଙ୍କ ନିର୍ଯ୍ୟାତନାରେ ଆତ୍ମହତ୍ୟା କରିଥିବା ଆଇଟି ଇଞ୍ଜିନିୟର ଅତୁଲ ସୁବାସଙ୍କ ଏକମାତ୍ର ପୁତ୍ରର ଅଭିଭାବକତ୍ୱ ନେଇ ସୁପ୍ରିମକୋର୍ଟରେ ମାମଲା ଦାଏର କରାଯାଇଛି। ଯାହାକୁ ନେଇ ଅନେକ ଦିନ ଦରି ଚର୍ଚ୍ଚା ଲାଗି ରହିଥିଲା। ଶେଷରେ କୋର୍ଟ ତାଙ୍କର ନିର୍ଦ୍ଦେଶ ଦେଇଛନ୍ତି। ନାତିକୁ ହସ୍ତାନ୍ତର କରାଯାଉ ବୋଲି ଦାବିକରି ଅତୁଲଙ୍କ ମାଆ ଅଞ୍ଜୁ ଦେବୀଙ୍କ ତରଫରୁ ଏହି ମାମଲା ଦାଏର କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଶିଶୁପୁତ୍ର ତା ମା'ଙ୍କ ନିକଟରେ ରହିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ବି.ଭି.ନାଗରତ୍ନା ଓ ଜଷ୍ଟିସ ଏସ.ସି ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ସୋମବାର ଏହାର ଶୁଣାଣି କରିଥିବାବେଳେ ଶିଶୁପୁତ୍ର ତା ମା'ଙ୍କ ନିକଟରେ ରହିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି।


ଶୁଣାଣି ଆରମ୍ଭ ହେବାମାତ୍ରେ ପିଟିସନକାରୀ ଆଉ ଏକ ସତ୍ୟପାଠ ଦାଖଲ କରିବାକୁ ଅଦାଲତଙ୍କୁ ଏକ ସପ୍ତାହ ସମୟ ମାଗିଥିଲେ। ତେବେ ଜଷ୍ଟିସ ନାଗରତ୍ନା ଏହି ଆବେଦନକୁ ଖାରଜ କରିବା ସହ ତୁରନ୍ତ ଶିଶୁପୁତ୍ରକୁ ହାଜର କରାଇବାକୁ ନିର୍ଦ୍ଦେଶ ଦେଇଥିଲେ। ୪୫ ମିନିଟ ପରେ ଭିଡିଓ କନଫରେନ୍ସିଂ ଜରିଆରେ ଶିଶୁପୁତ୍ରକୁ ଅଦାଲତରେ ହାଜର କରାଯାଇଥିଲା। ମୃତ ଅତୁଲଙ୍କ ପତ୍ନୀ ନିକିତା ସିଂଘାଣିଆଙ୍କ ନିକଟରେ ପୁଅ ରହିବ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଶିଶୁପୁତ୍ରକୁ ବର୍ତ୍ତମାନ ଫରିଦାବାଦସ୍ଥିତ ଏକ ବୋର୍ଡିଂ ସ୍କୁଲରେ ରଖାଯାଇଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କୁହାଯାଉଥିଲା କି ମୃତ ଏଆଇ ଇଞ୍ଜିନିୟର୍ ଅତୁଲ ସୁଭାଷଙ୍କ ପୁଅର ଠିକଣା ପାଇଥିଲା ପୋଲିସ । ହରିୟାଣା ଫରିଦାବାଦସ୍ଥିତ ଏକ ଆବାସିକ ବିଦ୍ୟାଳୟରେ ଅତୁଲଙ୍କ ଚାରି ବର୍ଷର ପୁଅକୁ ଲୁଚେଇ ରଖିଥିଲେ ନିକିତା ବୋଲି କୁହାଯାଉଥିଲା। ୨୦୧୯ ଅତୁଲ ଓ ନିକିତା ବିବାହ କରିଥିଲେ । ୨୦୨୧ରେ ହୋଇଥିଲା ପୁଅ ଜନ୍ମ । ୨୦୨୨ରେ ସ୍ୱାମୀଙ୍କୁ ଛାଡ଼ି ଚାଲିଆସିଥିଲେ ନିକିତା । ଶ୍ୱଶୁର ଘର ନିର୍ଯ୍ୟାତନା ଦେବା ନେଇ କରିଥିଲେ ମାମଲା । ଡିଭୋର୍ସ ପାଇଁ ନିକିତା ୩ କୋଟି ଟଙ୍କା ଦାବି କରୁଥିବାବେଳେ ମିଛ କେସ୍ ପାଇଁ ଅତୁଲ ଏବଂ ତାଙ୍କ ପରିବାର ହଇରାଣ ହେଉଥିବାରୁ ସେ ଆତ୍ମହତ୍ୟା କରିଥିବା ଭିଡିଓ ଓ ଚିଠିରେ ଲେଖିଥିଲେ ।


ଅଧିକ ପଢ଼ନ୍ତୁ ଦେଶ ଖବର:

Sponsored
Atul Subhash suicide: Supreme Court grants custody of Bengaluru techie’s son to estranged wife | Argus News