Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News -  ଟି-୨୦ରେ ଦିନିକିଆ ବିଶ୍ୱକପ୍ ବଦଲା

National

 ଟି-୨୦ରେ ଦିନିକିଆ ବିଶ୍ୱକପ୍ ବଦଲା

Manini Pattanayak
Browse all articles by Manini Pattanayak
·1 year ago·1 min read
 ଟି-୨୦ରେ ଦିନିକିଆ ବିଶ୍ୱକପ୍ ବଦଲା

ନୂଆଦିଲ୍ଲୀ:   ଦୁଇଦୁଇଟି ବଡ ଟ୍ରଫି ଖସିଛି ଟିମ୍ ଇଣ୍ଡିଆ ହାତରୁ,ବ୍ୟାଟିଂ ବୋଲିଂରେ ଜବରଦସ୍ତ ପ୍ରଦର୍ଶନ ପରେ ମଧ୍ୟ ନିରାଶ ହୋଇଛି ଦଳ। ମାତ୍ର ଏଥର ରୋହିତ ବାହିନୀର ନଜର ଟି -୨୦ରେ ବିଶ୍ୱକପ୍‌ ଉପରେ,ଏଥର ବଦଲା ପକ୍କା। ଅଷ୍ଟ୍ରେଲିଆକୁ ପରାସ୍ତ କରି ଦିନିକିଆ ବିଶ୍ୱକପ୍‌  ଫାଇନାଲର ପରାଜୟର ପ୍ରତିଶୋଧ ଟି -୨୦ରେ ବିଶ୍ୱକପ୍‌ ରେ ନେବାକୁ ଲକ୍ଷ୍ୟ ରଖିଛି ଭାରତ। ଧୋନିଙ୍କ ସମୟରେ ଭାରତ ଜିତିଥିଲା ଟି -୨୦ରେ ବିଶ୍ୱକପ୍‌,ଆଉ ତାପରେ ଟ୍ରଫି ଧରିବା ସ୍ବପ୍ନ ହୋଇରହିଛି। ଏଥର ଭାରତ ସୁପର-୮ର ଶେଷ ମ୍ୟାଚରେ ଆଜି ଅଷ୍ଟ୍ରେଲିଆକୁ ଭେଟୁଛି ।

ଏବି ମ୍ୟାଚ୍ ଉପରେ ରହିଛି ସମସ୍ତଙ୍କ ନଜର। ଟି-୨୦ ବିଶ୍ୱକପ୍‌ରେ ଭାରତ ଲଗାତର ବିଜୟୀ ହୋଇ ଗ୍ରୁପ୍‌-୧ରେ ୪ ପଏଣ୍ଟ ସହ ଶୀର୍ଷରେ ରହିଛି। ଆଜିର ମ୍ୟାଚ୍ ଜିତିଲେ ସେମିରେ ପ୍ରବେଶ କରିବ ଭାରତ।ଯଦି ବର୍ଷା ଲାଗି ମ୍ୟାଚ୍‌ ବାତିଲ ହୁଏ ତେବେ ଭାରତ ର୍ନିଦ୍ୱନ୍ଦ୍ୱରେ ସେମିଫାଇନାଲରେ ପ୍ରବେଶ କରିବ। ହେଲେ କଙ୍ଗାରୁ ଦଳ ପାଇଁ ଏହି ମ୍ୟାଚ୍ କର ବା ମର ପରିସ୍ଥିତି ସୃଷ୍ଟି କରିଛି,ଆଫଗାନିସ୍ତାନ ଠାରୁ ସୁପର ୮ ମ୍ୟାଚରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ପରାଜୟ ବରଣ କରିବା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। 

ଅଷ୍ଟ୍ରେଲିଆ ଟିମ୍ ଯଦି ଭାରତ ଭାରତ ବିପକ୍ଷରେ ମ୍ୟାଚ ହାରିଯାଏ ଓ ଆଫଗାନିସ୍ତାନ ଟିମ ମଙ୍ଗଳବାର ସୁପର ୮ ମ୍ୟାଚରେ ବାଂଲାଦେଶକୁ ହରାଇଦିଏ, ତାହେଲେ କଙ୍ଗାରୁ ଟିମ ଟି୨୦ ବିଶ୍ୱକପରୁ ବିଦା ହେବ।ଅନ୍ୟପଟେ ଇଂଲଣ୍ଡ ୧୦ ୱିକେଟ୍ ରେ ଆମେରିକାକୁ ହରାଇ ସେମିରେ ପ୍ରବେଶ କରିଥିବାବେଳେ ୱେଷ୍ଟ ଇଣ୍ଡିଜକୁ ହରାଇ ସେମିରେ ସ୍ଥାନ ପକ୍କା କରିଛି ଦକ୍ଷିଣ ଆଫ୍ରିକା । ଭାରତ ବ୍ୟାଟିଂ ବୋଲିଂରେ ଜବରଦସ୍ତ ଫର୍ମରେକରିଆସୁଥିବାବେଳେ କଙ୍ଗାରୁକୁ ହରାଇ ସେମିରେ ଭାରତ ପ୍ରବେଶ କରିବା ସହ ହିଟ୍ ମ୍ୟାନଙ୍କ ଅଧିନରେ ବିଶ୍ବକପ୍ ତୋଳିଧରିବ ଭାରତ ବୋଲି ଆଶା ରଖିଛନ୍ତି କ୍ରିକେଟ୍ ପ୍ରଶଂସକ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ କ୍ରୀଡା ଖବର 

Sponsored
Australia vs. India in Australia​​ Every match of this year's T20 World Cup | Argus News