Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

IPL / ମିନି ଅକ୍ସନରୁ ଗ୍ଲେନ୍‌ ଆଉଟ୍, ୪୫ ଖେଳାଳିଙ୍କ ବେସ୍‌ ପ୍ରାଇସ୍‌ ୨ କୋଟି

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
ମିନି ଅକ୍ସନରୁ ଗ୍ଲେନ୍‌ ଆଉଟ୍, ୪୫ ଖେଳାଳିଙ୍କ ବେସ୍‌ ପ୍ରାଇସ୍‌ ୨ କୋଟି
Glenn Maxwell

Key Points

ଏହାପୂର୍ବରୁ ଆନ୍ଦ୍ରେ ରସେଲ ଓ ଫାଫ ଡୁପ୍ଲେସିସିଙ୍କ ଭଳି ଚର୍ଚ୍ଚିତ ଖେଳାଳି ମଧ୍ୟ ମିନି ଅକ୍ସନରୁ ନିଜ ନାଁ ପ୍ରତ୍ୟାହାର କରି ନେଇଥିଲେ।

ଆଇପିଏଲ୍ ମିନି ଅକ୍ସନ ଡିସେମ୍ୱର ୧୬ରେ ଆବୁ ଧାବିରେ ଆୟୋଜିତ ହେବ। ଦୁବାଇର ଆବୁ ଧାବିରେ ହେବାକୁ ଥିବା ଏହି ନିଲାମ ପାଇଁ ଖେଳାଳିଙ୍କ ଲିଷ୍ଟ ମଧ୍ୟ ଜାରି କରାଯାଇଛି । ଚଳିତ ଥର ମିନି ଅକ୍ସନ ପାଇଁ ୧୩୫୫ ଖେଳାଳି ନିଜ ନାଁ ପଞ୍ଜିକରଣ କରିଛନ୍ତି । ଏହି ସୂଚୀରେ ଅନେକ ଭାରତୀୟ ଓ ବିଦେଶୀ ଖେଳାଳି ସାମିଲ ଅଛନ୍ତି । ଚଳିତ ଥର ଆଇପିଏଲର ସମସ୍ତ ୧୦ ଫ୍ରାଞ୍ଚାଇଜ୍ ପାଖରେ ମୋଟ ୭୭ଟି ସ୍ଲଟ୍ ଖାଲି ରହିଛି ।

ଏଥିରୁ ୩୧ଟି ସ୍ଥାନ ବିଦେଶୀ ଖେଳାଳିଙ୍କ ପାଇଁ ରହିଛି । ଏହି ଲିଷ୍ଟରେ ୪୫ ଖେଳାଳି ସବୁଠୁ ଅଧିକ ୨ କୋଟି ଟଙ୍କାର ବେସ୍ ପ୍ରାଇସ୍ ରଖିଛନ୍ତି। ଏହି ଟପ୍ କ୍ୟାଟେଗୋରୀରେ କାମେରନ୍ ଗ୍ରୀନ, ଲିୟାମ ଲିଭିଙ୍ଗଷ୍ଟୋନ, ମଥିଶା ପଥିରାନା ଓ ୱାର୍ନିନ୍ଦୁ ହସରଙ୍ଗା ପରି ବଡ଼ ବିଦେଶୀ ଖେଳାଳିଙ୍କ ନାଁ ରହିଛି । ଭାରତୀୟ ଖେଳାଳିଙ୍କ ମଧ୍ୟରେ ଏହି ଗ୍ରୁପରେ କେବଳ ଭେଙ୍କଟେଶ ଆୟର ଓ ରବି ବିଷ୍ଣୋଇଙ୍କ ନାଁ ରହିଛି ।

ଅନ୍ୟପଟେ ଅଷ୍ଟ୍ରେଲିଆ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ୨୦୨୬ ଆଇପିଏଲର ମିନି ଅକ୍ସନରେ ସାମିଲ ହେବେ ନାହିଁ। ଏଥିସହ ସେ ଆଇପିଏଲରେ ନିଜର ଶେଷ ମ୍ୟାଚ୍‌ ଖେଳି ସାରିଥିବାର ସଙ୍କେତ ମଧ୍ୟ ଦେଇଛନ୍ତି। ମିନି ଅକ୍ସନ ପୂର୍ବରୁ ମ୍ୟାକ୍ସୱେଲଙ୍କ ଏପରି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି। ଏହାପୂର୍ବରୁ ଆନ୍ଦ୍ରେ ରସେଲ ଓ ଫାଫ ଡୁପ୍ଲେସିସିଙ୍କ ଭଳି ଚର୍ଚ୍ଚିତ ଖେଳାଳି ମଧ୍ୟ ମିନି ଅକ୍ସନରୁ ନିଜ ନାଁ ପ୍ରତ୍ୟାହାର କରି ନେଇଥିଲେ।

ସୋଶାଲ ମିଡିଆରେ ମ୍ୟାକ୍ସୱେଲ ଗୋଟିଏ ପୋଷ୍ଟ କରି ଅନେକ କିଛି ଭାବିବା ପରେ ଏପରି ବଡ଼ ନିଷ୍ପତ୍ତି ନେଇଥିବା କହିଛନ୍ତି। ସେ କହିଛନ୍ତି, 'ଆଇପିଏଲର ଅନେକ ସ୍ମରଣୀୟ ସିଜିନ ପରେ ଚଳିତ ବର୍ଷ ଅକ୍ସନରେ ମୁଁ ମୋ ନାଁକୁ ସାମିଲ କରିବି ନାହିଁ ବୋଲି ନିଷ୍ପତ୍ତି ନେଇଛି। ଏହା ଗୋଟିଏ ବଡ଼ ନିଷ୍ପତ୍ତି। ଏହି ଲିଗ୍‌ ମୋତେ ଅନେକ କିଛି ଦେଇଥିବାରୁ ମୁଁ କୃତଜ୍ଞତା ଜଣାଉଛି।'

୨୦୨୫ରେ ମ୍ୟାକ୍ସୱେଲ ପଞ୍ଜାବ କିଙ୍ଗସ ପାଇଁ ଆଇପିଏଲ ଖେଳିଥିଲେ। କିଛି ମ୍ୟାଚ୍‌ ପରେ ଅଙ୍ଗୁଳିରେ ଆହତ କାରଣରୁ ସେ ପୂରା ସଂସ୍କରଣରୁ ଓହରି ଯାଇଥିଲେ। ୨୦୨୫ ଆଇପିଏଲ ପୂର୍ବରୁ ହୋଇଥିବା ଅକ୍ସନରେ ତାଙ୍କୁ ପଞ୍ଜାବ କିଙ୍ଗସ ୪.୨ କୋଟି ଟଙ୍କା ଦେଇ କିଣିଥିଲା। ତାଙ୍କୁ କିଣିବା ପାଇଁ ଚେନ୍ନାଇ ସୁପର କିଙ୍ଗସ ଓ ସନ ରାଇଜର୍ସ ହାଇଦ୍ରାବାଦ ମଧ୍ୟ ମେଗା ଅକ୍ସନ ବେଳେ ଚେଷ୍ଟା କରିଥିଲେ। କିନ୍ତୁ ଶେଷରେ ପଞ୍ଜାବ କିଙ୍ଗସ ବାଜି ମାରି ନେଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
IPL | Australia's Glenn Maxwell pulls out of auction, hints at ending IPL career | Argus News