Accident / ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା ଅଟୋ ୧୫ ମୃତ, ୩ ଆହତ

Key Points
ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା ଅଟୋ ୧୫ ମୃତ, ୩ ଆହତ ।
ରାଜସ୍ଥାନର ଯୋଧପୁରରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା । ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା ଅଟୋ । ଯୋଧପୁରର ଫାଲୋଡିର ମାଟୋଡା ଅଞ୍ଚଳରେ ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି । ତିନି ଜଣ ଆହତଙ୍କୁ ଓସିଆନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଆହତଙ୍କୁ ଗ୍ରୀନ୍ କରିଡର ଦେଇ ଯୋଧପୁରକୁ ରେଫର କରାଯାଇଥିଲା। କୋଲାୟତ ଦର୍ଶନ କରି ଫେରୁଥିବାବେଳେ ରବିବାର ସଂଧ୍ୟାରେ ଏହି ଦୁର୍ଘଟଣା ଘଟିଥିଲା ।
ସମସ୍ତ ମୃତକ ଓ ଆହତ ଯୋଧପୁରର ସୁରସାଗର ଅଞ୍ଚଳର ବାସିନ୍ଦା । ଦୁର୍ଘଟଣାରେ ମୃତକଙ୍କ ପାଇଁ ଗଭୀର ଶୋକବ୍ୟକ୍ତ କରିବା ସହ ମୃତକଙ୍କ ପରିବାର ଓ ଆହତଙ୍କ ପାଇଁ ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ ସହାୟତା ଘୋଷଣା କରିଛନ୍ତି ମୋଦି ।
ସେପଟେ ହାଇଦ୍ରାବାଦରେ ସୋମବାର ସକାଳେ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ତେଲଙ୍ଗାନାର ରଙ୍ଗାରେଡ୍ଡୀ ଜିଲ୍ଲା ଚେଭେଲା ନିକଟରେ ଘଟିଛି ।
ସୂଚନା ଅନୁସାରେ, ତେଲଙ୍ଗାନା ରାଜ୍ୟ ସଡ଼କ ପରିବହନ ନିଗମ (RTC)ର ବସ୍ ସହ ବୀପରିତ ଦିଗରୁ ଆସୁଥିବା ଗୋଡ଼ି ଭର୍ତ୍ତି ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ବସ୍ ଉପରକୁ ଟ୍ରକ୍ଟି ପଡ଼ି ଯାଇଥିଲା । ବସ୍ରେ ଭରି ଯାଇଥିଲା ଟ୍ରକ୍ରେ ଥିବା ଗୋଡ଼ା ବା ଚିପ୍ସ ।
ଚେଭେଲା ଏସିପି ବି କିଷାନଙ୍କ ଅନୁସାରେ, "ସରକାରୀ ବସ୍ଟି ତନ୍ଦୁରରୁ ଚେଭେଲା ଅଭିମୁଖେ ଆସୁଥିଲା । ଚିପ୍ସ ବା ବଜୁରି ଗୋଡ଼ି ନେଇ ଆସୁଥିବା ଟ୍ରକ୍ ସହ ବସ୍ ଧକ୍କାରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି । ଟ୍ରକ୍ ଡ୍ରାଇଭରଙ୍କ ସହ ବସ୍ରେ ଥିବା ଯାତ୍ରୀ ପ୍ରାଣ ହରାଇଛନ୍ତି ।"
ବସ୍ ଦୁର୍ଘଟଣାକୁ ନେଇ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟ ଶାସନ ସଚିବ ଏବଂ ଡିଜିପିଙ୍କୁ ତୁରନ୍ତ ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆହତଙ୍କ ଉତ୍ତମ ଚିକିତ୍ସା ପାଇଁ ସମସ୍ତ ବନ୍ଦୋବସ୍ତ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତ୍ୟକ୍ଷ ଦର୍ଶୀଙ୍କ ଅନୁସାରେ, ବସ୍ ଓ ଟ୍ରକ୍ ଉଭୟ ଦ୍ରୁତଗତିରେ ଯାଉଥିଲେ । ବୁଲାଣିରେ ନିୟନ୍ତ୍ରଣ ହରାଇ ବସ୍, ଟ୍ରକ୍ ଟକ୍କର ହୋଇଥିବା ବେଳେ ଡ୍ରାଇଭର ପାର୍ଶ୍ଵଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା । ଟ୍ରକରେ ଯାଉଥିବା ଚିପ୍ସରେ ପୋତି ହୋଇ ଯାଇଥିଲେ ବସ୍ ଯାତ୍ରୀ ।
ଅଧିକ ପଢ଼ନ୍ତୁ ଭାରତ ଖବର...
📱 Get Argus News App
✨Related Topics
Explore more stories