Videos
|
National

କେନ୍ଦ୍ରମନ୍ତ୍ରୀ ଦେଲେ ସୂଚନା, ଶସ୍ତା ହେବ ତେଲ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
କେନ୍ଦ୍ରମନ୍ତ୍ରୀ ଦେଲେ ସୂଚନା, ଶସ୍ତା ହେବ ତେଲ

Key Points

ଆସନ୍ତା ୨-୩ ମାସରେ ମଧ୍ୟରେ ତେଲ ଶସ୍ତା ହେବା ବୋଲି ଏକ୍ସପର୍ଟମାନେ ମଧ୍ୟ ରାୟ ଦେଇଛନ୍ତି ।

ସମସ୍ତଙ୍କ ପାଇଁ ଖୁସି ଖବର । କମିବ ତେଲ ଦର । ତେଲ ଦର କମିଲେ ସାଧାରଣ ଲୋକଙ୍କୁ ମିଳିବ ଆଶ୍ୱସ୍ତି । ଦୀର୍ଘଦିନରୁ ଅପରିବର୍ତିତ ରହିଥ‌ିବା ପେଟ୍ରୋଲ୍ ଓ ଡିଜେଲ୍ ଦରରେ ଏକ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଏନେଇ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ସୂଚନା ଦେଇଛନ୍ତି ।


ସେ କହିଛନ୍ତି ଯଦି ଅନ୍ତର୍ଜାତୀୟ ବଜାରରେ ଅଶୋଧୀତ ତୈଳର ଦର ଲମ୍ବା ସମୟ ପର୍ଯ୍ୟନ୍ତ ସ୍ଥିର ରୁହେ ତେବେ ତେଲ ଦର କମିବା ସମ୍ଭବ । ବ୍ୟାରେଲ୍ ପିଛା ୬୫ ଡଲାର ପାଖାପାଖ୍ ସ୍ତରରେ ଯଦି ରହିବ ତେବେ ଭାରତରେ ତେଲ ଦର ନିଶ୍ଚିତ କମିବ । ଆସନ୍ତା ୨-୩ ମାସରେ ମଧ୍ୟରେ ତେଲ ଶସ୍ତା ହେବା ବୋଲି ଏକ୍ସପର୍ଟମାନେ ମଧ୍ୟ ରାୟ ଦେଇଛନ୍ତି ।

ମନ୍ତ୍ରୀଙ୍କ କହିବାନୁଯାୟୀ, ଯଦି କୌଣସି ଯୁଦ୍ଧ କିମ୍ବା ଭୂରାଜନୈତିକ ସଙ୍କଟ ଦେଖାନଯାଏ ତେବେ ନିଶ୍ଚୟ ସ୍ଥିତି ବଦଳିବ । ଯେଉଁ ତେଲ ଦର ଏବେ ୬୫ ଡଲାର ପାଖାପାଖି ରହିଛି, ତାହାର ମୂଲ୍ୟ ୧୫୦ ଡଲାର ବି ହୋଇପାରେ । ଏବେ ୬୫ ଡଲାର ରହିଥିବାରୁ ତେଲ କମ୍ପାନି ଲାଭ କରୁଛନ୍ତି। କନ୍ତୁ ଯଦି ଏହାର ଦାମ୍‌ ବଢ଼େ ତେବେ ସେମାନେ କ୍ଷତି ସହିବେ । ତେଲ କମ୍ପାନିଗୁଡ଼ିକ ଏବେ ପେଟ୍ରୋଲ୍ ଲିଟର ପିଛା ୧୨-୧୫ ଟଙ୍କା ଏବଂ ଡିଜେଲ୍ ଉପରେ ୬ ଟଙ୍କା ୧୨ ପଇସା ଲାଭ କରୁଛନ୍ତି ।

ଏହାସତ୍ତ୍ବେ ଏକ ବର୍ଷରୁ ଅଧିକ ସମୟ ଧରି କମ୍ପାନିଗୁଡ଼ିକ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍‌ରେ କୌଣସି ପରିବର୍ତ୍ତନ କରିନାହାନ୍ତି । ବର୍ତ୍ତମାନ ଦେଶର ଅଧିକାଂଶ ରାଜ୍ୟରେ ପେଟ୍ରୋଲ୍ ଲିଟର ପିଛା ୧୦୦ ଟଙ୍କା ରହିଥ‌ିବା ବେଳେ ଡିଜେଲ୍ ଦାମ୍ ୯୦ ଟଙ୍କା ଉପରେ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Auto fuel prices may be cut if crude remains at current levels: Hardeep Singh Puri | Argus News