ପ୍ୟାରିସ୍ ପାରା ଅଲିମ୍ପିକ୍ସ 2024ରେ ଭାରତର ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ: ପ୍ୟାରିସ୍ ପାରା ଅଲିମ୍ପିକ୍ସ 2024ରେ ଭାରତର ଚମତ୍କାର ପ୍ରଦର୍ଶନ। ଗୋଟିଏ ସ୍ବର୍ଣ୍ଣ ସହ 4ଟି ପଦକ ହାତେଇଲେ ଭାରତୀୟ ଆଥଲେଟ୍। 10 ମିଟର ଏୟାର ରାଇଫଲ୍ ସୁଟିଂରେ ସ୍ବର୍ଣ୍ଣ ଜିତିଲେ ପାରା ଆଥଲେଟ୍ ଅବନୀ ଲାଖରା। ଏହି 10 ମିଟର ଏୟାର ରାଇଫଲ୍ ସୁଟିଂରେ ବ୍ରୋଞ୍ଜ ଜିତିଛନ୍ତି ଆଉ ଜଣେ ଭାରତୀୟ ପାରା ଆଥଲେଟ୍ ମୋନା ଅଗ୍ରୱାଲ। ସେହିପରି ପୁରୁଷ 10 ମିଟର ଏୟାର ରାଇଫଲ୍ SH-1 ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି ଭାରତୀୟ ପାରା ଆଥଲେଟ୍ ମନୀଷ ନରୱାଲ୍। ମହିଳା T-35 ବର୍ଗର ଶହେ ମିଟର ଦୌଡ଼ରେ ବ୍ରୋଞ୍ଜ୍ ଜିତିଛନ୍ତି ପାରା ଧାବିକା ପ୍ରୀତି ପାଲ୍ । ଅନ୍ୟପଟେ ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂ SH1 ସୁଟିଂରେ ଅଲିମ୍ପିକ୍ସ ରେକର୍ଡ ସୃଷ୍ଟି କରିଛନ୍ତି ଅବନୀ।
ଅବନୀ ନିଜ ଟୋକିଓ ୨୦୨୦ ପାରାଲିମ୍ପିକ୍ ରେକର୍ଡକୁ ପଛରେ ପକାଇ ୨୪୯.୭ ସ୍କୋର କରିଛନ୍ତି। ଲଗାତାର ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିବାରେ ସେ ପ୍ରଥମ ଭାରତୀୟ ପାଲଟିଛନ୍ତି । ତିନି ବର୍ଷ ପୂର୍ବେ ଟୋକିଓ ପାରାଲିମ୍ପିକ୍ସରେ SH1 ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେ ଟୋକିଓ ପାରାଲିମ୍ପିକ୍ସରେ ୧୦ ମିଟର ଏୟାର ରାଇଫଲରେ ସ୍ୱର୍ଣ୍ଣ ପଦକ ଏବଂ ୫୦ ମିଟର ରାଇଫଲରେ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ଜିତିଥିଲେ । ଅନ୍ୟପଟେ ଆଜି ଏହି 10 ମିଟର ଏୟାର ରାଇଫଲ୍ ସୁଟିଂରେ ବ୍ରୋଞ୍ଜ ଜିତିଛନ୍ତି ଆଉ ଜଣେ ଭାରତୀୟ ପାରା ଆଥଲେଟ୍ ମୋନା ଅଗ୍ରୱାଲ ।
ଅଧିକ ପଢନ୍ତୁ କ୍ରୀଡା ଖବର