Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସରିନି ରିସର୍ଚ୍ଚ ! ପୃଥିବୀକୁ ଫେରିବା ପାଇଁ ଲାଗିବ ଆହୁରି ସମୟ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ସରିନି ରିସର୍ଚ୍ଚ ! ପୃଥିବୀକୁ ଫେରିବା ପାଇଁ ଲାଗିବ ଆହୁରି ସମୟ

Key Points

ସ୍ୱାସ୍ଥ୍ୟ, ପଦାର୍ଥ ବିଜ୍ଞାନ ଓ ମହାକାଶ ପ୍ରଯୁକ୍ତି ବିଦ୍ୟା ସମେତ ବିଭିନ୍ନ କ୍ଷେତ୍ରରେ ବୈଜ୍ଞାନିକ ପରୀକ୍ଷଣ ଚାଲିଛି ।

୪ ମହାକାଶଚାରୀଙ୍କୁ ଦିଆଯାଇଛି ଦାୟିତ୍ୱ ।

ଶୁଭାଂଶୁ ଶୁକ୍ଲାଙ୍କ ଘର ବାହୁଡ଼ା ଅବଧି ବୃଦ୍ଧି । ଜୁଲାଇ ୧୪ରେ ପୃଥିବୀକୁ ଫେରିବ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାଇଥିବା Axiom-4 ମିସନ । ଆଉ ୨ ଦିନ ପରେ ଶୁଭାଂଶୁ ଓ ତାଙ୍କ ସହକର୍ମୀ ଫେରିବା ସୂଚନା ମିଳିଛି । ଟେକ୍ସାସସ୍ଥିତ ମହାକାଶ କମ୍ପାନୀ ହ୍ୟୁଷ୍ଟନ୍ ସ୍ପେସ୍ ଦ୍ୱାରା ପରିଚାଳିତ ଏହି ଐତିହାସିକ ଅଭିଯାନରେ ଶୁକ୍ଳାଙ୍କ ସହ ଆମେରିକାର ବରିଷ୍ଠ ମହାକାଶଚାରୀ ପେଗି ହ୍ୱିଟ୍ସନ୍, ପୋଲାଣ୍ଡର ମିସନ ବିଶେଷଜ୍ଞ ସାଓସ୍‌ ଉଜନାସ୍କି ଓ ହଙ୍ଗେରୀର ଚତୁର୍ଥ ମିସନ ବିଶେଷଜ୍ଞ ଟିବୋର୍ କାପୁ ରହିଛନ୍ତି।

ସ୍ୱାସ୍ଥ୍ୟ, ପଦାର୍ଥ ବିଜ୍ଞାନ ଓ ମହାକାଶ ପ୍ରଯୁକ୍ତି ବିଦ୍ୟା ସମେତ ବିଭିନ୍ନ କ୍ଷେତ୍ରରେ ବୈଜ୍ଞାନିକ ପରୀକ୍ଷଣ କରିବା ପାଇଁ ଏହି ୪ ମହାକାଶଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଜୁଲାଇ ୧୪ରେ Axiom-4 ଅନ୍ ଡକିଂ ପାଇଁ ଯୋଜନା ଥିବା ସ୍ପଷ୍ଟ କଲା ନାସା ।

ଆମେରିକାର ଏହି ମହାକାଶ ସଂସ୍ଥା କହିଛି ଯେ କମାଣ୍ଡର ପେଗି ହ୍ୱିଟସନ, ପାଇଲଟ ଶୁଭାଂଶୁ ‘ଶୁକ୍ସ’ ଶୁକ୍ଳା, ମିସନ ସ୍ପେସାଲିଷ୍ଟ ସାଓଜ୍‌ ‘ସୁଏଭ’ ଉଜନାସ୍କି-ୱିଜନିଉସ୍କି ଓ ଟିବୋର କାପୁ କକ୍ଷପଥରେ ସେମାନଙ୍କର ଶେଷ ଦିନର ସଦୁପଯୋଗ କରୁଛନ୍ତି, ଯାହା ମହାକାଶ ଅନୁସନ୍ଧାନର ଭବିଷ୍ୟତକୁ ଆକାର ଦେଇପାରିବ। ଚଳିତ ସପ୍ତାହ ପ୍ରାରମ୍ଭରେ ପୋଲାଣ୍ଡର ମହାକାଶଚାରୀ ଉଜନାସ୍କି-ୱିଜନିଉସ୍କିଙ୍କୁ ନିୟୋଜିତ କରିଥିବା ୟୁରୋପୀୟ ମହାକାଶ ଏଜେନ୍ସି କ୍ରୁ ମେମ୍ବରଙ୍କ ପ୍ରତ୍ୟାବର୍ତ୍ତନ ଜୁଲାଇ ୧୪ରେ ହେବ ବୋଲି କହିଥିଲା।

କାର୍ଯ୍ୟସୂଚୀ ଅନୁଯାୟୀ, ନିମ୍ନ କକ୍ଷପଥରେ ସେମାନଙ୍କ ରହଣି ଅବଧି ଦୁଇ ସପ୍ତାହ ପାଇଁ ଥିଲା, ଯାହା ଜୁଲାଇ ୧୦ରେ ଶେଷ ହେବା କଥା। ସ୍ପେସ୍ ଏକ୍ସ-୪ ଅଭିଯାନ ଜୁନ୍ ୨୬ରେ ସ୍ପେସ୍‌ଏକ୍ସ ଡ୍ରାଗନ୍ ମହାକାଶଯାନ ‘ଗ୍ରେସ୍’ ଆଇଏସ୍ଏସ୍‌ରେ ଅବତରଣ କରିବା ପରଠାରୁ ଏହି କ୍ରୁମାନେ ୩୧ଟି ଦେଶକୁ ପ୍ରତିନିଧିତ୍ୱ କରୁଥିବା ୬୦ଟି ପରୀକ୍ଷଣରେ ନିୟୋଜିତ ହୋଇଛନ୍ତି। ଏଥିରେ ଉନ୍ନତ ବୈଜ୍ଞାନିକ ଅଧ୍ୟୟନ କରାଯାଇଛି ଓ ନୂତନ ଜ୍ଞାନକୌଶଳର ପରୀକ୍ଷଣ କରାଯାଇଛି ବୋଲି ଆକ୍ସମ୍ ସ୍ପେସ୍ କହିଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ପ୍ରତିନିଧିତ୍ୱ କରୁଥିବା ଶୁକ୍ଳା ସ୍ୱଦେଶୀ ଜ୍ଞାନକୌଶଳରେ ଡିଜାଇନ୍ ଓ ବିକଶିତ ୭ଟି ମାଇକ୍ରୋଗ୍ରାଭିଟି ପରୀକ୍ଷଣ କରୁଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Axiom-4 crew to undock from ISS on July 14; Indian astronaut Shubhanshu Shukla extends stay in space | Argus News