STF ରିମାଣ୍ଡରେ ସନ୍ଦିଗ୍ଧ ଆତଙ୍କବାଦୀ

Key Points
ଅଯୋଧ୍ୟା ଆକ୍ରମଣ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ
ଆତଙ୍କବାଦୀଙ୍କ ରାମ ମନ୍ଦିର ଉପରେ ଆକ୍ରମଣ ଉଦ୍ୟମ ପଣ୍ଡ
ଗୁଜରାଟ ATS ଓ ହରିୟାଣା STF ପଞ୍ଝାରେ ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁଲ ରହମାନ
19 ବର୍ଷିୟ ଆତଙ୍କବାଦୀ ଘରୁ ଦୁଇଟି ହ୍ୟାଣ୍ଡ ଗ୍ରେନେଡ ଜବତ
ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ଲିଙ୍କରେ ଅବଦୁଲ ରହମାନ
ISI ଟାର୍ଗେଟରେ ଅଯୋଧ୍ୟା । ରମଜାନରେ ଶ୍ରୀରାମମନ୍ଦିର ଉପରେ ଆକ୍ରମଣ କରିବାକୁ ହୋଇଥିଲା ବଡ଼ ଧରଣର ଯୋଜନା । ଫରିଦାବାଦ STF ସହାୟତାରେ ଗୁଜୁରାଟ ATS 19 ବର୍ଷିୟ ସନ୍ଦିଗ୍ଧ ଆତଙ୍କବାଦୀକୁ ଗିରଫ କରିବା ପରେ ଷଡ଼ଯନ୍ତ୍ରର ହୋଇଛି ପର୍ଦ୍ଦାଫାସ। ସନ୍ଦିଗ୍ଧଙ୍କ ନିକଟରୁ ଜବତ ହୋଇଥିବା 2ଟି ହ୍ୟାଣ୍ଡ ଗ୍ରେନେଡକୁ ଡିଫ୍ୟୁଜ କରିଛି ସୁରକ୍ଷା ଏଜେନ୍ସି। ୟୁପି ବାସିନ୍ଦା ଗିରଫ ଅବଦୁଲ ରହମାନ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ଲିଙ୍କରେ ଥିବା ଜଣାପଡ଼ିଛି। ଗୁଜରାଟ ଏଟିଏସ୍ ସନ୍ଦିଗ୍ଧକୁ ଗୁଜୁରାଟ ନେଇ ଅଧିକ ପଚରାଉଚରା ଜାରି ରଖିଛି। ଗିରଫ ଅବଦୁଲ ପୂର୍ବରୁ ଅନେକ ଥର ଅଯୋଧ୍ୟାର ରାମ ମନ୍ଦିରରେ ରେକି କରିବା ସହ ସମସ୍ତ ସୂଚନା ପାକିସ୍ତାନ ଆଇଏସଆଇକୁ ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏପଟେ ସନ୍ଦିଗ୍ଧ ଯୁବକଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଅନେକ ଦିନ ଧରି ଅବଦୁଲ ପରିବାରଠାରୁ ଦୂରରେ ରହୁଥିଲେ। ଆତଙ୍କବାଦୀ କାର୍ଯ୍ୟକଳାପ ନେଇ ପରିବାର ଲୋକେ କିଛି ଜାଣିନଥିବା କହିଛନ୍ତି।
ଫୈଜାବାଦରେ ଏକ ମଟନ ଦୋକାନ ଚଳାଇବା ସହ ଅଟୋ ଡ୍ରାଇଭର ଭାବରେ କାମ କରୁଥିଲା ସନ୍ଦିଗ୍ଧ ଯୁବକ। ପୋଲିସ ସୂଚନା ଅନୁସାରେ ଗିରଫ ଅବଦୁଲ ପୂର୍ବରୁ ଅନେକ ଥର ଅଯୋଧ୍ୟାର ରାମ ମନ୍ଦିରରେ ରେକି କରିଥିଲା ଏବଂ ସମସ୍ତ ସୂଚନା ପାକିସ୍ତାନ ଆଇଏସଆଇକୁ ଦେଇଥିଲା । ଫୈଜାବାଦରୁ ଟ୍ରେନ୍ ଯୋଗେ ଅବଦୁଲ ଫରିଦାବାଦରେ ପହଞ୍ଚିିି ଜଣେ ହ୍ୟାଣ୍ଡଲର ଠାରୁ ହ୍ୟାଣ୍ଡଗ୍ରେନେଡ୍ ନେଇଥିଲା, ଯାହା ପରେ ସେ ଅଯୋଧ୍ୟା ଫେରିବାକୁ ପ୍ରସ୍ତୁତ ହେଉଥିଲା । ରବିବାର ହରିୟାଣା STF ସହାୟତାରେ ଗୁଜୁରାଟ ATS ଚଢ଼ାଉ କରି ସନ୍ଦିଗ୍ଧ ଯୁବକକୁ ଗିରଫ କରିଥିଲା ।
ରାମ ମନ୍ଦିର ଉପରେ ଆକ୍ରମଣ ଯୋଜନା ଏହା ପ୍ରଥମ ଥର ନୁହେଁ, ମନ୍ଦିର ପ୍ରତିଷ୍ଠା ପରଠାରୁ ଏକାଧିକ ଥର ଆତଙ୍କବାଦୀ ଆକ୍ରମଣ ଧମକ ଦେଇଛନ୍ତି । କିନ୍ତୁ ଭାରତୀୟ ଗୁଇନ୍ଦା ଓ ସୁରକ୍ଷା ଏଜେନ୍ସିର ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁ ଆତଙ୍କବାଦୀଙ୍କ ଯୋଜନା ପଣ୍ଡ ହୋଇଛି ।
