|
logo
Live

Argus News - ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟା ସହରକୁ ସୁରକ୍ଷାର ଦୁର୍ଗରେ ପରିଣତ

National

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟା ସହରକୁ ସୁରକ୍ଷାର ଦୁର୍ଗରେ ପରିଣତ

Manini Pattanayak
Browse all articles by Manini Pattanayak
·2 years ago·2 min read
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟା ସହରକୁ ସୁରକ୍ଷାର ଦୁର୍ଗରେ ପରିଣତ

ନୂଆଦିଲ୍ଲୀ:  ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ଅଭେଦ୍ୟ ଦୁର୍ଗରେ ପରିଣତ ହୋଇଛି ଅଯୋଧ୍ୟା। ଆଣ୍ଟି ଡ୍ରୋନ୍‌ ପ୍ରଣାଳୀ, AI ସର୍ଭେଲାନ୍ସ କ୍ୟାମେରା ଓ ଟାୟାର କିଲର ବ୍ୟବସ୍ଥା ସାଙ୍ଗକୁ ମୁତୟନ ରହିବେ ବମ୍‌ ସ୍କ୍ୱାଡ। ରାଜ୍ୟ ପୁଲିସ ଓ ସିଆରଫିଏଫ୍‌ ସହ ଏସଟିଏଫ୍‌, ଏଟିଏସ୍‌ ଓ ଏନଆଇଏ ଟିମ୍‌ ସ୍ୱରୁକ୍ଷା ଦାୟିତ୍ୱରେ ରହିବେ। ରାମଙ୍କ ଆଗମନ ପାଇଁ ପୁରା ପ୍ରସ୍ତୁତ ଉତ୍ତର ପ୍ରଦେଶର ଅଯୋଧ୍ୟା ନଗରୀ।   ସ୍ୱତନ୍ତ୍ର ତାଲିମପ୍ରାପ୍ତ ସୁରକ୍ଷା କର୍ମୀଙ୍କୁ ଅଯୋଧ୍ୟା ସୁରକ୍ଷାରେ ନିୟୋଜିତ କରାଯିବ। ସେମାନଙ୍କୁ ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ରରେ ସଜାଯିବ ଏବଂ ପୋଲିସ ଓ ଏସପିଜି (ସ୍ପେଶାଲ୍ ପ୍ରୋଟେକସନ୍ ଗ୍ରୁପ୍) ରୁ ଆତଙ୍କବାଦୀ ବିରୋଧୀ ସ୍କ୍ୱାର୍ଡ (ଏଟିଏସ୍) ପର୍ଯ୍ୟନ୍ତ ସ୍ୱତନ୍ତ୍ର କମାଣ୍ଡୋ ନିୟୋଜିତ ହେବେ ।   ରାମ ମନ୍ଦିର ନିର୍ମାଣ ପାଇଁ 500 ବର୍ଷରୁ ଅଧିକ ସମୟ ଅପେକ୍ଷା କରିଛି, ତେଣୁ ରାମ ଭକ୍ତମାନେ ଏହି ମୁହୂର୍ତ୍ତ ଦେଖିବାକୁ ଚାହାଁନ୍ତି | କାର୍ଯ୍ୟକ୍ରମ ସମୟରେ କୌଣସି ଅଘଟଣ ନଘଟୁ ସେଥି ପାଇଁ ପୁରା ସୁରକ୍ଷା ଏଜେନ୍ସି ବିଶେଷ ସତର୍କ ଅଛନ୍ତି । ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ନିରାପତ୍ତା ପାଇଁ କେନ୍ଦ୍ର ଏବଂ ୟୁପି ସରକାରଙ୍କ ସୁରକ୍ଷା ଏଜେନ୍ସିମାନେ 7 ସ୍ତରୀୟ ସୁରକ୍ଷା କର୍ଡନ୍ ପ୍ରସ୍ତୁତ କରିଛନ୍ତି। 

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଆୟୋଜିତ ହେବାକୁ ଥିବା ଏହି ସମାରୋହରେ ପାଖାପାଖି 8000 ଭିଆଇପି ଅତିଥି ରହିବେ । ଏହି କାରଣରୁ  ସମ୍ପୂର୍ଣ୍ଣ ନିରାପତ୍ତା ପାଇଁ  ସୁରକ୍ଷା ସର୍କିଲ୍ ତିଆରି ହୋଇଛି । ପ୍ରଥମ ସର୍କଲରେ ଏସପିଜି କମାଣ୍ଡୋ ରହିବେ ଏବଂ ସେମାନଙ୍କ ହାତରେ ଆଧୁନିକ ଅସ୍ତ୍ର ରହିବ । ଦ୍ୱିତୀୟ ସର୍କଲରେ NSG କର୍ମଚାରୀ ରହିବେ । ଆଇପିଏସ୍ ଅଧିକାରୀମାନେ ତୃତୀୟ ସର୍କଲରେ ସୁରକ୍ଷା ଦାୟିତ୍ୱ ଗ୍ରହଣ କରିବେ। ଚତୁର୍ଥ ସର୍କଲ ପାଇଁ CRPF ସୈନ୍ୟ ଦାୟୀ ରହିବେ । ପଞ୍ଚମ ସର୍କଲରେ UP ATS ର କମାଣ୍ଡୋ ରହିବେ ଯେଉଁମାନେ କୌଣସି ସନ୍ଦେହଜନକ ପରିସ୍ଥିତିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ରହିବେ | ଆଇବି କର୍ମଚାରୀମାନେ ଷଷ୍ଠ ସର୍କଲରେ ଅବସ୍ଥାପିତ ହେବେ ଏବଂ ସପ୍ତମ ସର୍କଲରେ ସ୍ଥାନୀୟ ପୋଲିସ୍ କର୍ମଚାରୀ ନିୟୋଜିତ ହେବେ । ଏଥିପାଇଁ ଏବେ ଅଯୋଧ୍ୟା ଏକ ଅଭେଦ୍ୟ ଦୁର୍ଗରେ ପରିଣତ ହେବାକୁ ଯାଉଛି ।
 ଅଧିକ ପଢନ୍ତୁ ରାମକଥା ଖବର 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟା ସହରକୁ ସୁରକ୍ଷାର ଦୁର୍ଗରେ ପରିଣତ | Argus News