ଆଜି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହର ବର୍ଷ ପୂର୍ତ୍ତି
·1 year ago

ଅର୍ଗସ ବ୍ୟୁରୋ: ଆଜି ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହର ବର୍ଷ ପୂର୍ତ୍ତି ...ବାର୍ଷିକୀରେ ସୁନା ଓ ରୂପା ସୂତାରେ ବୁଣା ହୋଇଥିବା ଏକ ସ୍ୱତନ୍ତ୍ର ପୋଷାକ ପିନ୍ଧିବେ ରାମଲାଲା...ନୂଆଦିଲ୍ଲୀରେ ପ୍ରସ୍ତୁତ ଏହି ପୋଷାକ ଗତକାଲି ଅଯୋଧ୍ୟାରେ ପହଁଚିଛି...ତିନି ଦିନ ଧରି ଚାଲିବ ଏହି ପ୍ରତିଷ୍ଠା ଦ୍ବାଦଶୀ...ଏହି ସମାରୋହର ପ୍ରଥମ ଦିନରେ ବୈଦିକ ରୀତିନୀତିରେ ରାମ ଲାଲାଙ୍କର 'ଅଭିଷେକ'ରୁ ଆରମ୍ଭ ହେବ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ସମାରୋହରେ ଅଧ୍ୟକ୍ଷତା କରିବେ।
ସକାଳ 8ଟାରୁ 11ଟା ଯାଏଁ ଜଦୁର୍ବେଦ ପାଠ ସହ କରାଯିବ 6 ଲକ୍ଷ ଥର ଜୟ ଶ୍ରୀରାମ ଧ୍ବନି ଉଚ୍ଚାରଣ...ଅପରାହ୍ନରେ ଶ୍ରଦ୍ଧାଳୁ ଦେଖିବେ ରାମକଥା...ଏଥିପାଇଁ 5 ହଜାର ଲୋକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି ...ଏହାସହ ସମାରୋହରେ ବିଭିନ୍ନ କଳାକାରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ହେବ... 2024,ଜାନୁଆରା 22ରେ ହୋଇଥିଲା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: