Videos
|
National

Ayodhya Ram Mandir / ଆଜି ସ୍ୱର୍ଣ୍ଣିମ ଇତିହାସରେ ଆଉ ଏକ ଫର୍ଦ୍ଦ ଲେଖିବ ଅଯୋଧ୍ୟା

Rashmita Mishra
Browse all articles by Rashmita Mishra
·9 months ago·2 min read
ଆଜି ସ୍ୱର୍ଣ୍ଣିମ ଇତିହାସରେ ଆଉ ଏକ ଫର୍ଦ୍ଦ ଲେଖିବ ଅଯୋଧ୍ୟା

Key Points

ଆଜି ଅଯୋଧ୍ୟା ରାମ ମନ୍ଦିରର ଧ୍ଵଜାରୋହଣ । 
ରାମ ମନ୍ଦିର ଶିଖରରେ ଧ୍ଵଜାରୋହଣ କରିବେ ପ୍ରଧାନମନ୍ତ୍ରୀ । 
ଆଜି ମଧ୍ୟାହ୍ନ ୧୨ଟାରୁ ୧୨.୩୦ ସମୟ ମଧ୍ୟରେ ଧ୍ଵଜାରୋହଣ କରାଯିବ ।

ଆଜି ଅଯୋଧ୍ୟା ରାମ ମନ୍ଦିରର ଧ୍ଵଜାରୋହଣ ହେବ । ରାମ ମନ୍ଦିର ଶିଖରରେ ଧ୍ଵଜାରୋହଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିବାହ ପଞ୍ଚମୀ ଦିନ ଅଭିଜିତ ମୁହୂର୍ତ୍ତ ଥିବାରୁ ୨୫ ନଭେମ୍ବର ଅର୍ଥାତ ଆଜି ମଧ୍ୟାହ୍ନ ୧୨ଟାରୁ ୧୨.୩୦ ସମୟ ମଧ୍ୟରେ ଧ୍ଵଜାରୋହଣ କରାଯିବ ।

ପ୍ରଥମେ ସକାଳ ୧୦ଟାରେ ସପ୍ତମନ୍ଦିର ପରିସରରେ ମହର୍ଷି ବଶିଷ୍ଠ, ମହର୍ଷି ବିଶ୍ୱାମିତ୍ର, ମହର୍ଷି ଅଗସ୍ତ୍ୟ, ମହର୍ଷି ବାଲ୍ମିକି, ଦେବୀ ଅହଲ୍ୟା, ନିଷାଦରାଜ ଏବଂ ମାତା ଶବରୀଙ୍କ ମନ୍ଦିରରେ ପୂଜାର୍ଚନା କିବେ । ସେହିପରି ସପ୍ତ ମନ୍ଦିର ପରେ ଶେଷାବତାର ମନ୍ଦିର ଯିବେ । ଏହାପରେ ପୂର୍ବାହ୍ନ ୧୧ଟାରେ ମାତା ଅନ୍ନପୂର୍ଣ୍ଣାଙ୍କ ଦର୍ଶନ କରିବେ ପ୍ରଧାନମନ୍ତ୍ରୀ । ଧ୍ଵଜାରୋହଣ ପୂର୍ବରୁ ରାମ ଦରବାର ଗର୍ଭଗୃହରେ ପୂଜାର୍ଚ୍ଚନା କରିବାର ରହିଛି କାର୍ଯ୍ୟକ୍ରମ । 

ରାମ ମନ୍ଦିରର ଶିଖରରେ ଉଡ଼ିବ କେଶରିଆ ଧର୍ମ ଧ୍ଵଜା । ଭବ୍ୟ ସମାରୋହ ପାଇଁ ଅଯୋଧ୍ୟାରେ ଭବ୍ୟ ପ୍ରସ୍ତୁତି କରାଯାଇଛି । ରାସ୍ତା ଘାଟ ଠାରୁ ଆରମ୍ଭକରି ରାମମୟ ହୋଇଛି ପୁରା ଅଯୋଧ୍ୟା ନଗରୀ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ସାମିଲ ହେବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଧର୍ମଧ୍ୱଜର ସ୍ଥାପନା ସହିତ ଅଯୋଧ୍ୟା ଏକ ବିଶ୍ୱ ଆଧ୍ୟାତ୍ମିକ କେନ୍ଦ୍ରର ପରିଚୟ ପାଇବ । ଏଥିପାଇଁ ସଜେଇ ହୋଇଛି ଅଯୋଧ୍ୟା ନଗରୀ । କାନ୍ଥବାଡ଼ଠୁ ନେଇ, ରାସ୍ତାଘାଟ, ପୁରା ଅଯୋଧ୍ୟା ହୋଇଛି ରାମମୟ । ଭବ୍ୟ ଶ୍ରୀରାମ ମନ୍ଦିରର ପ୍ରତିଷ୍ଠା ପରେ, ମନ୍ଦିରରେ ଏହି ଧର୍ମ ଧ୍ଵଜାରୋହଣ ଅଯୋଧ୍ୟାକୁ ଆଉ ପାଦେ ଆଗକୁ ନେବ ।

ଅଯୋଧ୍ୟାର ଗୌରବର ପୁନରୁଦ୍ଧାର, ଅଗଣିତ ସନ୍ଥ, ପ୍ରଭୁ ରାମଙ୍କ ଭକ୍ତ ଓ ଯୋଦ୍ଧାମାନଙ୍କ ମହିମାମୟ ବଳିଦାନର ପ୍ରମାଣ ବାଖାଣିବ । ନୂତନ ସଂଯୋଗୀକରଣ, ଅତ୍ୟାଧୁନିକ ଭିତ୍ତିଭୂମି, ଦ୍ରୁତ ପର୍ଯ୍ୟଟନ ବିକାଶ ଭଳି ପଦକ୍ଷେପ ଅଯୋଧ୍ୟାକୁ ବିଶ୍ୱ ସ୍ତରରେ ଏକ ସ୍ଥାୟୀ ଓ ଆଧୁନିକ ସହର ଭାବରେ ପ୍ରତିଷ୍ଠିତ କରିବ । ଏହି ସ୍ମରଣୀୟ କାର୍ଯ୍ୟକ୍ରମରେ ସାମିଲ୍ ହେବାକୁ ଲକ୍ଷ ଲକ୍ଷ ରାମ ପ୍ରେମୀଙ୍କ ସମାଗମ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀଙ୍କ ସମେତ RSS ମୁଖ୍ୟ ମୋହନ ଭାଗବତ ଓ ହଜାର ହଜାର ସଂଖ୍ୟାରେ ନିମନ୍ତ୍ରିତ ଅତିଥି ମଧ୍ୟ ଉପସ୍ଥିତତ ରହିବେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବେଶ୍ କିଛି ଦିନ ହେବ ଲଗାତାର ମନ୍ଦିର ସମେତ ପୁରା ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆଜି ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବେ SHG ମହିଳା । ସାକେତ କଲେଜରୁ ରାମ ମନ୍ଦିର ଯାଏଁ ପ୍ରଧାନମନ୍ତ୍ରୀ ରୋଡ଼ ସୋ କରିବାର ରହିଛି କାର୍ଯ୍ୟକ୍ରମ । ରୋଡ଼ ସୋକୁ ୮ଟି ଜୋନରେ ବଣ୍ଟାଯାଇଛି । ଅଯୋଧ୍ୟାରେ ଅବହେଳିତ ସମାଜର ଲୋକଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ପୂର୍ବ ଉତ୍ତରପ୍ରଦେଶର ସର୍ବ ସମାଜର ପ୍ରାୟ ୭ହଜାର ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି । ସେହିପରି ଅବଧ କ୍ଷେତ୍ରର ୧୩ ଜିଲ୍ଲାରୁ ୧୦୮୯ ଜଣ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି । ଏହା ସହିତ କିନ୍ନର, ଦଳିତ, ବଞ୍ଚିତ ଓ ଅଘୋରୀ ସମାଜର ଲୋକେ ବି କାର୍ଯ୍ୟକ୍ରମରେ ସାମିଲ ହେବେ ।

ଅଧିକ ପଢ଼ନ୍ତୁ ଭାରତ ଖବର...