Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଏକାସାଙ୍ଗରେ ଜଳିବ 25 ଲକ୍ଷ ଦୀପ

National

ଏକାସାଙ୍ଗରେ ଜଳିବ 25 ଲକ୍ଷ ଦୀପ

Smruti Parija
Browse all articles by Smruti Parija
·1 year ago·1 min read
ଏକାସାଙ୍ଗରେ ଜଳିବ 25 ଲକ୍ଷ ଦୀପ

ଅର୍ଗସ ବ୍ୟୁରୋ: ଝଲସୁଛି ଶ୍ରୀରାମ ନଗରୀ । ଅଷ୍ଟମ ବାର୍ଷିକ ଦୀପୋତ୍ସବ ଆରମ୍ଭ ସହିତ ନୂଆ ରେକର୍ଡ ଅପେକ୍ଷାରେ ଅଯୋଧ୍ୟାବାସୀ । ମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପରେ ପ୍ରଥମ ଥର ପାଇଁ ଦୀପୋତ୍ସବ ଆୟୋଜନ ହୋଇଥିବାରୁ ଏହାକୁ ପୂର୍ବବର୍ଷ ଅପେକ୍ଷା ଅଧିକ ଭବ୍ୟ ଓ ଦିବ୍ୟ କରିବାକୁ ଶ୍ରୀରାମ ମନ୍ଦିର ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସମସ୍ତ ପ୍ରୟାସ ହୋଇଛି । 

ଏ ବର୍ଷ  25 ଲକ୍ଷ ଦୀପ ପ୍ରଜ୍ବଳନ ପାଇଁ ବ୍ୟବସ୍ଥା ହୋଇଥିବାରୁ ଶ୍ରଦ୍ଧାଳୁଙ୍କ ସହ ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରେ ବେଶ୍ ଉତ୍କଷ୍ଠା ଦେଖିବାକୁ ମିଳିଛି । ଦୀପୋତ୍ସବକୁ ନେଇ ପୂର୍ବବର୍ଷର ଗିନିଜ ବୁକ ଅଫ ରେକର୍ଡ ଭାଙ୍ଗି ନୂଆ ରେକର୍ଡ କରିଛି ଅଯୋଧ୍ୟା । 

ଗତ ବର୍ଷ ସପ୍ତମ ଦୀପୋତ୍ସବରେ ୨୨ ଲକ୍ଷ ୨୩ ହଜାର ଦୀପ ଜଳାଯିବା ସହ ବନିଥିଲା ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡ । ପ୍ରଭୁ ଶ୍ରୀରାମଙ୍କ ରଥ ଟାଣି ଉତ୍ସବର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପ୍ରୟାଗରାଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୀପୋତ୍ସବକୁ ସ୍ମରଣୀୟ କରିବା ଲାଗି ସରଜୁ ତଟ୍ଟରେ ୫ଟି ସ୍ଥାନରେ ସାମୁହିକ ଦୀପ ପ୍ରଜ୍ଜ୍ବଳିତ ହୋଇଛି । 
ଅବଧ ବିଶ୍ବବିଦ୍ୟାଳୟ ସମେତ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସ୍ବେଚ୍ଛାସେବୀମାନେ ଦୀପ ସଜ୍ଜିତ କରିଛନ୍ତି ।  ଦୀପୋତ୍ସବ ସହ ଏବର୍ଷ ସରଜୁ ତଟରେ ୧୧ଶହ ମହିଳା ଏକସଙ୍ଗରେ ଆଳତୀ କରି ଆଉ ଏକ ରେକର୍ଡ କରିଛନ୍ତି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଭାରତ ଖବର...

Sponsored
Ayodhya Deepotsav: 28 lakh diyas on Lord Ram's land to create Guinness World Record | Argus News