Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ପୁଣି ଥରେ ବିଶ୍ଵ ରେକର୍ଡ କରିବ ରାମନଗରୀ ଅଯୋଧ୍ୟା

National

ପୁଣି ଥରେ ବିଶ୍ଵ ରେକର୍ଡ କରିବ ରାମନଗରୀ ଅଯୋଧ୍ୟା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପୁଣି ଥରେ ବିଶ୍ଵ ରେକର୍ଡ କରିବ ରାମନଗରୀ ଅଯୋଧ୍ୟା

ଅର୍ଗସ ବ୍ୟୁରୋ:  ପୁଣି ଥରେ ବିଶ୍ଵ ରେକର୍ଡ କରିବ ରାମନଗରୀ ଅଯୋଧ୍ୟା। ଆଜି ରାମ ନଗରୀ ଅଯୋଧ୍ୟାରେ ପାଳିତ ହେବ ଭବ୍ୟ ଦୀପୋତ୍ସବ। ଏଥର ଦୀପାବଳି ଅବସରରେ ଅଯୋଧ୍ୟା ସ୍ଥିତ ୫୧ ଘାଟରେ ୨୪ ଲକ୍ଷ ଦୀପ ଜାଳି ହେବ ନୂତନ ବିଶ୍ଵ ରେକର୍ଡ। ଦୀପାବଳି ଅବସରର ଆୟୋଜିତ ହେଉଥିବା ଦୀପୋତ୍ସବ ପାଇଁ ସମଗ୍ର ଅଯୋଧ୍ୟା ନଗରୀକୁ ସଜାଯାଇଛି।

ଏଥର ଦୀପୋତ୍ସବ ଅବସରରେ ଅଯୋଧ୍ୟା ସ୍ଥିତ ୫୧ ଘାଟକୁ ୨୪ ଲକ୍ଷ ଦୀପ ସହିତ ସଜାଯିବ। ଚଳିତ ବର୍ଷ ରାଜ୍ୟର ପ୍ରମୁଖ ଧାର୍ମିକ ସହର ଅଯୋଧ୍ୟା ଠାରେ ଅନୁଷ୍ଠିତ ହେଉଥିବା ଥିବା ଦୀପୋତ୍ସବ ସମ୍ପର୍କରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ଵରେ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ଦୀପାବଳି ଅବସରରେ ଅଯୋଧ୍ୟା ଠାରେ ଆୟୋଜିତ ହେଉଥିବା ଦୀପୋତ୍ସବ କାର୍ଯ୍ୟକ୍ରମ ଏହାର ମହାନତା ପାଇଁ ସମଗ୍ର ବିଶ୍ଵରେ ସ୍ଵୀକୃତି ଲାଭ କରିଛି। ଗତ ୨୦୧୭ ପର ଠାରୁ ପ୍ରତିବର୍ଷ ଆୟୋଜିତ ହେଉଥିବା ଦୀପୋତ୍ସବ ଏକ ନୂତନ ରେକର୍ଡ ସୃଷ୍ଟି କରୁଛି।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Ayodhya Gears Up To Set World Record By Lighting 24 Lakh Diyas At 51 Ghats | Argus News