Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଶ୍ରୀରାମଙ୍କ ପାଇଁ ପ୍ରସ୍ତୁତ ହେବ 7 ହଜାର କେଜିର ହାଲୁଆ

National

ଶ୍ରୀରାମଙ୍କ ପାଇଁ ପ୍ରସ୍ତୁତ ହେବ 7 ହଜାର କେଜିର ହାଲୁଆ

Smruti Parija
Browse all articles by Smruti Parija
·2 years ago·2 min read
ଶ୍ରୀରାମଙ୍କ ପାଇଁ ପ୍ରସ୍ତୁତ ହେବ 7 ହଜାର କେଜିର ହାଲୁଆ

ଅର୍ଗସ ବ୍ୟୁରୋ: ସଜେଇ ହେଉଛି ଅଯୋଧ୍ୟା । ବାସ୍ ଜାନୁଆରୀ 22 କୁ ଅପେକ୍ଷା । ରାମଲାଲାଙ୍କ ପ୍ରାଣପ୍ରତିଷ୍ଠାର ସେ ଅପୂର୍ବ ଓ ଅଲୌକିକ ମୁହୂର୍ତ୍ତର ସାକ୍ଷୀ ରହିବାକୁ ପୁରା ଦେଶ ପ୍ରସ୍ତୁତ । 
ତେବେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଦିନ ଏକ ସ୍ୱତନ୍ତ୍ର ହାଲୁଆ ଶ୍ରୀରାମଙ୍କ ନିକଟରେ ଭୋଗ ହେବ । ଯାହାର ନାଁ ହେଉଛି ରାମ ହାଲୁଆ । ନାଗପୁରର ସେଫ୍ ବିଷ୍ଣୁ ମନୋହର ଏହି ହାଲୁଆ ପ୍ରସ୍ତୁତ କରିବେ । 7 ହଜାର କେଜିର ହାଲୁଆ ପ୍ରସ୍ତୁତ ହେବ । ସେଥିପାଇଁ ସେଫ୍ ଏକ ସ୍ୱତନ୍ତ୍ର କଡେଇ ଆଣିଛନ୍ତି । ଏହି କଡେଇର କାପାସିଟି 12 ହଜାର ଲିଟର । ଯେଉଁଥିରେ ପ୍ରସ୍ତୁତ ହେବ ରାମ ହାଲୁଆ । 

ଏଥିରେ ବ୍ୟବହାର ହେବ
900 କେଜିର ରାୱା
1000 ଲିଟର ଘିଅ
1000 କେଜିର ଚିନି
2 ହଜାର ଲିଟର ଚିନି
2500 ଲିଟର ପାଣି ଓ 300 କେଜିର ଡ୍ରାଏ ଫ୍ରୁଟ୍ସ
75 କେଜି ଅଳେଇଚ ଗୁଣ୍ଡ

ତେବେ ହାଲୁଆ ପ୍ରସ୍ତୁତ ହେବାକୁ ଥିବା କଡେଇର ଓଜନ 1300 ରୁ 1400 କେଜି । ଏହି କଡେଇଟି ଷ୍ଟିଲ୍ ରେ ତିଆରି ହୋଇଛି । ଏବଂ ଏହାର ମଝି ଭାଗ ଲୁହାରେ ତିଆରି ହୋଇଛି । ଯେଉଁଥିପାଇଁ ହାଲୁଆ ତିଆରି ହେଲେ ଯେପରି ଏହା କଡେଇରେ ଲାଗିବନି ବା ପୋଡିବନି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାତିରେ ରାମ ମନ୍ଦିରର ଆକର୍ଷଣୀୟ ଦୃଶ୍ୟ

କଡେଇର ଆକାର 10 /10 ଫୁଟ୍ । ତେବେ ଏହାର କାପାସିଟି 12 ହଜାର ଲିଟର, ଯେଉଁଥିରେ 7 ହଜାର କେଜିର ହାଲୁଆ ତିଆରି ହୋଇପାରିବ । ତେବେ ହାଲୁଆ ପ୍ରସ୍ତୁତ ହେବା ପରେ ଏହାକୁ ଉଠାଇବା ପାଇଁ କ୍ରେନ୍ ର ଆବଶ୍ୟକ ପଡିବ । କ୍ରେନ୍ ସାହାଯ୍ୟରେ କଡେଇ ସେଠାରୁ କଢା ଯାଇ ରାମଲାଲାଙ୍କ ପାଖରେ ପ୍ରସାଦ ଅର୍ପଣ ହେବ । ପରେ ଏହାକୁ ଦେଢ ଲକ୍ଷ ଲୋକଙ୍କୁ ବଣ୍ଟନ କରାଯିବ । ଏନେଇ ସେଫ୍ ଜଣଙ୍କ କହିଛନ୍ତି ଶ୍ରୀରାମଙ୍କ ଆଗମନ ପାଇଁ ସମସ୍ତଙ୍କ ମନରେ ଅପୂର୍ବ ଉତ୍ସାହ, ଉତ୍କଣ୍ଠା । ଏହି ହାଲୁଆ ତିଆରି କରିବା ଆମ ପାଇଁ ସୌଭାଗ୍ୟର କଥା । 
 

Argus Whatsapp Channel Mobile Top
Sponsored
ayodhya-ram-mandir-consecration-ceremony-7000-kg-of-ram-halwa-to-be-made | Argus News