Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ରାମଲାଲାଙ୍କ ପାଇଁ ବରେଲିରୁ ଆସିବ ଅତର

Banajyotshna Ray
Browse all articles by Banajyotshna Ray
·2 years ago·1 min read
ରାମଲାଲାଙ୍କ ପାଇଁ ବରେଲିରୁ ଆସିବ ଅତର

ଅର୍ଗସ ବ୍ୟୁରୋ:  ରାମଙ୍କ ପାଇଁ ସବୁ ସ୍ୱତନ୍ତ୍ର । ଦେଶର ବିଭିନ୍ନ ସ୍ଥାନରୁ ରାମଲାଲାଙ୍କ ପାଇଁ ଆସୁଛି ଜିନିଷ । ଶ୍ରଦ୍ଧାରେ ପଠାଉଛନ୍ତି ଶ୍ରଦ୍ଧାଳୁ । ଉତ୍ତରପ୍ରଦେଶ ବରେଲିର ଜଣେ ବ୍ୟବସାୟୀ ରାମଙ୍କ ପାଇଁ ପ୍ରସ୍ତୁତ କରିଛନ୍ତି ସ୍ବତନ୍ତ୍ର perfume ବା ଅତର । ଏହାସହ କେଶର ଧୂପ ବି ସେ ତିଆରି କରିଛନ୍ତି । ଏସବୁ ସେ ରାମମନ୍ଦିରକୁ ପଠାଇବେ ।

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ଆଉ ମାତ୍ର 4 ଦିନ ବାକି । ଅଯୋଧ୍ୟାରେ ଚାଲିଛି ଜୋରଦାର ପ୍ରସ୍ତୁତି ।  ଆଜି ଗର୍ଭଗୃହରେ କରାଯିବ ରାମଲାଲାଙ୍କ ପ୍ରତିମୂର୍ତ୍ତି ସ୍ଥାପନ । ଏଥିପାଇଁ ରାମ ମନ୍ଦିର ପରିସରରେ ପହଞ୍ଚି ଯାଇଛି ରାମଲାଲାଙ୍କ ପ୍ରତିମା । କ୍ରେନ୍‌ ସାହାଯ୍ୟରେ ଅଣାଯାଇଛି ରାମଲାଲାଙ୍କ ଏହି ପ୍ରତିମୂର୍ତ୍ତି । ପ୍ରାଣ ପ୍ରତିଷ୍ଠାକୁ ଆଉ 4 ଦିନ ବାକି ଥିବାବେଳେ ବିଧି ବିଧାନର ଦ୍ବିତୀୟ ଦିନରେ ଜନ୍ମଭୂମି ପରିସରରେ ପରିକ୍ରମା କରିବା ପରେ ରାମ ମନ୍ଦିର ପରିସରରେ ପହଞ୍ଚି ଯାଇଛି ରାମଲାଲାଙ୍କ ପ୍ରତିମା । ଜାନୁଆରୀ 22କୁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ନେଇ ସାରା ଦେଶରେ ଉତ୍ସାହ ଦେଖିବାକୁ ମିଳିଛି । ଗେରୁଆମୟ ପାଲଟୁଛି ସାରା ଭାରତ।

ଅଧିକ ପଢ଼ନ୍ତୁ ଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
ayodhya ram mandir inauguration kannauj perfumes for ramlala pran pratishtha | Argus News