ଚାଲିଛି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ, ମୁଖ୍ୟ ଯଜମାନ ପ୍ରଧାନମନ୍ତ୍ରୀ
·2 years ago

ନୂଆଦିଲ୍ଲୀ: ୫୦୦ ବର୍ଷ ଅପେକ୍ଷାର ଘଟିଲା ଅନ୍ତ। ଅଯୋଧ୍ୟରେ ବିରାଜମାନ ପ୍ରଭୁ ରାମଚନ୍ଦ୍ର। ଗର୍ଭଗୃହରେ ପ୍ରାଣ ପ୍ରତିଷ୍ଠାର ପୂଜାବିଧି ଆରମ୍ଭ। ମୁଖ୍ୟ ଯଜମାନ ଭାବେ ମୋଦି । ଗର୍ଭ ଗୃହରେ ମୋଦିଙ୍କ ସହ ଉପସ୍ଥିତ ଅଛନ୍ତି ଆରଏସଏସର ମୁଖ୍ୟ ମୋହନ ଭାଗବତ। ସରିବ କାଳ କାଳର ପ୍ରତୀକ୍ଷା। ସାକାର ହେବ କୋଟି କୋଟି ଆଖିର ସ୍ୱପ୍ନ। ଆଜି ଦିନଟି ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ।
୮୪ ସେକେଣ୍ଡ ରହିବ ଅଭିଜିତ୍ ମୁହୂର୍ତ୍ତ। ଆରମ୍ଭ ହୋଇଯାଇଛି ପ୍ରାଣ ପ୍ରତିଷ୍ଠାର ବିଧି। ରଙ୍ଗ ବେରଙ୍ଗ ଫୁଲରେ ଝଲସୁଛି ରାମଲଲାଙ୍କ ଭବ୍ୟ ନିବାସ। ରାମ ଜନ୍ମଭୂମିର ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ କହିବା ଅନୁସାରେ, ୧୨ଟା ୧୫ରୁ ୧୨ଟା ୪୫ ଯାଏଁ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଶୁଭ ମୁହୂର୍ତ୍ତ।
ଅଧିକ ପଢନ୍ତୁ ରାମକଥା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: