Videos
|
National

ପ୍ରତିଷ୍ଠା ବିଧି ଆରମ୍ଭ, ପୂଜକଙ୍କୁ ହସ୍ତାନ୍ତର କରାଯାଇଛି ଶ୍ରୀରାମଙ୍କ ଅଙ୍ଗବସ୍ତ୍ର

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପ୍ରତିଷ୍ଠା ବିଧି ଆରମ୍ଭ, ପୂଜକଙ୍କୁ ହସ୍ତାନ୍ତର କରାଯାଇଛି ଶ୍ରୀରାମଙ୍କ ଅଙ୍ଗବସ୍ତ୍ର

ଅର୍ଗସ ବ୍ୟୁରୋ:  ପାଖେଇ ଆସୁଛି ଭବ୍ୟ ଓ ଦିବ୍ୟ ଶ୍ରୀରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ। ମଝିରେ ଆଉ ମାତ୍ର ୫ ଦିନ । ଜାନୁଆରୀ 22 ତାରିଖକୁ ଚାତକ ଆଖିରେ ଚାହିଁ ବସିଛି ଭକ୍ତ । ପ୍ରାଣ ପ୍ରତିଷ୍ଠା ସମୟଠୁ ଆରମ୍ଭ କରି ପୂଜା ବିଧି ପର୍ଯ୍ୟନ୍ତ ସବୁ କିଛିର ଆୟୋଜନ ଶେଷ ହୋଇଛି । ଆଜିଠୁ ଆରମ୍ଭ ହେବ ପ୍ରତିଷ୍ଠା ବିଧି । ଏଥିପାଇଁ ପୂଜକଙ୍କୁ ହସ୍ତାନ୍ତର କରା ଯାଇଛି ଶ୍ରୀରାମଙ୍କ ଅଙ୍ଗବସ୍ତ୍ର । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ସାଧାରଣ ସମ୍ପାଦକ ଚମ୍ପତ ରାୟ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାର ସମ୍ପୂର୍ଣ୍ଣ ବିବରଣୀ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦେଇଛନ୍ତି ।

ପ୍ରାଣ ପ୍ରତିଷ୍ଠାର ସମୟ 12ଟା 20ରେ ଆରମ୍ଭ ହେବ ବୋଲି ସ୍ଥିର କରାଯାଇଛି। କର୍ମକାଣ୍ଡର ସବୁ ବିଧି ବାରାଣାସୀର ଲକ୍ଷ୍ମୀକାନ୍ତ ଜୀ ଙ୍କ ଦ୍ବାରା ସମ୍ପନ୍ନ କରାଯିବ। ଆସନ୍ତାକାଲିଠୁ ପ୍ରାଣ ପ୍ରତିଷ୍ଠାର ବିଧି ଆରମ୍ଭ ହେବାକୁ ଯାଉଛି ଏବଂ  ଏହି ବିଧି 21 ଜାନୁଆରୀ ପର୍ଯ୍ୟନ୍ତ ଚାଲିବ। 18 ଜାନୁଆରୀରେ ମନ୍ଦିର ଗର୍ଭଗୃହରେ ଭଗବାନ ଶ୍ରୀରାମଙ୍କ ବାଳକ ସ୍ବରୂପକୁ ସ୍ଥାପିତ କରାଯିବ। ମୂର୍ତ୍ତିର ଓଜନ ପ୍ରାୟ 120ରୁ 200 କିଲୋଗ୍ରାମ ପର୍ଯ୍ୟନ୍ତ ରହିବ। 5 ବର୍ଷର ବାଳକ ସ୍ବରୂପ ପ୍ରଭୁ ଶ୍ରୀରାମ ତାଙ୍କ ସମସ୍ତ ଭକ୍ତଙ୍କୁ ଖୁବ୍ ଶୀଘ୍ର ଦେବେ ଦର୍ଶନ।  ଜାନୁଆରୀ 23ରୁ ସାଧାରଣ ଭକ୍ତଙ୍କ ଦର୍ଶନ ନିମନ୍ତେ ମନ୍ଦିର ଖୋଲାଯିବ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Ayodhya Ram Mandir | Argus News