Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅଯୋଧ୍ୟାରେ ଯୋଗୀ, ଜୟଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହେଲା ହନୁମାନଗଢୀ  

National

ଅଯୋଧ୍ୟାରେ ଯୋଗୀ, ଜୟଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହେଲା ହନୁମାନଗଢୀ  

Manini Pattanayak
Browse all articles by Manini Pattanayak
·2 years ago·1 min read
ଅଯୋଧ୍ୟାରେ ଯୋଗୀ, ଜୟଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହେଲା ହନୁମାନଗଢୀ  

ନୂଆଦିଲ୍ଲୀ:  ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ରାମ ମନ୍ଦିର ନିର୍ମାଣ କାମ । କେମିତି ସୁରୁଖୁରୁରେ ମନ୍ଦିର କାମ ହେବ ସେନେଇ ୟପି ସରକାର ଜୋରଦାର ପ୍ରସ୍ତୁତି ଚାଲିଛି । ଆଉ ଏହାରି ଭିତରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ପହଞ୍ଚି  ସର୍ବ-ପ୍ରଥମେ ହନୁମାନଗଢୀରେ ପୂଜାର୍ଚ୍ଚନା କରିଥିଲେ । ପାଖାପାଖି ୫ ମିନିଟ୍‌ ପୂଜାର୍ଚ୍ଚନା କରିବା ପରେ ସିଏମ ଯୋଗୀ ରାମଲଲାଙ୍କ ଦର୍ଶନ କରିବାକୁ ବାହାରିଥିଲେ । ସିଏମ ଯୋଗୀ  ହନୁମାନଗଢୀର ପ୍ରବେଶ ଦ୍ୱାରରେ ପହଞ୍ଚିବା କ୍ଷଣି ଶ୍ରଦ୍ଧାଳୁଙ୍କ ଜୟଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠିଥିଲା  ହନୁମାନଗଢୀ।  ସିଏମ ଯୋଗୀ ମଧ୍ୟ ହାତ ହଲାଇ ଅଭିବାଦନ ଜଣାଇଥିଲେ।  ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠିଥିଲା  ପରିବେଶ। ଅଯୋଧ୍ୟରେ  ମୋଦିଜୀ ବହୁତ ଭଲ ବିକାଶ କରିଛନ୍ତି। ମୋଦି ଏବଂ ଯୋଗୀଙ୍କ ନାମ ନେଇ ଶ୍ରଦ୍ଧାଳୁ କହିଥିଲେ ମୋଦି ହୈ ତୋ ମୁମକିନ ହୈ... ଏବଂ ଯୋଗୀ  ହୈ ତୋ ୟେକିନ୍‌ ହୈ.. 

 ୫୫୦ ବର୍ଷର ଅପେକ୍ଷା ଶେଷ ହୋଇଛି। ଏହି କ୍ଷଣର ଅପେକ୍ଷା ଥିଲା ସମସ୍ତିଙ୍କର। ଏଠି ରୋଜଗାରର ମଧ୍ୟ ପନ୍ଥା ମଧ୍ୟ ମିଳିଛି ଗରିବଙ୍କୁ।  ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପରେ   ବିକାଶ କାର୍ଯ୍ୟର ନରିକ୍ଷଣ କରିଥିଲେ ମୋଦି ।  ଏଥିସହିତ ସର୍କିଟ୍‌ ହାଉସରେ ଏକ ବୈଠକ କରିବାର କାର୍ଯ୍ୟକ୍ରମ ଥିଲା।   ରାମନଗରୀର ସାଧୁ ସନ୍ଥଙ୍କ ସହ ସାକ୍ଷାତ କରିବାର ମଧ୍ୟ ଯୋଜନା ଅଛି। ଏପଟେ ଭିଡକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।  ଆଜି ମଙ୍ଗଳବାର ହେତୁ ହନୁମାନଗଢୀ ରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ।  ଭିଡ ନିୟନ୍ତ୍ରଣ ପାଇଁ  ପ୍ରଶାସନ ତରଫରୁ ବ୍ୟବସ୍ଥା ମଧ୍ୟ କରାଯାଇଛି।    
ଅଧିକ ଦେଖନ୍ତୁ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Ayodhya Ram Temple ceremony: UP CM Yogi Adityanath declares | Argus News