Videos
|
National

Ayodhya Ram Mandir / ଭକ୍ତଙ୍କ ପାଇଁ ହୋଇସାରିଛି ସବୁ ସୁବିଧା, ଏଥର ନିର୍ଦ୍ୱନ୍ଦ୍ୱରେ ଅଯୋଧ୍ୟା ଯାଇପାରିବେ ଶ୍ରଦ୍ଧାଳୁ

Satyendu Sekhar Mishra
Browse all articles by Satyendu Sekhar Mishra
·9 months ago·2 min read
ଭକ୍ତଙ୍କ ପାଇଁ ହୋଇସାରିଛି ସବୁ ସୁବିଧା, ଏଥର ନିର୍ଦ୍ୱନ୍ଦ୍ୱରେ ଅଯୋଧ୍ୟା ଯାଇପାରିବେ ଶ୍ରଦ୍ଧାଳୁ

Key Points

ସାଢେ ତିନି କିଲୋମିଟର ବାଉଣ୍ଡାରୀ ୱାଲ, ମନ୍ଦିର ଟ୍ରଷ୍ଟ ଅଫିସ, ଗେଷ୍ଟ ହାଉସ, ଅଡିଟୋରିୟମ ଭଳି କିଛି କାମ ଏବେବି ଚାଲୁ ରହିଛି।
ତେବେ ଏହି ସମୟ ମଧ୍ୟରେ ୬ଟି ଛୋଟ ମନ୍ଦିର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।

ଅଯୋଧ୍ୟା ରାମ ମନ୍ଦିରର ନିର୍ମାଣ କାମ ଶେଷ ହୋଇଛି। ମୁଖ୍ୟ ମନ୍ଦିର ପରକୋଟାର ୬ଟି ମନ୍ଦିର, ଶେଷ ଅବତାର ମନ୍ଦିର ଓ ସପ୍ତ ମଣ୍ଡପର ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏହା ସହିତ ଭକ୍ତଙ୍କ ସୁବିଧା ଲାଗି ସମସ୍ତ ବ୍ୟବସ୍ଥା ମଧ୍ୟ ହୋଇଛି। ପରକୋଟାର ୬ଟି ମନ୍ଦିର ଯଥା- ଭଗବାନ ଶିବ, ଭଗବାନ ଗଣେଶ, ହନୁମାନ, ସୂର୍ଯ୍ୟଦେବ, ଦେବୀ ଭଗବତୀ, ଅର୍ଣ୍ଣପୂର୍ଣ୍ଣା ଓ ଶେଷବତାର ମନ୍ଦିର ରହିଛି। ଏହି ମନ୍ଦିରରେ ଧ୍ବଜଦଣ୍ଡ ଓ କଳସ ସ୍ଥାପନା କାମ ମଧ୍ୟ ଶେଷ ହୋଇଛି। ଏଥିସହ ସନ୍ଥ ତୁଳସୀ ଦାସ ମନ୍ଦିର ସହ ଜଟାୟୁ ଓ ଗୁଣ୍ଡୁଚିମୂଷା ପ୍ରତିମୂର୍ତ୍ତି ମଧ୍ୟ ପ୍ରତିଷ୍ଠା ହୋଇସାରିଛି।

ସପ୍ତ ମଣ୍ଡପ ଯଥା- ମହର୍ଷି ବାଲ୍ମିକୀ, ବଶିଷ୍ଠ, ବିଶ୍ବାମିତ୍ର, ମହର୍ଷି ଅଗସ୍ତ୍ୟ, ନିଷାଦରାଜ, ଶବରୀ ଏବଂ ଋଷି ପତ୍ନୀ ଅହଲ୍ୟାଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ବି ଶେଷ ହୋଇଛି। ସେପଟେ ନଭେମ୍ଭର ୨୫ରେ ପିଏମ ମୋଦି ରାମ ମନ୍ଦିରର ୧୬୧ ଫୁଟ ଉଚ୍ଚ ଶିଖରରେ ବିଶାଳ ଧ୍ବଜା ଉତ୍ତୋଳନ କରିବେ। ମନ୍ଦିର ପ୍ରାଣ ପ୍ରତିଷ୍ଠା ପରି ଏହି କାର୍ଯ୍ୟକୁ ଭବ୍ୟ କରିବାକୁ ଜୋରଦାର ପ୍ରୟାସ ଚାଲିଛି। ପ୍ରାଣ ପ୍ରତିଷ୍ଠା ପରେ ୫ ଦିନ ବ୍ୟାପୀ ହେବ ଧ୍ବଜାରୋହଣ ଉତ୍ସବ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରଙ୍କ କହିବାନୁସାରେ, ଏହି ଧାର୍ମିକ କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗରୁ ପ୍ରତିନିଧିତ୍ବ କରୁଥିବା ପ୍ରାୟ ୬ ହଜାରରୁ ୮ ହଜାର ନିମନ୍ତ୍ରିତ ଅତିଥି ଯୋଗଦେବେ।

ତେବେ ବର୍ଷଟେ ନହେଉଣୁ ସମସ୍ତ କାର୍ଯ୍ୟ ଶେଷ ହୋଇଛି। ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁସାରେ, ମୁଖ୍ୟ ମନ୍ଦିର ସହିତ ପ୍ରତ୍ୟକ୍ଷ ଭାବରେ ଜଡିତ ଥିବା ସମସ୍ତ କାର୍ଯ୍ୟ ଶେଷ ହୋଇଛି। ଅନ୍ୟପଟେ ଭକ୍ତଙ୍କ ଦର୍ଶନକୁ ପ୍ରଭାବିତ ନକରିବା ଭଳି କିଛି କାର୍ଯ୍ୟ ଏବେ ବି ଚାଲୁ ରହିଛି ବୋଲି ସ୍ପଷ୍ଟ କରାଯାଇଛି। ଯେମିତିକି ସାଢ଼େ ତିନି କିଲୋମିଟର ବାଉଣ୍ଡାରୀ ୱାଲ, ମନ୍ଦିର ଟ୍ରଷ୍ଟ ଅଫିସ, ଗେଷ୍ଟ ହାଉସ, ଅଡିଟୋରିୟମ ଭଳି କିଛି କାମ ଏବେବି ଚାଲୁ ରହିଛି। ତେବେ ଏହି ସମୟ ମଧ୍ୟରେ ୬ଟି ଛୋଟ ମନ୍ଦିର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।

ମନ୍ଦିର ଶିଖରରେ ୨୨ ଫୁଟ ଲମ୍ବ ଓ ୧୧ ଫୁଟ ଓସାରର ଧର୍ମ ଧ୍ବଜା ସ୍ଥାପନ କରାଯିବ। ଧ୍ବଜାରୋହଣ କାର୍ଯ୍ୟକ୍ରମ ପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହାପୂର୍ବରୁ ସମସ୍ତ ମନ୍ଦିର ସମ୍ପର୍କିତ କାର୍ଯ୍ୟ ଶେଷ ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories