Videos
|
National

ଉତ୍ସବ ମୁଖର ଅଯୋଧ୍ୟା ପରିବେଶ

Smruti Parija
Browse all articles by Smruti Parija
·2 years ago·2 min read
ଉତ୍ସବ ମୁଖର ଅଯୋଧ୍ୟା ପରିବେଶ

ଅର୍ଗସ ବ୍ୟୁରୋ: ଶ୍ରୀରାମଙ୍କ 24 ଅବତାର। ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ। ମହାପ୍ରଭୁ ଜଗନ୍ନାଥ। ଯିଏ ରାମ ସିଏ ଜଗନ୍ନାଥ। ସମସ୍ତେ ସ୍ବୟଂ ନାରାୟଣଙ୍କ ଅବତାର। ଜଣେ ଅଯୋଧ୍ୟା ନିବାସୀ ଆଉ ଜଣେ ପୁରୁଷୋତ୍ତମ କ୍ଷେତ୍ର ନିବାସୀ। ଜଣେ ବାଲ୍ୟ ରୂପରେ ପୂଜା ପାଉଛନ୍ତି, ନୂଆ ମନ୍ଦିରରେ ନୂଆ ମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠାକୁ ଅପେକ୍ଷା କରିଛନ୍ତି, ଆଉ ଜଣେ ଭାଇ ଭଉଣୀଙ୍କ ମହୋଦଧି କୂଳରେ ଲୀଳା ଖେଳା କରୁଛନ୍ତି । 

ଯେତେ ଯେତେ ପାଖେଇ ଆସୁଛି ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଦିବସ ସେତେସେତେ ଜମୁଛି ଅଯୋଧ୍ୟା ପରିବେଶ। ଏହା ମହା ଉତ୍ସବରେ ସାମିଲ ହେବାକୁ ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ନଗରୀକୁ କରାଯାଉଛି ଆମନ୍ତ୍ରଣ। ସାରା ଦେଶରୁ ସନାତନୀ ହିନ୍ଦୁଙ୍କ ସହ ସାଧୁ ସନ୍ଥ, ବିଭିନ୍ନ ଧର୍ମାବଲମ୍ବୀ ମହାତ୍ମାଙ୍କୁ କରାଯାଉଛି ନିମନ୍ତ୍ରଣ। ସାଧୁ ସନ୍ଥଙ୍କ ଭିତରେ ଅଛନ୍ତି ସାରା ଦେଶରୁ ସବୁ ଭାଷା ଭାଷୀ ଧର୍ମାତ୍ମା। ଶୈବ, ବୈଷ୍ଣବ, ଶାକ୍ତ, ଗଣପତିଙ୍କ ଉପାସକ, ଶିଖ୍, ବୌଦ୍ଧ, ଜୈନ, ସବୁ ଦର୍ଶନ, କବୀର ପନ୍ଥୀ, ବାଲ୍ମିକୀ, ରାମକୃଷ୍ଣ ମିଶନ, ଚିନ୍ମୟୀ ମିଶନ, ଭାରତ ସେବାଶ୍ରମ ସଂଘ, ଗାୟତ୍ରୀ ପରିବାର ସହ ଓଡ଼ିଶାର ମହିମା ଧର୍ମର ସନ୍ଥ ମାନଙ୍କୁ ମଧ୍ୟ ଅଯୋଧ୍ୟାରୁ ଆସିଛି ପତ୍ର। 

ସୁବର୍ଣ୍ଣପୁର ଜିଲ୍ଲା ମହିମା ଖଲିଆପାଲିଠାରେ ଥିବା ସନ୍ଥ କବି ଭୀମଭୋଇଙ୍କ ସମାଧି ପୀଠକୁ ଅଯୋଧ୍ୟାରୁ ଆସିଛି ନିମନ୍ତ୍ରଣ ପତ୍ର। ଏହାକୁ ନେଇ ଖୁବ ଖୁସି ମଠର ସାଧୁ ସନ୍ଥ। ସ୍ଥାନୀୟ ଗ୍ରାମବାସୀ ବି ଉଲ୍ଲସିତ। ୨୨ ତାରିଖରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଏଠାରେ ଖୁବ୍ ଜାକଜମକରେ ପାଳନ କରିବାକୁ ଆରମ୍ଭ କରିଦେଇଛନ୍ତି ପ୍ରସ୍ତୁତି। 

ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ ଓଡ଼ିଶାର ମହିମା ସାଧୁ । ସ୍ବତନ୍ତ୍ର ଭାବେ କରାଯାଇଛି ନିମନ୍ତ୍ରଣ। ମହିମା ଧର୍ମର ପ୍ରଚାର ପ୍ରସାର ପାଇଁ ମହତ ଉଦ୍ୟମ କରିଛନ୍ତି ମୋଦି ସରକାର । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ପାଠ୍ୟକ୍ରମରେ ସାମିଲ ହୋଇଛି ମହିମା ଦର୍ଶନ । ଆୟୋଜିତ ହୋଇଛି ଜାତୀୟ ମହିମା କନକ୍ଲେଭ୍। ସାଧୁ ସନ୍ଥ, ଧର୍ମାତ୍ମାଙ୍କ ସହ ଅଯୋଧ୍ୟାରେ ହେବ ଭାରତୀୟ ପାରମ୍ପରିକ କଳା ସଂସ୍କୃତିର ସମନ୍ବୟ। ଓଡ଼ିଶାର ଆଦିବାସୀଙ୍କ ପାରମ୍ପରିକ ବାଦ୍ୟ ମାଦଳ ମଧ୍ୟ ସାମିଲ ହେବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 500 ବର୍ଷର ସଂଘର୍ଷ ପରେ ଜାନୁଆରୀ 22 ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ।  ଏହି ଦିନକୁ ଭାବ ଭକ୍ତିର ସହ ପାଳନ କରିବାକୁ ଚାହୁଁଛନ୍ତି ରାଜ୍ୟବାସୀ। ଏଣୁ ସେହିଦିନ ରାଜ୍ୟରେ ମଦ ଆଦି ନିଶା ଦ୍ରବ୍ୟ ବନ୍ଦ କରିବା ସହ ସରକାରୀ ଛୁଟି ଘୋଷଣା କରିବାକୁ ଦାବି କରିଛି ବିଜେପି। 

ଆହୁରି ପଢନ୍ତୁ ଭାରତ ଖବର...

ayodhya-ram-temple-update-news | Argus News