Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଅଯୋଧ୍ୟା ରାମମନ୍ଦିରକୁ ଉଡ଼ାଇଦେବାକୁ ଧମକ

National

ଅଯୋଧ୍ୟା ରାମମନ୍ଦିରକୁ ଉଡ଼ାଇଦେବାକୁ ଧମକ

Ritu Das
Browse all articles by Ritu Das
·1 year ago·1 min read
ଅଯୋଧ୍ୟା ରାମମନ୍ଦିରକୁ ଉଡ଼ାଇଦେବାକୁ ଧମକ

ଅର୍ଗସ ବ୍ୟୁରୋ: ପାକିସ୍ତାନର ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦ ପକ୍ଷରୁ ଅଯୋଧ୍ୟାର ଭବ୍ୟ ରାମମନ୍ଦିରକୁ ବିସ୍ଫୋରଣରେ ଉଡ଼ାଇଦେବାକୁ ଧମକ ଦିଆଯାଇଛି। ଏହି ଧମକ ଏକ ଅଡିଓ ମାଧ୍ୟମରେ ଦିଆଯାଇଛି। ଏନେଇ ଅଯୋଧ୍ୟାକୁ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି। ଏହାସହ ଅଯୋଧ୍ୟାକୁ ପ୍ରଶାସନ ପକ୍ଷରୁ ହାଇଆଲର୍ଟ ଜାରି କରାଯିବାସହ ସହରରେ ଛାନଭିନକୁ କଡ଼ାକଡ଼ି କରାଯାଇଛି।

 

ଜେଇଏମର ଏହି ଅଡିଓ ବାର୍ତ୍ତା 2001 ରେ ରାମ ମନ୍ଦିର ଉପରେ ହୋଇଥିବା ପୂର୍ବ ଆକ୍ରମଣକୁ ଦର୍ଶାଇ ଏକ ନୂତନ ଆକ୍ରମଣ କରାଯିବ ବୋଲି ଆଶଙ୍କାକୁ ବଢ଼ାଇଦେଇଥିଲା। ସୁରକ୍ଷା ଆଲର୍ଟ ପରେ ମନ୍ଦିରର ସୁରକ୍ଷାକୁ ଆହୁରି ବଢ଼ାଇଦିଆଯାଇଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଭାରତରେ ରାମନ୍ଦିରର ଉଦଘାଟନ ପରେ ପାକିସ୍ତାନ ଆତଙ୍କୀ ସଂଗଠନ ପକ୍ଷରୁ ହମଲାର ଧମକ ବାରମ୍ବାର ଦିଆଯାଉଛି। ଅଡିଓରେ ଜଣେ ଚିଲାଇକି କହୁଛି ଯେଉଁଠାରେ ବାବ୍ରି ମସଜିଦ ଥିଲା ତୁମେ ଆମ ମସଜିଦ ଭାଙ୍ଗିଛ ଆମେ ତୁମ ମନ୍ଦିରକୁ ବୋମାରେ ନିଶ୍ଚିତ ଭାବେ ଉଡାଇଦେବୁ। ଏହି ଅଡିଓ ପରଠୁ ଅଯୋଧ୍ୟାରେ ହାଇଆଲର୍ଟ ଜାରି କରାଯାଇଛି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
Ayodhya threatens | Argus News