ଏକମାସ ମଧ୍ୟରେ 25 କେଜି ସୁନା-ଚାନ୍ଦି ସହିତ 25 କୋଟି ଟଙ୍କା ଦାନ
·2 years ago·1 min read

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମଲାଲାଙ୍କ ନବନର୍ମିତ ମନ୍ଦିରକୁ ମିଳୁଛି ପର୍ଯ୍ୟାପ୍ତ ଦାନ। ଜାନୁଆରୀ 22ରେ ପ୍ରାଣ ପ୍ରତିଷ୍ଠାର ଏକମାସ ଭିତରେ 25 କେଜି ସୁନା ଓ ଚାନ୍ଦି ଅଳଙ୍କାର ସହିତ ପ୍ରାୟ 25 କୋଟି ଟଙ୍କା ଦାନ ମିଳିଛି। ରାମ ମନ୍ଦିର ଟ୍ରଷ୍ଟର ସୂଚନା ଅନୁସାରେ 25 କୋଟି ଟଙ୍କା ମଧ୍ୟରେ ଚେକ୍, ଡ୍ରାଫ୍ଟ, ମନ୍ଦିର ଟ୍ରଷ୍ଟ କାର୍ଯ୍ୟାଳୟରେ ଜମା ହଇଥିବା ଅର୍ଥରାଶି ସମେତ ଦାନପେଟିରେ ଥିବା ଅର୍ଥ ରହିଛି।
ତେବେ ଅନଲାଇନ ମାଧ୍ୟମରେ କେତେ ଟଙ୍କା ଦାନ ମିଳିଛି ତାହା ସୂଚନା ମିଳିନି। ଜାନୁଆରୀ 23ରୁ ଆଜି ପର୍ଯ୍ୟନ୍ତ ପ୍ରାୟ 60 ଲକ୍ଷ ଭକ୍ତ ରାମଲାଲଙ୍କ ଦର୍ଶନ କରିସାରିଲେଣି। ଏହା ସହ ଆଗାମୀ ରାମନବମୀ ଉତ୍ସବ ବେଳେ ଉକ୍ତଙ୍କ ସଂଖ୍ୟା 50 ଲକ୍ଷ ପାର କରିବ ବୋଲି ଅନୁମାନ କରାଯାଉଛି। ସେତେବେଳେ ଦାନର ପରିମାଣ ମଧ୍ୟ ବୃଦ୍ଧି ପାଇବ। ସେପଟେ ଦାନ ଅର୍ଥ ସଂଗ୍ରହ କରିବା ଲାଗି ଏସବିଆଇକୁ ଦାୟିତ୍ବ ଦିଆଯାଇଛି। ଏସବିଆଇ ନିଜ କର୍ମଚାରୀଙ୍କ ସଂଖ୍ୟାରେ ବୃଦ୍ଧି କରି ଦୁଇଟି ପାଳିରେ କାମ କରୁଛି।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: