Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ବହୁତ କଷ୍ଟରେ ପାହାଡ଼ ଚଢ଼ି ଚଢ଼ି ଗଲେ ଭକ୍ତ: ଦର୍ଶନ ନଦେଇ ଉଭେଇଗଲେ ବାବା ଅମରନାଥ

National

Baba Amarnath / ବହୁତ କଷ୍ଟରେ ପାହାଡ଼ ଚଢ଼ି ଚଢ଼ି ଗଲେ ଭକ୍ତ: ଦର୍ଶନ ନଦେଇ ଉଭେଇଗଲେ ବାବା ଅମରନାଥ

Rashmita Mishra
Browse all articles by Rashmita Mishra
·1 hour ago·2 min read
ବହୁତ କଷ୍ଟରେ ପାହାଡ଼ ଚଢ଼ି ଚଢ଼ି ଗଲେ ଭକ୍ତ: ଦର୍ଶନ ନଦେଇ ଉଭେଇଗଲେ ବାବା ଅମରନାଥ
Baba Amarnath

Key Points

କାନ୍ଦୁଛନ୍ତି ଭକ୍ତ ଦର୍ଶନ ନଦେଇ ଉଭେଇଗଲେ ଅମରନାଥ
ଦର୍ଶନ ନପାଇ କାନ୍ଦୁଛନ୍ତି ହଜାର ହଜାର ଭକ୍ତ
ଦର୍ଶନ ନଦେଇ ଉଭେଇଗଲେ ବର୍ଫାନୀ ବାବା ଅମରନାଥ
ବହୁତ କଷ୍ଟରେ ପାହାଡ଼ ଚଢ଼ି ଚଢ଼ି ଦର୍ଶନ ପାଇଲେ ନାହିଁ ଭକ୍ତ

ଦର୍ଶନ ନପାଇ କାନ୍ଦୁଛନ୍ତି ହଜାର ହଜାର ଭକ୍ତ... ଦର୍ଶନ ନଦେଇ ଉଭେଇଗଲେ ବର୍ଫାନୀ ବାବା ଅମରନାଥ । ବହୁତ କଷ୍ଟରେ ପାହାଡ଼ ଚଢ଼ି ଚଢ଼ି ଦର୍ଶନ ପାଇଲେ ନାହିଁ ଭକ୍ତ । ଉଭେଇଗଲେ ଦେବ ଦେବ ମହାଦେବ ପ୍ରଭୁ ଅମରନାଥ । ଭକ୍ତ ମାନେ ପହଞ୍ଚିବା ପରେ ଅମରନାଥ ଶିବଲିଙ୍ଗ ଆଉ ନଥିଲେ । କୁଆଡ଼େ ଅନ୍ତର୍ଧ୍ୟାନ ହୋଇଯାଇଥିଲେ ।
ସେମିତି ଦୃଶ୍ୟକୁ ଦେଖିବା ପରେ ଭୋ ଭୋ ହୋଇ କାନ୍ଦିଲେ ଭକ୍ତ ମାନେ । ଆଖିରୁ ଝରିଥିଲା ଧାର ଧାର ଲୁହ । ଆଜି ଭକ୍ତ ଆଉ ଭଗବାନଙ୍କର ମିଳନ ହୋଇପାରି ନାହିଁ । ଭଗବାନଙ୍କୁ ପ୍ରଶ୍ନ କରିଥିଲେ ହେ ପ୍ରଭୁ ତୁମେ କୁଆଡ଼େ ଗଲ । ଆମକୁ ଦେଖାଦିଅ ହେପ୍ରଭୁ ଆମକୁ ଦେଖାଦିଅ ।

ଏମିତି କେବେ ହୋଇ ନଥିଲା । ବର୍ଫାନୀ ବାବା ଅମରନାଥ ଉଭେଇଯିବେ ଏହା କେମିତି ବା ସମ୍ଭବ । ଯିଏ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ପ୍ରତି ବର୍ଷ ଆସିନ୍ତି କିନ୍ତୁ ଏବେ ଦର୍ଶନ ନଦେଇ ଉଭେଇ ଯାଇଛନ୍ତି । ପୁରା ତରଳି ଯାଇଛି ବରଫ ଶିବଲିଙ୍ଗ । ଏବେ ପୁରା ଶିବ ଲିଙ୍ଗ ଗୁମ୍ଫାରେ କୁଆଡ଼େ ଉଭେଇ ଯାଇଛନ୍ତି ।

ଅମରନାଥ ବିଲକୁଲବି ଦେଖାଯାଉ ନାହାଁନ୍ତି । ଉଭେଇ ଯାଇଛନ୍ତି ଅମରନାଥ । ବରଫ ଲିଙ୍ଗ ତରଳିକି ମାଟିରେ ମିଶି ଯାଇଛି । ଅମରନାଥ ବରଫ ଶିବଲିଙ୍ଗର ଦର୍ଶନର ପୂର୍ବରୁ ଦୃଶ୍ୟ । ଯେଉଁଥିରେ ବରଫର ଶିବଲିଙ୍ଗ ସମ୍ପୂର୍ଣ୍ଣ ରୂପରେ ଛିଡ଼ା ହୋଇଛନ୍ତି। ହେଲେ ଏବେ ଆଉ କିଛି ବି ଦେଖା ଯାଉ ନାହାଁନ୍ତି ।

ଯଦି ଦେଖିବା ୨୩ ମେରେ ଅମରନାଥ ଶିବଲିଙ୍ଗର ଉଚ୍ଚତା ପାଖା ପାଖି ୭ ଫୁଟ ଥିଲା। ଏହା ପରେ ପ୍ରଥମ ପୂଜା ଦିନ ମାନେ ୨୯ ଜୁନ୍‌ରେ ଶିବଲିଙ୍ଗର ଉଚ୍ଚତା ୫ ଫୁଟ ହୋଇଗଲା । ୬ ଜୁଲାଇରେ ଶିବଲିଙ୍ଗ ୯୦ ପ୍ରତିଶତ ତରଳି ଯାଇଥିଲେ । ଆଉ ୭ ଜୁଲାଇରେ ପୁରା ଗାୟବ ହୋଇ ଯାଇଥିଲା ଶିବଲିଙ୍ଗ । ୫୭ ଦିନିଆ ଅମରନାଥ ଯାତ୍ରା ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ଲାଇନ୍ ଲାଗିଛି । କିନ୍ତୁ ଯାତ୍ରା ଆରମ୍ଭର ମାତ୍ର ୫ ରୁ ୭ ଦିନ ମଧ୍ୟରେ ବାବା ବରଫାନୀ ଅଦୃଶ୍ୟ ହୋଇଯାଇଛନ୍ତି ।


ସବୁଠାରୁ ବଡ଼ କଥା ହେଉଛି ଅମରାନାଥ ଶିବଲିଙ୍ଗ ଅଦୃଶ୍ୟ ହେବା ପଛରେ ରହିଛି ଗ୍ଲୋବାଲ୍ ୱାର୍ମିଂ ଏବଂ ଜଳବାୟୁ ପରିବର୍ତ୍ତନ । ଅମରନାଥ ସ୍ଥଳ ଏବେ ପୁରା ପ୍ରଦୂଷଣରେ ଭରିଗଲାଣି । ପୂର୍ବରୁ ୧୦ ହଜାର ଶ୍ରଦ୍ଧାଳୁ ଦର୍ଶନ କରିବାକୁ ଯାଉଥିଲେ ।

କିନ୍ତୁ ଏବେ ଅହେତୁକ ଭାବରେ ଭକ୍ତ ଦର୍ଶନ କରିବାକୁ ଯାଉଛନ୍ତି । ଭକ୍ତଙ୍କ ଯାତ୍ରାକୁ ସୁଗମ କରିବା ପାଇଁ ଯେଉଁ ବ୍ୟବସ୍ଥା ମାନ ହେଉଛି ତାହା ହିଁ ଶିବ ଲିଙ୍ଗ ତରଳିବାର ମୁଖ୍ୟ କାରଣ । ରାସ୍ତା ପ୍ରଶସ୍ତୀକରଣ, ଗୁମ୍ଫା ନିକଟରେ କମ୍ୟୁନିଟି କିଚେନ୍ ବା ଲଙ୍ଗରର ବ୍ୟବସ୍ଥା, ହେଲିକପ୍ଟର ଚଳାଚଳ, ଏବଂ ଜେନେରେଟରର ବ୍ୟବହାର ଯୋଗୁଁ ସେହି ଅଞ୍ଚଳରେ ଉତ୍ତାପ ବୃଦ୍ଧି ପାଉଛି ।

ତେବେ ଗତ ଶୀତଦିନେ ଏହି ଅଞ୍ଚଳରେ ଆବଶ୍ୟକ ମୁତାବକ ବରଫପାତ ହୋଇନାହିଁ। ଶୀତଦିନେ କମ୍ ବରଫ ଜମିବା କାରଣରୁ ଗୁମ୍ଫାର ଆଖପାଖରେ ଥଣ୍ଡା ହ୍ରାସ ପାଇଛି । ଚଳିତ ବର୍ଷ ଜମ୍ମୁ-କାଶ୍ମୀର ଓ ପାର୍ବତ୍ୟ ଅଞ୍ଚଳରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ବା 'ହିଟ୍ ୱେଭ୍' ଦେଖିବାକୁ ମିଳିଛି, ଯାହା ଗୁମ୍ଫାର ଚାରିପାଖର ତାପମାତ୍ରାକୁ ବଢ଼ାଇ ଦେଇଛି । ଯେଉଁଥିପାଇଁ ଏବେ ତରଳି ଯାଇଛନ୍ତି ପର୍ଫାନି ବାବା ଅମରନାଥ। ଆଉ ଏହା କେବଳ ଆମ ମାନଙ୍କ ପାଇଁହିଁ ହୋଇଛି । ଏଥିପାଇଁ ଦାୟୀ କେବଳ ଆମେ ମଣିଷ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored