Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସାମ୍ନାକୁ ଆସିଲା ବାବା ଅମରନାଥଙ୍କ ପ୍ରଥମ ଫଟୋ

National

ସାମ୍ନାକୁ ଆସିଲା ବାବା ଅମରନାଥଙ୍କ ପ୍ରଥମ ଫଟୋ

Ritu Das
Browse all articles by Ritu Das
·2 years ago·1 min read
ସାମ୍ନାକୁ ଆସିଲା ବାବା ଅମରନାଥଙ୍କ ପ୍ରଥମ ଫଟୋ

ଅମରନାଥ ମନ୍ଦିର ହେଉଛି ହିନ୍ଦୁମାନଙ୍କର ସବୁଠୁ ପବିତ୍ର ମନ୍ଦିର ଭାବେ ମାନ୍ୟତା ପାଇଛି। ଏବଂ ଏହାସହିତ କାହିଁକେତେ କିମ୍ବଦନ୍ତୀରୁ ହିନ୍ଦୁମାନଙ୍କ ସହ ଯୋଡି ହୋଇଛି। ଏହି ମନ୍ଦିରକୁ ୫୧ ଶକ୍ତିପୀଠ ଭାବେ ସ୍ଥାନିତ କରାଯାଇଛି। ଏହା ଜମ୍ମୁ-କାଶ୍ମୀର ରାଜ୍ୟର ଶ୍ରୀନଗର ସହର ଉତ୍ତର-ପୂର୍ବ ଦିଗରେ ୧୩୫ କିମି ଦୂର ସମୁଦ୍ରପତ୍ତନଠାରୁ ୧୩,୬୦୦ ଫୁଟ ଉଚ୍ଚତାରେ ଏହ ଗୁମ୍ଫା ଅବସ୍ଥିତ। ହେଲେ ଆପଣ ଜାଣିଛନ୍ତି କି ବାବା ବର୍ଫାନୀ ଶିବଲିଙ୍ଗର ମାହାତ୍ମ୍ୟ। 

ଏହି ଗୁମ୍ଫା ପୁରା ବର୍ଷ ବାର ମାସ ବରଫରେ ଢାଙ୍କି ହୋଇ ରହିଥାଏ। ଏବଂ ବରଫ ଟୋପା ହୋଇ ପଥରରୁ ପଡ଼ି ଗୁମ୍ଫା ମଧ୍ୟରେ ଗୋଟିଏ ଶିବଲିଙ୍ଗ ଆକାର ତିଆରି ହୋଇଯାଏ। ଆଉ ଏହାପରେ ଶିବ ଭଗବାନ ଅମରନାଥ ଭାବେ ପୂଜା ପାଇଥାନ୍ତି। ଶୀତ ଋତୁରେ ତୁଷାରପାତ ସମୟରେ ପ୍ରତିବର୍ଷ ଶିବଲିଙ୍ଗର ରୂପ ନେଇଥାଏ। ଏବଂ ମେ'-ଜୁନ ମାସରୁ ଦୃଶ୍ୟମାନ ହୁଏ। ଏହିବର୍ଷ ମଧ୍ୟ ଶିବଲିଙ୍ଗ ଏହାର ରୂପ ନେଇଛନ୍ତି। ଏଥର ଶିବଲିଙ୍ଗ ପ୍ରାୟ ୮ ଫୁଟ ଉଚ୍ଚତାର ଅଟେ। ଅମରନାଥ ଯାତ୍ରା ସମୟରେ ଦେଶର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଭକ୍ତ ଅମରନାଥ ଗୁମ୍ଫାରେ ନିର୍ମିତ ଶିବଲିଙ୍ଗଙ୍କୁ ଦେଖିବାକୁ ଏବଂ ପୂଜା କରିବାକୁ ଆସିଥାନ୍ତି। ଚଳିତବର୍ଷ ଅମରନାଥ ଯାତ୍ରା ଜୁନ ୨୯ରୁ ଆରମ୍ଭ ହେବାକୁ ଯାଉଛି। ଏହି ଯାତ୍ରା ପାଖାପାଖି ୫୦ ଦିନ ପର୍ଯ୍ୟନ୍ତ ଚାଲିବ। ଯାହାକି ୧୯ ଅଗଷ୍ଟ ରକ୍ଷାବନ୍ଧନ ଦିନ ସମ୍ପନ୍ନ ହେବ। 

ଏହିବର୍ଷ ଅମରନାଥ ଯାତ୍ରା ୨୯ ଜୁନରୁ ଆରମ୍ଭ ହେବ। ୫୦ ଦିନର ଏହି ଯାତ୍ରାର ପଞ୍ଜୀକରଣ ଏପ୍ରିଲ ୧୫ରୁ ଆରମ୍ଭ ହୋଇଛି। ଏହି ଯାତ୍ରା ଶ୍ରାବଣ ପୂର୍ଣ୍ଣିମାରେ ଶେଷ ହେବ। ଯେଉଁ ବି ଶ୍ରଦ୍ଧାଳୁ ଅମରନାଥ ଯାତ୍ରାରେ ଯିବାକୁ ଚାହୁଁଛନ୍ତି ଅଫିସିଆଲ ଓ୍ବେବସାଇଟ https://jksasb.nic.in ରେ ପଞ୍ଜୀକରଣ କରିପାରିବେ। ଏବର୍ଷ ୧.୫ ଲକ୍ଷରୁ ଅଧିକ ଭକ୍ତ ପଞ୍ଜୀକୃତ ହୋଇଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus Whatsapp Channel Mobile Top
Sponsored
Baba Amarnath's | Argus News