ବାବା ସିଦ୍ଦିକିଙ୍କୁ କାହିଁକି ମାରିବାକୁ ଚାହୁଁଥିଲା ବିଷ୍ଣୋଇ ଗ୍ୟାଙ୍ଗ ?

ଅର୍ଗସ ବ୍ୟୁରୋ: ପୁଣି ଚର୍ଚ୍ଚାରେ ଅନମୋଲ ବିଷ୍ନୋଇ । ସିଦ୍ଦିକିଙ୍କ ହତ୍ୟାକାଣ୍ଡର ମୁଖ୍ୟ ଗୁଳିଚାଳକ ଶିବକୁମାର ଗୌତମ ପୋଲିସକୁ ଦେଇଥିବା ତାଙ୍କ ବୟାନରେ କିଛି ଏପରି କହିଛନ୍ତି । ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କୁଖ୍ୟାତ ଅପରାଧୀ ଅନମୋଲ ବିଷ୍ନୋଇ ବାବା ସିଦ୍ଦିକିଙ୍କ "ଦାଉଦ ଇବ୍ରାହିମଙ୍କ ସହ ସମ୍ପର୍କ ଏବଂ ୧୯୯୩ ମୁମ୍ବାଇ ବିସ୍ଫୋରଣରେ ସମ୍ପୃକ୍ତି" ପାଇଁ ତାଙ୍କ ଉପରେ ଆକ୍ରମଣ ନିର୍ଦ୍ଦେଶ ଦେଇଥିଲେ।
ସୁଟର ଗୌତମ ଏହା ମଧ୍ୟ ଦାବି କରିଛନ୍ତି ଯେ ତାଙ୍କୁ ବାବା ସିଦ୍ଦିକି କିମ୍ବା ଜିଶାନ ସିଦ୍ଦିକିଙ୍କୁ ହତ୍ୟା କରିବାକୁ କୁହାଯାଇଥିଲା ଏବଂ ବଦଳରେ ୧୫ ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ଗୌତମଙ୍କ ସ୍ୱୀକାରୋକ୍ତି ଅକ୍ଟୋବର ୧୨ରେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକୀଙ୍କ ହତ୍ୟାକାଣ୍ଡ ସହିତ ଜଡିତ ଚାର୍ଜସିଟର ଏକ ଅଂଶ। ମୁମ୍ବାଇର ବାନ୍ଦ୍ରା ପୂର୍ବ ଅଞ୍ଚଳରେ ଥିବା ତାଙ୍କ ପୁଅ ଜିଶାନ ସିଦ୍ଦିକୀଙ୍କ କାର୍ଯ୍ୟାଳୟ ବାହାରେ ତିନି ଜଣ ଆକ୍ରମଣକାରୀ ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରିଥିଲେ।