ବାବା ସିଦ୍ଦିକି ହତ୍ୟା ମାମଲା: ବାପ-ପୁଅଙ୍କୁ ଏକାସାଙ୍ଗେ ହତ୍ୟା କରିବାର ଥିଲା ନିର୍ଦ୍ଦେଶ
·1 year ago·1 min read

ନୂଆଦିଲ୍ଲୀ: ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ମାମଲାରେ ଆଉ ଏକ ବଡ ସତ୍ୟ ସାମ୍ନାକୁ ଆସିଛି। କୁହାଯାଉଛି ବାବା ସିଦ୍ଧିକିଙ୍କ ପୁଅ ଜିଶାନ ସିଦ୍ଧିକି ମଧ୍ୟ ଟାର୍ଗେଟରେ ଥିଲେ। ପୋଲିସ୍ ସୂଚନାନୁସାରେ, ଗିରଫ ହୋଇଥିବା ଅଭିଯୁକ୍ତମାନେ କହିଛନ୍ତି ବିଧାୟକ ଜୀଶାନ ମଧ୍ୟ ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟରେ ଥିଲେ। ବାପ,ପୁଅ ଦୁଇ ଜଣଙ୍କୁ ଏକା ସାଙ୍ଗେ ହତ୍ୟା କରିବାର ଦିଆଯାଇଥିଲା ସୁପାରି।
ଅଭିଯୁକ୍ତମାନଙ୍କୁ ଏହା ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା ଯେ, ଦୁଇ ଜଣଙ୍କୁ ଯଦି ଏକା ସାଙ୍ଗେ ମାରିବାର ସୁଯୋଗ ନ ମିଳୁଛି ତେବେ ଦୁଇ ଜଣଙ୍କ ମଧ୍ୟରୁ ଯିଏ ବି ସାମ୍ନାକୁ ଆସୁଛି ତାକୁ ଫାୟରିଙ୍ଗ କରିଦେବ। ବାବା ସିଦ୍ଦିକିଙ୍କ ହତ୍ୟା ମାମଲାରେ ହରିୟାଣାର ଗୁରମୈଲ ବଲଜିତ ସିଂହ ଏବଂ ଉତ୍ତର ପ୍ରଦେଶର ଧର୍ମରାଜ କଶ୍ୟପକୁ ଗିରଫ କରିଛି ପୋଲିସ୍। ତେବେ ତୃତୀୟ ଅଭିଯୁକ୍ତ ଶିବ କୁମାର ବର୍ତ୍ତମାନ ପର୍ଯ୍ୟନ୍ତ ଫେରାର୍ ଅଛି। ପୋଲିସ୍ ତାକୁ ଶନିବାର ରାତିରୁ ହିଁ ଟ୍ରାକ କରୁଛି।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: