Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଫୋନ୍‌ ବଞ୍ଚାଇଦେଲା ସିଦ୍ଦିକିଙ୍କ ପୁଅର ଜୀବନ , ନହେଲେ...

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଫୋନ୍‌ ବଞ୍ଚାଇଦେଲା ସିଦ୍ଦିକିଙ୍କ ପୁଅର ଜୀବନ , ନହେଲେ...

Key Points

  • ଟାର୍ଗେଟ୍‌ରେ ଥିଲା ପୁଅ, ଚାଲିଗଲେ ବାପା !
  • ଏନସିପି ନେତାଙ୍କ ମର୍ଡରକୁ ନେଇ ନିଇତି ଆସୁଛି ନୂଆ ତଥ୍ୟ

ଅର୍ଗସ ବ୍ୟୁରୋ: ମୁମ୍ବାଇର ହାଇପ୍ରୋଫାଲ ମର୍ଡରକୁ ନେଇ ପୁରା ଦେଶରେ ଏବେ ଭାରି ଚର୍ଚ୍ଚା । କାରଣ ଏନସିପି ନେତା ବାବା ସିଦ୍ଦିକଙ୍କୁ ଯେଉଁ ପରି ଭାବରେ ଟାର୍ଗେଟ୍‌ କରାଗଲା ତାହାକୁ ପ୍ରଶ୍ନ ଉଠିଲାଣି । କାରଣ ଏନସିପି ନେତାଙ୍କୁ ମିଳୁଥିଲା ୱାଇ କାଟାଗୋରୀ ସୁରକ୍ଷା । କିନ୍ତୁ ଏତେ ସୁରକ୍ଷା ଭିତରେ ସେ କେମିତି ଆଟାକ୍‌ର ଶିକାର ହେଲେ ତାହାକୁ ନେଇ ଏବେ ଚର୍ଚ୍ଚା । ଗୁଳିମାଡ଼ ଏତେ ଭୟଙ୍କର ଥିଲା ସଙ୍ଗେ ସଙ୍ଗେ ବାବା ସିଦ୍ଦିଙ୍କର ପ୍ରାଣ ଚାଲିଯାଇଥିଲା । ଜୀବନ ଯିବା ପରେ ସଲମାନଙ୍କଠାରୁ ଆରମ୍ଭ କରି ଅନେକ ନେତା ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇଥିଲେ । 

ମୁମ୍ବାଇରେ ପୁଣି ମାତିଲେଣି ସୁପାରୀ କିଲର । କାରଣ ଯେଉଁପରି ଭାବରେ ଜଣେ ୱାଇ ସୁରକ୍ଷା ପାଇଥିବା ନେତାଙ୍କୁ ବିଚ୍‌ ରାସ୍ତାରେ ଗୁଳିକରି ହତ୍ୟା କରାଗଲା ତାହା ଆଲୋଚନାର ବିଷୟ ହୋଇଛି । ତଦନ୍ତରୁ ଜଣାପଡିଛି କି, ସିଦ୍ଦିକଙ୍କ ପୁଅ ଅପରାଧୀଙ୍କ ଟାର୍ଗେଟ୍‌ରେ ଥିଲେ । ସେଦିନ ଉଭୟ ସିଦ୍ଦିକ ଓ ତାଙ୍କ ପୁଅ ଏକା ସାଙ୍ଗରେ ଅଫିସରୁ ବାହାରିଥିଲେ । କିନ୍ତୁ ଏକ ଜରୁରୀ ଫୋନ୍‌ ଆସିବା ପରେ ଜିଶାନ ଅଫିସ ଭିତରକୁ ପଳାଇଯାଇଥିଲେ । ଆଉ ଏତିକି ବେଳେ ହିଁ ସିଦ୍ଦିକିଙ୍କ ଉପରକୁ ହୋଇଥିଲା ଆକ୍ରମଣ । 

ଅନେକ ଦିନ ହେଲାଣି ଏନସିପିର ନେତା ସିଦ୍ଦିକିଙ୍କୁ ହତ୍ୟାର ଧମକ ମିଳୁଥିଲା । ବାରମ୍ବାର ହତ୍ୟା ଧମକ ପାଇବା ପରେ ପୋଲିସ ପକ୍ଷରୁ ତାଙ୍କୁ ୱାଇ କ୍ୟାଟାଗୋରୀ ସୁରକ୍ଷା ଯୋଗାଇ ଦିଆଯାଇଥିଲା । ତଥାପି ତାଙ୍କୁ ଗୁଳି କରାଯାଇ ହତ୍ୟା କରିଯିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି । ମର୍ଡର ହେବା ପରେ ପୋଲିସ ବିଭିନ୍ନ ଦିଗରୁ ଏହି ଘଟଣାର ଯାଞ୍ଚ ଆରମ୍ଭ କରୁଛି । କିଏ ଓ କାହିଁକି ସିଦ୍ଦିକିଙ୍କୁ ହତ୍ୟା କଲେ ସେନେଇ ଇନଭେଷ୍ଟିଗେସନ ଚାଲିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହାରି ଭିତରେ, ବାବା ସିଦ୍ଦିକି ହତ୍ୟା ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ପୋଲିସ୍ ଚିହ୍ନଟ କରିଛି । ସେମାନେ ହେଲେ- ଧର୍ମରାଜ, ଶିବ କୁମାର, ଗୁରମେଲ୍, ଜିଶାନ ଅଖତର୍, ଶୁଭମ୍ ଲୋନକର୍ ଓ ପ୍ରବୀଣ ଲୋନକର୍ । ଏମାନଙ୍କ ମଧ୍ୟରୁ ଧର୍ମରାଜ, ଗୁରମେଲ୍ ଓ ପ୍ରବୀଣ ଲୋନକରଙ୍କୁ ପୋଲିସ୍ ଗିରଫ କରିଥିବାବେଳେ ଅନ୍ୟ ୩ ଜଣ ଫେରାର୍ ଅଛନ୍ତି । ମୁମ୍ବାଇ କ୍ରାଇମବ୍ରାଞ୍ଚର ୨୫ ଜଣିଆ ଟିମ୍ ହରିୟାଣା, ଉତ୍ତରପ୍ରଦେଶ ଓ ନୂଆଦିଲ୍ଲୀରେ ଚଢାଉ ଜାରି ରଖିଛି । ମୁମ୍ବାଇ କୋର୍ଟ ଗୁରୁମେଲକୁ ୭ ଦିନିଆ ପୁଲିସ ରିମାଣ୍ଡରେ ପଠାଇଛି । ଧର୍ମରାଜ ନିଜକୁ ନାବାଳକ ବୋଲି ଦର୍ଶାଇଛି । ଯାହାର ଯାଞ୍ଚ ରିପୋର୍ଟ ଏବେ ସାମ୍ନାକୁ ଆସିଛି । ଯାଞ୍ଚ ରିପୋର୍ଟରେ ଧର୍ମରାଜ ସାବାଳକ ବୋଲି ସ୍ପଷ୍ଟ ହୋଇଛି । ତେବେ ଖୁବଶୀଘ୍ର ହତ୍ୟାକାରୀ ଓ ସେମାନଙ୍କର ଉଦ୍ଦେଶ୍ୟ ଜଣାପଡ଼ିବ ବୋଲି କୁହାଯାଇଛି ।
 


 

Sponsored
Baba Siddique | Argus News