Baba Vanga / ୨୦୮୮କୁ ନେଇ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ କହିଲେ...

Key Points
ଭୟଭୀତ ହୋଇଗଲାଣି ସାରା ବିଶ୍ଵ ।
୨୦୮୮କୁ ନେଇ ଭବିଷ୍ୟବାଣୀ କରିଛନ୍ତି ବାବା ଭେଙ୍ଗା ।
ଜ୍ୟୋର୍ତିବିତ୍ ଏବଂ ବୈଜ୍ଞାନିକମାନେ ଅନେକ ସମୟରେ ପୃଥିବୀ ଉପରେ ଥିବା ବିପଦକୁ ନେଇ ଆଗୁଆ ଅନୁମାନ କରିଥାନ୍ତି । ଯାହା ପରବର୍ତ୍ତୀ ମୁହୁର୍ତ୍ତରେ ସତ୍ୟ ପ୍ରମାଣିତ ହୋଇଥାଏ । ଠିକ୍ ସେମାନଙ୍କ ଭଳି କିଛି ଭବଷ୍ୟବାଣୀ କରୁଥିବା ବାବା ବି ରହିଛନ୍ତି ଯାହାଙ୍କ କଥା ଅକ୍ଷରେ ଅକ୍ଷରେ ସତ ହୋଇଆସୁଛି । ଆଉ ସେହି ବାବା ମାନଙ୍କ ମଧ୍ୟରେ ରହିଛନ୍ତି ବୁଲଗେରିଆର ବାବା ଭେଙ୍ଗା । ବୁଲଗେରିଆର ଏହି ଜଣାଶୁଣା ଭବିଷ୍ୟବକ୍ତା ଅତୀତରେ ଯାହା କହିଛନ୍ତି, ତାହା ସତେ ପରିଣତ ହୋଇଛି । ତାଙ୍କ ଜୀବନ କାଳରେ ସେ ଜଣେ ପରାମର୍ଶଦାତା ଭାବରେ ଖୁବ୍ ଲୋକପ୍ରିୟତା ହାସଲ କରିଥିଲେ । ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀକୁ ସମସ୍ତେ ବିଶ୍ୱାସ କରନ୍ତି । କାରଣ ତାଙ୍କର ଅନେକ ପୂର୍ବାନୁମାନ ସଠିକ ହୋଇଛି । ବାବା ଭେଙ୍ଗା ମଧ୍ୟ ଆଗାମୀ ଦଶନ୍ଧି ଦଶନ୍ଧି ପାଇଁ ପୃଥିବୀକୁ ଆସୁଥିବା ବଡ଼ ବଡ଼ ବିପଦ ଉପରେ ଅନେକ ଭବିଷ୍ୟବାଣୀ ଦେଇଛନ୍ତି । ଏହାରି ଭିତରେ ଏକ ନୂଆ ଭବିଷ୍ୟବାଣୀ କଥା ଲୋକଲୋଚନକୁ ଆସିଛି ।
ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଏବେ ଚର୍ଚ୍ଚାରେ । ଭୟଭୀତ ହୋଇଗଲାଣି ସାରା ବିଶ୍ଵ । ୨୦୮୮କୁ ନେଇ ଭବିଷ୍ୟବାଣୀ କରିଛନ୍ତି ବାବା ଭେଙ୍ଗା । ୨୦୮୮ ମସିହାରେ ବ୍ୟାପିବ ଏକ ଅଜଣା ଭାଇରସ୍, ଯାହା ଦ୍ରୁତ ଗତିରେ ମଣିଷର ବୟସକୁ ହ୍ରାସ କରିବ । ବାବା ଭେଙ୍ଗାଙ୍କ ଅନୁସାରେ, ଆଜିଠାରୁ ଠିକ୍ ୬୩ ବର୍ଷ ପରେ ଅର୍ଥାତ ୨୦୮୮ ରେ ସାରା ବିଶ୍ଵରେ ବ୍ୟାପିବ ଏକ ଅଜଣା ଭାଇରସ୍ । ଭବିଷ୍ୟବାଣୀ ଅନୁସାରେ ଏହି ଭାଇରସ୍ ଦ୍ୱାରା ସଂକ୍ରମିତ ମଣିଷ ଶୀଘ୍ର ବୁଢ଼ା ହେବାକୁ ଲାଗିବ । ଅର୍ଥାତ ମଣିଷର ବୟସ କମିବ ଏବଂ କମ୍ ବୟସରେ ମଣିଷ ମୃତ୍ୟୁ ମୁଖରେ ପଡ଼ିବ । ଏହା ମାନବ ଶରୀରର ଜୈବିକ ଘଣ୍ଟାକୁ ଅସ୍ୱାଭାବିକ ଭାବରେ ବଢ଼ାଇବ, ଯାହା ଫଳରେ ଲୋକମାନେ ସେମାନଙ୍କ ଯୁବାବସ୍ଥାରେ ମଧ୍ୟ ବୃଦ୍ଧାବସ୍ଥା ରୋଗରେ ପୀଡିତ ହେବେ।
ଯଦିଓ ବାବା ଭେଙ୍ଗାଙ୍କ ବୟସ ବୃଦ୍ଧି ବିଷୟରେ ଭବିଷ୍ୟବାଣୀ ଛଅ ଦଶନ୍ଧି ପୂର୍ବରୁ ଥିଲା, କିନ୍ତୁ ଆଜିର ପରିବର୍ତ୍ତିତ ସମୟକୁ ଦୃଷ୍ଟିରେ ରଖି ଏହାକୁ ନେଇ ଗମ୍ଭୀର ଚିନ୍ତାରେ ପଡ଼ିଛନ୍ତି ବୈଜ୍ଞାନିକ । ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ “ଅଜଣା ଭାଇରସ” ତିନୋଟି ପ୍ରମୁଖ କାରଣରୁ ହୋଇପାରେ । ତାହା ହେଲା ପୃଥିବୀର ତାପମାତ୍ରା ବୃଦ୍ଧି ପାଇବା ସହିତ ମେରୁ ଅଞ୍ଚଳରେ ଥିବା ବରଫ ତରଳି ଯାଉଛି । ବୈଜ୍ଞାନିକମାନେ ଭୟ କରୁଛନ୍ତି ଯେ ହଜାର ହଜାର ବର୍ଷ ପୁରୁଣା ଅଜଣା ଭାଇରସ ଏହି ବରଫରେ ଫସି ରହିଥିବେ ନିଶ୍ଚିତ । ଯେଉଁ ଭାଇରସ୍ ମାନବଜାତି ପାଇଁ ଏକ ନୂଆ ବିପଦ ସୃଷ୍ଟି କରିପାରିବ । ଏହା ବ୍ୟତୀତ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ବନ୍ୟପ୍ରାଣୀଙ୍କ ସ୍ଥାନାନ୍ତର ମଧ୍ୟ ବୃଦ୍ଧି ପାଉଛି, ଯାହା ଦ୍ଵାରା ଜୁନୋଟିକ୍ ସ୍ପିଲଓଭର ଭାଇରସ୍ ବ୍ୟାପିବା ନେଇ ଆଶଙ୍କା ବୃଦ୍ଧି ପାଉଛି ।
ଅନ୍ୟପଟେ ଜୈବିକ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି ଅନେକ ଦେଶ । ଏନେଇ ବିଭିନ୍ନ ପ୍ରୟୋଗଶାଳାରେ ଗବେଷଣା ଚାଲିଛି, ଯେଉଁଥିରୁ ଉତ୍ପନ୍ନ ହେବେ ଭୟଙ୍କର ଭାଇରସ୍ । ଏଭଳି ଭାଇରସକୁ ଜୈବିକ ଅସ୍ତ୍ର ଭାବରେ ମୁକ୍ତ କରିପାରନ୍ତି ଅନେକ ଦେଶ । ଯଦି ଏହି ଭାଇରସକୁ ଅଣଦେଖା କରାଯାଏ, ତେବେ ପରିଣାମ ବିପଜ୍ଜନକ ହୋଇପାରେ। ସେହିପରି ପ୍ରୋଫେସରିଆ ଭଳି ବିରଳ ଜେନେଟିକ୍ ରୋଗ ପୂର୍ବରୁ ରହିଛି, ଯାହା ପିଲାମାନଙ୍କ ମଧ୍ୟରେ ଶୀଘ୍ର ବାର୍ଦ୍ଧକ୍ୟ ସୃଷ୍ଟି କରୁଛି । ଯଦି ଏହି ଭାଇରସ୍ ବଢ଼େ, ତେବେ ୨୦୮୮ ଭବିଷ୍ୟବାଣୀ ନିଶ୍ଚିତ ଭାବରେ ସତ୍ୟ ହେବ ।
ବାବା ଭେଙ୍ଗାଙ୍କ ଏହି ରହସ୍ୟମୟ ଭବିଷ୍ୟବାଣୀ ଏକ ଜରୁରୀ ଚେତାବନୀ ହୋଇପାରେ । ବୈଜ୍ଞାନିକମାନେ ମଣିଷର ଜୀବନକାଳ ବୃଦ୍ଧି କରିବାକୁ ଚେଷ୍ଟା କରୁଥିବା ବେଳେ, ଅଜଣା ଏବଂ ମାନବ ନିର୍ମିତ ଭାଇରସର ବିପଦ ବଢ଼ାଉଛି । ଏହି ଭବିଷ୍ୟବାଣୀକୁ ଅଣଦେଖା କରିବା ପରିବର୍ତ୍ତେ, ଆମେ ବିଶ୍ୱ ସ୍ୱାସ୍ଥ୍ୟ ବ୍ୟବସ୍ଥା ଏବଂ ଜୈବିକ ସୁରକ୍ଷା ଉପରେ ଧ୍ୟାନ ଦେଲେ ହୁଏତ ଏଭଳି ବିପଦ ଟଳିବ ।
📱 Get Argus News App
✨Related Topics
Explore more stories