Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସୁନା ଦରକୁ ନେଇ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ କହିଲେ...

National

Gold Price Prediction / ସୁନା ଦରକୁ ନେଇ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ କହିଲେ...

Rashmita Mishra
Browse all articles by Rashmita Mishra
·6 months ago·2 min read
ସୁନା ଦରକୁ ନେଇ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ କହିଲେ...

Key Points

ସୁନା ବିଷୟରେ ବାବା ଭେଙ୍ଗା ଏମିତି କିଛି ଭବିଷ୍ୟବାଣୀ କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ବୁଲଗେରିଆର ରହୁଥିବା ବାବା ଭେଙ୍ଗାଙ୍କ ଦ୍ୱାରା କରାଯାଇଥିବା ଅନେକ ଭବିଷ୍ୟବାଣୀ ସତ ହୋଇଛି । ସେ ଆମେରିକାରେ ଆତଙ୍କବାଦୀ ଆକ୍ରମଣ ହେଉ କି ମିଆଁମାରରେ ହୋଇଥିବା ଭୂମିକମ୍ପ ଏବଂ ରାଜକୁମାରୀ ଡାଏନାଙ୍କ ମୃତ୍ୟୁ ତାରିଖ ଭଳି ଘଟଣା ବିଷୟରେ ଗୁରୁତ୍ୱପୂର୍ଣ୍ଣ ଭବିଷ୍ୟବାଣୀ କରିଥିଲେ, ଯାହା ସବୁ ସତ ହୋଇଛି। ଆଉ ବର୍ତ୍ତମାନ ସମୟରେ, ସୁନାର ମୂଲ୍ୟ କିଛି ଦିନ ହେବ  ଦୃତ ଗତିରେ ବଢ଼ି ଚାଲିଥିବା ବେଳେ ହଠାତ୍ ହ୍ରାସ ପାଇଛି । ଯାହା ଫଳରେ ଲୋକମାନେ ଚିନ୍ତାରେ ପଡ଼ୁଛନ୍ତି କି ବର୍ତ୍ତମାନ ସୁନାରେ ନିବେଶ କରିବେ ନା ଆଗକୁ ଆହୁରି କମିବ ? ଏପରି ପରିସ୍ଥିତିରେ, ସୁନାକୁ ନେଇ ବାବା ଭେଙ୍ଗା ଏମିତି କିଛି ଭବିଷ୍ୟବାଣୀ କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସୁନା କିଣିବାକୁ ସମସ୍ତଙ୍କୁ ପସନ୍ଦ ଥାଏ, କିନ୍ତୁ ବର୍ତ୍ତମାନ ସମୟରେ ସୁନାର ଦର ଏତେ ମାତ୍ରରେ ବଢୁଛି କି ଲୋକମାନେ ସୁନା କଣିବା ସାତ ସପନ ପାଲଟିଛି । ସମସ୍ତଙ୍କ ମନରେ ଗେଟିଏ ପ୍ରଶ୍ନ ସୁନା ଦର କେବେ କମିବ । ମଲ୍ଟି କମୋଡିଟି ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ (MCX) ରେ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୧ ଲକ୍ଷ ଟଙ୍କା ଛୁଇଁଛି, ଯାହା ନିବେଶକଙ୍କ ମଧ୍ୟରେ ଛନକା ପଶିଛି । ଏବେ ପ୍ରଶ୍ନ ହେଉଛି ୨୦୨୬ ରେ ସୁନାର ମୂଲ୍ୟ ବୃଦ୍ଧି ପାଇବ ନା ହ୍ରାସ ପାଇବ ?

ବିଶେଷଜ୍ଞମାନଙ୍କ କହିବାନୁଯାୟୀ ବିଶ୍ୱରେ ଭୂରାଜନୈତିକ ଘଟଣାକ୍ରମ ଯୋଗୁଁ ସୁନା ମୂଲ୍ୟ ନିରନ୍ତର ପରିବର୍ତ୍ତନଶୀଳ ହେଉଛି । ଯେମିତି ଟାରିଫ, ଟ୍ରେଡ୍ ଓ ଯୁଦ୍ଧ ଭଳି ଅନିଶ୍ଚିତତା ମଧ୍ୟରେ ଏହାର ଚାହିଦା ବୃଦ୍ଧି ପାଉଛି । ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁଯାୟୀ, ନିକଟ ଭବିଷ୍ୟତରେ ବିଶ୍ୱ ଧୀରେ ଧୀରେ ଏକ ନୂଆ ସଙ୍କଟ ଆଡ଼କୁ ଗତି କରୁଛି । ବାବା ଭେଙ୍ଗା ଏକ "କ୍ରାସ୍-କ୍ରଞ୍ଚ" ପରିସ୍ଥିତିର ପୂର୍ବାନୁମାନ କରିଛନ୍ତି, ଅର୍ଥାତ୍ ଅଭାବ ଅନାଟନର ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି । କୁହାଯାଉଛି କି ଏପରି ଏକ କଷ୍ଟକର ସମୟରେ ସୁନା ମୂଲ୍ୟ ଆକାଶଛୁଆଁ ହୋଇଥାଏ।

ଏହିପରି ସଙ୍କଟ ଦେଖାଗଲେ ଦେଶର ଆର୍ଥିକ ବ୍ୟବସ୍ଥାକୁ ପ୍ରଭାବିତ କରିବ। ସାଧାରଣତଃ ମାନ୍ଦାବସ୍ଥା ସମୟରେ ସୁନା ମହଙ୍ଗା ହୋଇଯାଏ। ବିଗତ ବିଶ୍ୱ ସଙ୍କଟ ସମୟରେ, ସୁନା ମୂଲ୍ୟ ୨୦ ପ୍ରତିଶତରୁ ୫୦ ପ୍ରତିଶତକୁ  ବୃଦ୍ଧି ପାଇଛି । ଯଦି ୨୦୨୬ରେ କୌଣସି ସଙ୍କଟ ଦେଖାଦିଏ, ତେବେ ବିଶେଷଜ୍ଞମାନେ ସୁନା ମୂଲ୍ୟରେ ୨୫ ପ୍ରତିଶତରୁ ୪୦ ପ୍ରତିଶତକୁ ବୃଦ୍ଧି ପାଇବାର ଆକଳନ କରିଛନ୍ତି । ଅର୍ଥାତ ଆସନ୍ତା ବର୍ଷ ଦୀପାବଳି ସୁଦ୍ଧା ଭାରତରେ ପ୍ରତି ୧୦ ଗ୍ରାମ ସୁନା ମୂଲ୍ୟ ₹୧୬୨,୫୦୦ ରୁ ₹୧୮୨,୦୦୦ ମଧ୍ୟରେ ପହଞ୍ଚିପାରେ, ଯାହା ଆଉ ଏକ ରେକର୍ଡ ହେବ ।

ଅଧିକ ପଢ଼ନ୍ତୁ ଭାରତ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gold Price Prediction | Baba Vanga’s Big Prediction on Gold Prices | Shocking Prophecy Revealed | Argus News | Argus News